ETV Bharat / state

ଶୋଇଥିଲେ ଭାଇ-ଭଉଣୀ, ବାଜିଲା ଗୁଳି - BROTHER SISTER SHOT

ଅନୁଗୋଳରେ ଅଘଟଣ । ଭାଇ-ଭଉଣୀ ଶୋଇଥିବା ବେଳେ କେହି ଗୁଳିମାଡ କରିଛି । ଏଥିରେ ଉଭୟେ ଗୁରୁତର ହୋଇଛନ୍ତି । ଉଭୟଙ୍କୁ କଟକ ସ୍ଥାନାନ୍ତର ।

ବାଜିଲା ଗୁଳି
ବାଜିଲା ଗୁଳି (Representational image)
author img

By ETV Bharat Odisha Team

Published : Jan 3, 2025, 3:49 PM IST

ଅନୁଗୋଳ: ଶୋଇଥିବା ବେଳେ ଭାଇ-ଭଉଣୀଙ୍କୁ ଗୁଳିମାଡ । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ । ଗତକାଲି(ଗୁରୁବାର) ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଭଗାମୁଣ୍ଡା ଗାଁରେ ଘଟିଛି ଏହି ଅଘଟଣ । ଭାଇଭଉଣୀ ଶୋଇଥିବା ବେଳେ ଗୁଳିମାଡ ହୋଇଛି । ଉଭୟଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ଭାଇ-ଭଉଣୀଙ୍କୁ ଗୁଳିମାଡ:

ଘଟଣାସ୍ଥଳ ପରିଦର୍ଶନ କଲେ ଏସପି
ଘଟଣାସ୍ଥଳ ପରିଦର୍ଶନ କଲେ ଏସପି (ETV Bharat Odisha)

ସୂଚନା ଅନୁସାରେ, କିଶୋରନଗର ଥାନା ଭଗାମୁଣ୍ଡା ଗାଁ ପ୍ରଫୁଲ୍ଲ ମିର୍ଧାଙ୍କ ୧୧ ବର୍ଷର ପୁଅ ପ୍ରକାଶ ମିର୍ଧା ଓ ୧୫ ବର୍ଷୀୟ ଝିଅ ଯଜ୍ଞସେନୀ ମିର୍ଧା ଘର ବାରଣ୍ଡାରେ ଶୋଇଥିଲେ । ରାତି ପ୍ରାୟ ୧୧ଟା ପରେ ହଠାତ ଉଭୟ ଚିତ୍କାର କରି ଉଠିଥିଲେ । ପରିବାର ଲୋକ ଦଉଡି ଆସି ଦେଖିବା ବେଳେକୁ ସେମାନଙ୍କ ଦେହରେ ଗୁଳି ବାଜିଥିଲା ।

ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ:

ଗୁଳିମାଡ ପରେ ଗତକାଲି ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ କିଶୋରନଗର ମେଡିକାଲ ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

କିଶୋରନଗର ପୋଲିସର ତଦନ୍ତ ଆରମ୍ଭ:

ଗୁଳିମାଡ ଖବର ପରେ କିଶୋରନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କିଏ କାହିଁକି ଭାଇଭଉଣୀଙ୍କୁ ଗୁଳିମାଡ କଲା ତାହା ଜଣାପଡିନାହିଁ । ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଜଣାପଡିବ କିପରି ଏହି ଅଘଟଣ ଘଟିଲା । ଏ ଦିଗରେ ପୋଲିସ ତଦନ୍ତ କରୁଥିବା ବେଳେ ଅନ୍ୟ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେଇ ପୋଲିସ ତଦନ୍ତ କରୁଥିବା ଆଠମଲ୍ଲିକ ଏସଡିପିଓ ବାଳକୃଷ୍ଣ କହଁର ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଝାରସୁଗୁଡ଼ାରେ ଫୁଟିଲା ଗୁଳି: ସ୍ତ୍ରୀ କଲା ପ୍ରେମ ! ଗୁଳି ଖାଇଲେ ସ୍ବାମୀ - Firing In Jharsuguda

ଚଢାଉ ବେଳେ ବନ ବିଭାଗ ଟିମ୍‌କୁ ଗୁଳିମାଡ, କଲରାପତରିଆ ବାଘ ଛାଲ ସହ ହାତୀଦାନ୍ତ ଜବତ

ଗୋଚାଲାଣ ବେଳେ ପୋଲିସ ଉପରକୁ ଗୁଳିମାଡ, ଜଣେ ଗୁରୁତର - Police firing in Kendujhar

ଗୁଳିମାଡ କରିଥାଇପାରନ୍ତି ଶିକାରୀ:

ତେବେ ରାତି ଅଧରେ ଭାଇ-ଭଉଣୀଙ୍କୁ କିଏ ଗୁଳିମାଡ କଲା ତାହା ଜଣାପଡିନାହିଁ । କିଶୋରନଗର ପୋଲିସ ପ୍ରାଥମିକ ତଦନ୍ତରୁ ଶିକାରୀ ଗୁଳିମାଡ କରିଥାଇପାରନ୍ତି ବୋଲି ସନ୍ଦେହ କରୁଛି । ଜନ୍ତୁ ଶିକାର ଉଦ୍ଦେଶ୍ୟରେ ଗୁଳିମାଡ କରୁଥିବା ବେଳେ ଗୁଳି ଭାଇ-ଭଉଣୀଙ୍କୁ ଦେହରେ ବାଜିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଘଟଣାସ୍ଥଳରେ ଅନୁଗୋଳ ଏସପି:

ଅନୁଗୋଳ ଏସପି ରାହୁଲ ଜୈନ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏଥିସହ ସାଇଣ୍ଟିଫିକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । କିପରି ଗୁଳିମାଡ ହେଲା ତାହାର ତଦନ୍ତ କରୁଛି ପୋଲିସ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.