ଓଡିଶା

odisha

By ETV Bharat Odisha Team

Published : Mar 19, 2024, 8:13 AM IST

ETV Bharat / bharat

ମୋଦିଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

TMC MP Files Complaint Against Modi: ନିର୍ବାଚନ ପ୍ରଚାରରେ ମୋଦି ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ । ଇସିଙ୍କୁ ଚିଠି ଲେଖିଲେ ଟିଏମସି ସାଂସଦ ସାକେତ ଗୋଖଲେ । ଅଧିକ ପଢନ୍ତୁ

TMC MP Files Complaint Against Modi
TMC MP Files Complaint Against Modi

କୋଲକାତା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଲେ ଟିଏମସି ସାଂସଦ ସାକେତ ଗୋଖଲେ । ଏନେଇ ସେ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି । ମୋଦି ଆନ୍ଧ୍ରପ୍ରଦେଶ ପାଲନାଡୁ ଜିଲ୍ଲାର ଚିଲକଲୁରିପେଟରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଭାରତୀୟ ବାୟୁସେନାର ହେଲିକପ୍ଟରକୁ ବ୍ୟବାହର କରିଥିବା ସାକେତ ଚିଠିରେ ଉଲ୍ଲେଖ କରିଛନ୍ତି । ଇସି ନିକଟରେ କରିଥିବା ଏହି ଅଭିଯୋଗ ପତ୍ରକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଲୋକସଭା ନିର୍ବାଚନ ପୂର୍ବରୁ ECIଙ୍କ ବଡ଼ ଅଦଳବଦଳ: ହଟିଲେ ପଶ୍ଚିମବଙ୍ଗ DGP, ବଦଳିଲେ 6 ରାଜ୍ୟର ଗୃହସଚିବ

ଏକ୍ସରେ ଟ୍ବିଟ୍ କରି ଟିଏମସି ସାଂସଦ କହିଛନ୍ତି ଯେ, ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ECI ନିକଟରେ ଅଭିଯୋଗ କରିଛି । ଗତକାଲି (ସୋମବାର) ଆନ୍ଧ୍ରପ୍ରଦେଶର ପାଲନାଡୁସ୍ଥିତ ଏସି 96-ଚିଲକାଲୁରିପେଟରେ ଏକ ନିର୍ବାଚନ ରାଲିରେ ଯୋଗଦେବା ପାଇଁ ଭାରତୀୟ ବାୟୁସେନା ହେଲିକପ୍ଟର ବ୍ୟବହାର କରିଥିଲେ ମୋଦି । ଏନେଇ ତାଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ମୁଁ ଅଭିଯୋଗ ଦାଖଲ କରିଛି । ନିର୍ବାଚନୀ ପ୍ରଚାରରେ ରାଷ୍ଟ୍ରୀୟ ସମ୍ପତ୍ତି ବ୍ୟବହାର କରିବାକୁ ବାରଣ କରାଯାଇଛି । ଏହି କାରଣରୁ ଇନ୍ଦିରା ଗାନ୍ଧୀ 1975 ମସିହାରେ ଅଯୋଗ୍ୟ ହୋଇଥିଲେ । ଯଦି IAF ଚପରକୁ ବିଜେପି ଭଡା ଦେଇଥାଏ, ତେବେ EC ସମସ୍ତଙ୍କୁ ଜଣାଇବା ଦରକାର IAF ଚପର କାହିଁକି ଜରୁରୀ ଥିଲା ।

ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ଓ ଜେଡ ପ୍ଲସ ସୁରକ୍ଷା ପାଉଥିବା ଅନ୍ୟମାନେ ଜରୁରୀ ସୁରକ୍ଷା ବ୍ୟବସ୍ଥା ଭିଭିଆଇପି ହେଲିକପ୍ଟର ବ୍ୟବହାର କରନ୍ତି । କିନ୍ତୁ ମୋଦି କାହିଁକି ବାୟୁସେନା ହେଲିକପ୍ଟର ବ୍ୟବହାର କଲେ ତାହା ଇସି ଆମକୁ ଜଣାନ୍ତୁ । ଲୋକସଭା ନିର୍ବାଚନ ତାରିଖ ଘୋଷଣା ସମୟରେ ଆଚରଣ ବିଧି ଉଲ୍ଲଂଘନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗ କହିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଇସି କ'ଣ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ଅପେକ୍ଷା ।

ଟିଏମସି ସାଂସଦ ସାକେତ ଗୋଖଲେ ଇସି ନିକଟକୁ ପଠାଇଥିବା ଅଭିଯୋଗ ପତ୍ରକୁ ଏକ୍ସରେ ସେୟାର କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ବ୍ୟବହାର କରିଥିବା ହେଲିକପ୍ଟରର ଫଟୋ ମଧ୍ୟ ଅପଲୋଡ କରିଛନ୍ତି । ଗତ ଶନିବାର ଦେଶରେ ଲୋକସଭା ନିର୍ବାଚନ ସହ 4ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ଏହାପରେ ସାରା ଦେଶରେ ଆଚରଣ ବିଧି ଲାଗୁ ହୋଇଥିଲା ।

ABOUT THE AUTHOR

...view details