ଓଡିଶା

odisha

ETV Bharat / bharat

Union Budget 2024: ପୂର୍ବ-ଭାରତକୁ ସାମଗ୍ରିକ ଫୋକସ, କିନ୍ତୁ ଓଡିଶାକୁ ମିଳିଲାନି ସ୍ବତନ୍ତ୍ର ପ୍ୟାକେଜ - UNION BUDGET 2024 - UNION BUDGET 2024

Union budget 2024: ପୂର୍ବ-ଭାରତକୁ ସାମଗ୍ରିକ ଫୋକସ, କିନ୍ତୁ ଓଡିଶାକୁ କୌଣସି କ୍ଷେତ୍ରରେ ମିଳିଲାନି ସ୍ବତନ୍ତ୍ର ପ୍ୟାକେଜ । ଆନ୍ଧ୍ର ପ୍ରଦେଶ ଓ ବିହାରକୁ ପ୍ୟାକେଜ ବର୍ଷା । ଅଧିକ ପଢନ୍ତୁ

Union budget 2024: ପୂର୍ବ-ଭାରତକୁ ସାମଗ୍ରିକ ଫୋକସ, କିନ୍ତୁ ଓଡିଶାକୁ ମିଳିଲାନି ସ୍ବତନ୍ତ୍ର ପ୍ୟାକେଜ
Union budget 2024: ପୂର୍ବ-ଭାରତକୁ ସାମଗ୍ରିକ ଫୋକସ, କିନ୍ତୁ ଓଡିଶାକୁ ମିଳିଲାନି ସ୍ବତନ୍ତ୍ର ପ୍ୟାକେଜ (ETV Bharat Odisha)

By ETV Bharat Odisha Team

Published : Jul 23, 2024, 12:57 PM IST

Updated : Jul 23, 2024, 3:31 PM IST

ହାଇଦ୍ରାବାଦ:ତୃତୀୟ ପାଳିରେ ପ୍ରଥମସାଧାରଣ ବଜେଟରେ ପୂର୍ବ-ଭାରତକୁ ସ୍ବତନ୍ତ୍ର ଫୋକସ ଦେଇଛି ମୋଦି ସରାକର । ଓଡ଼ିଶା, ବିହାର, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ ଯୋଜନା । ଭିତ୍ତିଭୂମି, ଶିଳ୍ପ, ଯୋଗାଯୋଗ, ଦକ୍ଷତା ବିକାଶ, ନିଯୁକ୍ତି, ଗବେଷଣା ପରି ବିଭିନ୍ନ କ୍ଷେତ୍ରରେ ଆଖିଦୃଶିଆ ବ୍ୟୟବରାଦ ହୋଇଛି । ହେଲେ ଅନ୍ୟତମ ପୂର୍ବ-ଭାରତୀୟ ରାଜ୍ୟ ଓଡିଶାକୁ ସେପରି କିଛି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇନି । ଚଳିତ ସାଧାରଣ ନିର୍ବାଚନ ଫଳାଫଳର ଛାପ ଚଳିତ ବଜେଟରେ ମଧ୍ୟ ପ୍ରତିଫଳିତ ହେବା ପରି ବ୍ୟୟବରାଦ ହୋଇଛି । ମୋଦି ସରକାର ତୃତୀୟ ପାଳିର ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ଆନ୍ଧ୍ର ପ୍ରଦେଶ ଓ ବିହାରକୁ ଏକାଧିକ ସ୍ପେଶାଲ ପ୍ଯାକେଜ ସହ ହାତଖୋଲା ବ୍ଯୟବରାଦ ଦେଇଛନ୍ତି ମୋଦି ସରକାର ।

ବଜେଟକୁ ନେଇ ଏମିତି କହିଲେ କଂଗ୍ରେସ ବିଧାୟିକା ସୋଫଆ (ETV Bharat odisha)

ଓଡିଶାରେ କୌଣସି କ୍ଷେତ୍ର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ହୋଇନି । ‘ପୂର୍ବୋଦୟ’ ଅଭିଯାନରେ ଓଡିଶା ଭାଗିଦାରୀ ଅନୁଦାନ ପାଇବ । ଏହା ବ୍ୟତୀତ ଓଡିଶାର ପର୍ଯ୍ୟଟନ ଶିଳ୍ପ ପାଇଁ ବ୍ୟବବରାଦ ଘୋଷଣା କରାଯାଇଛି । ମନ୍ଦିର, ବନ୍ୟଜନ୍ତୁ, ସାମୁଦ୍ରିକ ସମ୍ପଦ ପାଇଁ ଓଡ଼ିଶା ଜଣାଶୁଣା । ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ । ତେବେ ଓଡିଶା ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ନହେବାକୁ ସମାଲୋଚନା କରିଛି ବିଜୁ ଜନତା ଦଳ । ଓଡିଶା ପ୍ରତି ବଜେଟରେ ଚରମ ଅବହେଳା କରାଯାଇଥିବା ବିଜେଡି ନେତା ଅଶ୍ବିନୀ ପାତ୍ର, ଅରୁଣ ସାହୁ, ଅମର ଶତପଥୀ ପ୍ରମୁଖ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ସାଧାରଣ ବଜେଟ: କେଉଁ କ୍ଷେତ୍ରକୁ କେତେ ବ୍ୟୟବରାଦ, ଜାଣନ୍ତୁ ହାଇଲାଇଟ୍ସ - BUDGET HIGHLIGHTS 2024

ଓଡିଶାର ପର୍ଯ୍ୟଟନ କ୍ଷେତ୍ରକୁ ବୟବରାଦ କଟକର ପର୍ଯ୍ୟଟନର ବିକାଶରେ ସହାୟକ ହେବ, କିନ୍ତୁ ଏହା ତୃଣମୂଳସ୍ତରରେ ପହଞ୍ଚିବା ଆବଶ୍ୟକ ବୋଲି କହିଛନ୍ତି କଟକ-ବାରବାଟୀର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସୋଫିଆ କହିଛନ୍ତି,‘‘ ଓଡିଶା ପର୍ଯ୍ୟଟନର ବିକାଶ ପାଇଁ ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି । କଟକ ଭଳି ପୁରୁଣା ସହରର ଐତିହ୍ୟ ପାଇଁ ଅର୍ଥର ଆବଶ୍ୟକତା ଥିଲା । କଟକରେ ପାରମ୍ପରିକ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଆମେ ସ୍ୱର ଉଠାଇଥିଲୁ । କଟକ ହଜାରେ ବର୍ଷର ସହର । ଏହାର ଉଭୟ ପାର୍ଶ୍ବରେ ନଦୀ ରହିଛି । ଏହାକୁ ଆମେ ଚାହିଁଲେ ପର୍ଯ୍ୟଟନର ବିକାଶ କରିପାରିବା । ଆମେ ଏହି ଦିଗରେ ନିଶ୍ଚୟ ଚେଷ୍ଟା କରିବା । ଆଗକୁ ଖାଲି କଟକ ନୁହେଁ ସାରା ଓଡ଼ିଶାର ପର୍ଯ୍ୟଟନର ଦ୍ରୁତ ଉନ୍ନତି କରାଯାଉ ।’’

ଭିଟଭି ଭାରତ, ଭୁବନେଶ୍ବର

Last Updated : Jul 23, 2024, 3:31 PM IST

ABOUT THE AUTHOR

...view details