ଓଡିଶା

odisha

ETV Bharat / bharat

Union Budget 2024; ଚର୍ଚ୍ଚାରେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ପାରମ୍ପରିକ ଶାଢୀ, ଜାଣନ୍ତୁ ଏହା କେଉଁ ବାର୍ତ୍ତା ଦିଏ ? - Union Budget 2024

FM Nirmala Sitharaman saree: ପୁଣି ଚର୍ଚ୍ଚାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶାଢୀ । ଘିଅ ଓ ବାଇଗେଣୀ ରଙ୍ଗ ଶାଢୀ ପରିଧାନ କରି ବଜେଟ ଉପସ୍ଥାପନ କରୁଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 23, 2024, 11:30 AM IST

Etv Bharat
Etv Bharat (ANI)

ନୂଆଦିଲ୍ଲୀ:ସପ୍ତମ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତି ଥର ବଜେଟ ଆଗତ ସମୟରେ ପାରମ୍ପରିକ ଶାଢୀରେ ନଜର ଆସିଥାନ୍ତି ନିର୍ମଳା । ଏଥର ମଧ୍ୟ ପାରମ୍ପରିକ ଶାଢୀ ପିନ୍ଧି ସଂସଦରେ ବଜେଟ ଆଗତ କରିଛନ୍ତି । ଚଳିତ ଥର ଏକ ଘିଅ ରଙ୍ଗ ଓ ବାଇଗେଣୀ ରଙ୍ଗର ଶାଢୀରେ ନଜର ଆସିଛନ୍ତି ଅର୍ଥମନ୍ତ୍ରୀ । ଶାଢୀର ବଡିର ରଙ୍ଗ ଘିଅ ରଙ୍ଗ ହୋଇଥିବା ବେଳେ ବଡର ବାଇଗେଣୀ ରଙ୍ଗର । ଏହା ଉପରେ ସୁନେଲି ରଙ୍ଗର କାମ ମଧ୍ୟ ହୋଇଛି । ନିର୍ମଳା ସୀତାରମଣଙ୍କ ଶାଢୀ ବେଜ ଏବଂ ମେଜେଣ୍ଟାର ମିଶ୍ରଣରେ ଏକ ହ୍ୟାଣ୍ଡଲୁମ ଶାଢୀ । ନୀମଳାଙ୍କ ଶାଢୀର ରଙ୍ଗ ଶୁଦ୍ଧାତା, ସ୍ବଚ୍ଛତା, ଏକତା ଏବଂ ଭାରତୀୟ ସଂସ୍କୃତିର ବାର୍ତ୍ତା ପ୍ରଦାନ କରେ ।

Union Budget 2024 (ANI)

ଏହା ମଧ୍ୟ ପଢନ୍ତୁ-2019ରୁ 2024: ଚର୍ଚ୍ଚାରେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ପାରମ୍ପରିକ ଶାଢୀ

ରାଷ୍ଟ୍ରପତି-ଅର୍ଥମନ୍ତ୍ରୀଙ୍କ ପସନ୍ଦ ହ୍ୟାଣ୍ଡଲୁମ ଶାଢୀ: ପ୍ରତିଥର ବଜେଟ ଉପସ୍ଥାପନ ସମୟରେ ସୀତାରମଣଙ୍କ ଶାଢୀ ଚର୍ଚ୍ଚାରେ ରହିଥାଏ । ବର୍ତ୍ତମାନ ସୁଦ୍ଧା ସେ 6 ଥର ବଜେଟ ଉପସ୍ଥାପନ କରିଥିବା ବେଳେ ପ୍ରତି ଥର ହ୍ୟାଣ୍ଡଲୁମ ଶାଢୀ ପିନ୍ଧିଥାନ୍ତି । ଏହା ପରିଧାନ କରି ସେ ପାରମ୍ପରିକ ଶାଢୀକୁ ପ୍ରୋତ୍ସାହିତ କରିଥାନ୍ତି । କେବଳ ଅର୍ଥମନ୍ତ୍ରୀ ନୁହଁନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପାରମ୍ପିର ଶାଢି ପିନ୍ଧିବାକୁ ଭଲ ପାଆନ୍ତି । ଯେଉଁ ବି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସାମିଲ ହୁଅନ୍ତି ହ୍ୟାଣ୍ଡଲୁମ ଶାଢୀ ପରିଧାନ କରିଥାନ୍ତି । ବଜେଟ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଅର୍ଥମନ୍ତ୍ରୀଙ୍କୁ ଦହି ଖୁଆଇଥିଲେ । ଏହି ସମୟରେ ରାଷ୍ଟ୍ରପତି ଏକ ଲାଲ ଓ ଘିଅ ରଙ୍ଗର ଶାଢୀ ପିନ୍ଧିଥିଲେ । ଏହା ଓଡ଼ିଶାରେ ତିଆରି ଟସର ସିଲ୍କ ଶାଢୀ ହୋଇଥାଇ ପାରେ ।

Union Budget 2024 (ANI)
Union Budget 2024 (ANI)

ନିର୍ମାଳଙ୍କ ଶାଢୀର ବାର୍ତ୍ତା:ଫେବୃଆରୀ 1 ତାରିଖରେ ଅନ୍ତରୀଣ ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଣା ସୀତାରମଣ । ଏହି ସମୟରେମଧ୍ୟ ତାଙ୍କ ଶାଢୀ ଚର୍ଚ୍ଚାକୁ ଆସିଥିଲା । ନୀଳ ଓ କ୍ରିମ ରଙ୍ଗର 'କାନ୍ଥା ଷ୍ଟିଚ' କାମ ଥିବା ଶାଢୀ ପିନ୍ଧି ଚଞ୍ଚଳ ଓ ଗତିଶୀଳତାର ବାର୍ତ୍ତା ଦେଇଥିଲେ। 2023ରେ ଲାଲ ଓ କଳା ରଙ୍ଗର ଶାଢୀ ସହ ସାହାସ, ପ୍ରେମ ଓ ପ୍ରତିଶୃତିର ବାର୍ତ୍ତା ଦେଇଥିଲେ । 2022ରେ ଓଡ଼ିଶାର ପାରମ୍ପରିକ ବୋମକାଇ ଶାଢୀ ସହ ନିରାପତ୍ତାର ବାର୍ତ୍ତା ଦେଇଥିଲେ । 2021ରେ ପୋଞ୍ଚାମପଲ୍ଲି ଶାଢୀ ସହ ନିଷ୍ଠାର ବାର୍ତ୍ତା, 2020ରେ ହଳଦିଆ ରଙ୍ଗର ଶାଢୀ ପିନ୍ଧି ସମୃଦ୍ଧିର ବାର୍ତ୍ତା, 2019 ବଜେଟ ଉପସ୍ଥାପନ ବେଳେ ପିଙ୍କ ରଙ୍ଗର ଶାଢି ପିନ୍ଧି 'ଭୋକାଲ ଫର ଲୋକାଲ' ବାର୍ତ୍ତା ଦେଇଥିଲେ ନିର୍ମଳା ।

Union Budget 2024 (ANI)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details