ଲକ୍ଷ୍ନୌ: ଭାଣିଜୀକୁ ହତ୍ୟା କଲେ ମାମୁଁ-ମାଇଁ । ଭାଣେଜୀର ପ୍ରେମ ସମ୍ପର୍କୁ ନେଇ ଥିଲେ ନାରାଜ । ଉତ୍କ୍ଷୀପ୍ତ ହୋଇ ଭାଣେଜୀର ଗଳା ଚିପି ହତ୍ୟା କରିବା ସହ ମୃତଦେହକୁ ନେଇ ପୋଡିଦେଲେ । ଘଟଣାରେ ଅଭିଯୁକ୍ତ ମାମୁଁ ଓ ମାଇଁଙ୍କୁ ଗିରଫ କରିଛି ପୋଲିସ । ତେବେ ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ ।
ସୂଚନା ଅନୁସାରେ, ଗତକାଲି (ସୋମବାର) ଉତ୍ତର ପ୍ରଦେଶ ମେରଠର ଭବନପୁର ପୋଲିସ ଷ୍ଟେସନ ଅଞ୍ଚଳର ଛିଲୋରା ଗାଁରେ ଏକ ଯୁବତୀଙ୍କ ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା । ଏନେଇ ପୋଲିସ ଖବର ପାଇବା ପରେ ଯୁବତୀଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ଚିହ୍ନଟ କରିବା ସହ ଏହି ଘଟଣାର ଖୁଲାସା କରିଛି । ପୋଲିସର ସୂଚନା ଅନୁସାରେ, ଛିଲୋରା ଗାଁ 21 ବର୍ଷିୟା ଯୁବତୀ ତିଶାଙ୍କର ଗାଁର ଜଣେ ଯୁବକଙ୍କ ସହ ପ୍ରମେ ସମ୍ପର୍କ ଗଢ଼ି ଉଠିଥିଲା । ପାଞ୍ଚ ଦିନ ପୂର୍ବେ ତିଶା ଉକ୍ତ ଯୁବକ ସହିତ ଘରୁ ପଳାଇବା ସହ ପୁଣିଥରେ ଘରକୁ ଫେରି ଆସିଥିଲେ । ଯାହାକୁ ତାଙ୍କ ପରିବାର ଲୋକ ବିରୋଧ କରିଥିଲେ । ଉକ୍ତ ଯୁବକଙ୍କ ସହ ସମ୍ପର୍କ ନରଖିବା ପାଇଁ ପରିବାର ଲୋକେ ତିଶାଙ୍କୁ କହିଥିଲେ । କିନ୍ତୁ ତିଶା ଏଥିରେ ନାରାଜ ଥିଲେ ।