ଓଡିଶା

odisha

ETV Bharat / bharat

ପ୍ରଥମ ଥର ପିରାନ କଲିୟାରରେ ଉଡ଼ିଲା ତ୍ରିରଙ୍ଗା, ମଦ୍ରାସାରେ ପିଲା ପଢିବେ ପ୍ରଭୁ ଶ୍ରୀରାମଙ୍କ କାହାଣୀ - Piran Kaliyar Muslim shrine

Piran Kaliyar Muslim Shrine: ଉତ୍ତରାଖଣ୍ଡ ହରିଦ୍ବାର ଜିଲ୍ଲାର ରୋଡକୀ ନିକଟସ୍ଥ ବିଶ୍ବପ୍ରସିଦ୍ଧ ପିରାନ କଲିୟାର ସରିଫ ମସଜିଦରେ ଗଣତନ୍ତ୍ର ଦିବସ ଅବସରରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉଡ଼ିଛି । ଅଧିକ ପଢ଼ନ୍ତୁ

ପିରାନ କଲିୟାର
ପିରାନ କଲିୟାର

By ETV Bharat Odisha Team

Published : Jan 27, 2024, 10:30 PM IST

ପିରାନ କଲିୟାର

ଡେରାଡୁନ: ଦେଶର ଏମିତି ଏକ ଜାଗା ଅଛି ଯେଉଁଠାରେ ଜାତୀୟ ପତାକା ଉଡିନଥିଲା । ଦେଶ ସ୍ବାଧୀନ ହେବା ପରେ ଗତକାଲି ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ଜାତୀୟ ପତାକା ଉଡିଛି । ଏମିତି ଏକ ଜାଗା ହେଉଛି ଉତ୍ତରାଖଣ୍ଡ ହରିଦ୍ବାର ଜିଲ୍ଲାର ରୋଡକୀ ନିକଟସ୍ଥ ବିଶ୍ବପ୍ରସିଦ୍ଧ ପିରାନ କଲିୟାର ସରିଫ ମସଜିଦ । ଯେଉଁଠାରେ ଗଣତନ୍ତ୍ର ଦିବସ ଅବସରରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉଡ଼ିଛି । ଲୋକମାନେ "ଭାରତ ମାତା କି ଜୟ ଓ ହିନ୍ଦୁସ୍ତାନ ଜିନ୍ଦାବାଦ" ନାରା ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବରେ ଉତ୍ତରାଖଣ୍ଡ ୱାକ୍ଫ ବୋର୍ଡ ଅଧ୍ୟକ୍ଷ ଶାଦାବ ଶାମ୍ସ ଯୋଗ ଦେଇଥିଲେ ।

ପ୍ରଥମ ଥର ପାଇଁ ପିରାନ କଲିୟାର ସରିଫ ମସଜିଦରେ ଉଡ଼ିଲା ତ୍ରୀରଙ୍ଗା: ତେବେ ଗଣତନ୍ତ୍ର ଦିବସ ଅବସରରେ ଏଠାରେ ପ୍ରଥମ ଥର ପାଇଁ ତ୍ରୀରଙ୍ଗା ଉତ୍ତୋଳନ କରାଯାଇଥିବା ବେଳେ ଉପସ୍ଥିତ ଥିବା ଲୋକମାନେ କହିଛନ୍ତି ଯେ, ପ୍ରଥମଥର ପାଇଁ ଏଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଛି । ଏହାସହ ଜାତୀୟ ସଂଗୀତ ମଧ୍ୟ ଗାନ କରାଯାଇଛି । ଭାରତ ମାତା କି ଜୟ ଧ୍ବନୀରେ ସାରା ମସଜିଦ ପରିସର ପ୍ରତିଧ୍ବନୀତ ହୋଇଥିଲା । ସେପଟେ ଶାଦାବ କହିଛନ୍ତି," ଏଠାରେ ପ୍ରଥମ ଥର ପାଇଁ ତ୍ରୀରଙ୍ଗା ଉଡ଼ାଇବାର ସୁଯୋଗ ପାଇଛି । ଯେଉଁଥିପାଇଁ ମୁଁ ବହୁତ ଖୁସି ଅଛି । ଭାରତ ମାତାକୁ ମୁଁ ସଲାମ କରୁଛି । ଦେଶ ଭିତରେ ଏଭଳି କୌଣସି ସ୍ଥାନ ରହିବା ଉଚିତ ନୁହେଁ, ଯେଉଁଠାରେ ତ୍ରିରଙ୍ଗା ଉଡାଯିବ ନାହିଁ । ଆମେ ବିଶ୍ବାସ କରୁ ଯେ, ଦେଶ ପ୍ରଥମ, ଧର୍ମ ଦ୍ୱିତୀୟ । ଏଥିପାଇଁ ରାଷ୍ଟ୍ର ହେଉଛି ସର୍ବୋଚ୍ଚ । ମୁଁ ଜଣେ ଭାରତୀୟ ମୁସଲିମ । ପ୍ରଥମେ ଦେଶ, ପରେ ମୁଁ ମୁସଲିମ । "

ଶାଦାବ ଏହା ମଧ୍ୟ କହିଛନ୍ତି, "ଆଧୁନିକ ମାଦ୍ରାସରେ ଆମେ ଔରଙ୍ଗଜେବଙ୍କ ବିଷୟରେ ପଢାଇବା ବଦଳରେ ଭଗବାନ ରାମଙ୍କ ବିଷୟରେ ଏବଂ ଆମ ନବି ବିଷୟରେ ଶିକ୍ଷା ଦିଆଯିବ । ଆମେ ହିନ୍ଦୁସ୍ଥାନୀ । ଆମର DNA ଭଗବାନ ରାମଙ୍କ ସହ ମେଳ ଖାଉଛି । ଏଥିପାଇଁ ଆମେ ନିଷ୍ପତ୍ତି ନେଇଛୁ ଯେ, ମାର୍ଚ୍ଚ ମାସରୁ ଆରମ୍ଭ ହେବାକୁ ଯାଉଥିବା ଆଧୁନିକ ମାଦ୍ରାସରେ ପ୍ରଭୁ ଶ୍ରୀରାମଙ୍କ ବିଷୟରେ ପଢ଼ାଯିବ ।"

ଏହା ମଧ୍ୟ ପଢ଼ନ୍ତୁ....ଭାଇଚାରାର ନିଦର୍ଶନ: ପାକିସ୍ତାନୀ ତୀର୍ଥଯାତ୍ରୀଙ୍କୁ ଗୀତା, ରୁଦ୍ରାକ୍ଷ ଭେଟି ଦେଲେ ଉତ୍ତରାଖଣ୍ଡ ସରକାର

ପିରାନ କଲିୟାର ସମ୍ପର୍କରେ ଜାଣନ୍ତୁ: ପିରାନ କଲିୟାର ହେଉଛି ମୁସଲମାନ ସମ୍ପ୍ରଦାୟର ସବୁଠାରୁ ବଡ଼ ଧାର୍ମିକ ସ୍ଥଳ ମଧ୍ୟରୁ ଗୋଟିଏ । ଏହି ଦର୍ଘା ହରିଦ୍ବାର ଜିଲ୍ଲାର ରୋଡକୀ ନିକଟରେ ଅବସ୍ଥିତ । ଏହାକୁ ହଜରତ ମଖଦୁମ ଆଲାଉଦ୍ଦିନ ଅଲି ଅହମ୍ମଦ ସାବୀର ମଧ୍ୟ କୁହାଯାଏ । ମୁସଲମାନମାନଙ୍କ ମଧ୍ୟରେ ଏହି ଧାର୍ମିକ ସ୍ଥାନ ପ୍ରତି ବହୁତ ସମ୍ମାନ ରହିଛି । ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଏବଂ ପାକିସ୍ତାନରୁ ମଧ୍ୟ ଭକ୍ତମାନେ ପ୍ରତିବର୍ଷ ଏଠାକୁ ଆସନ୍ତି । କେବଳ ମୁସଲମାନ ନୁହଁନ୍ତି ବରଂ ହିନ୍ଦୁମାନେ ମଧ୍ୟ ଏଠାକୁ ଆସିଥାନ୍ତି । ଏହାକୁ ରହସ୍ୟମୟ ଶକ୍ତିର ସ୍ଥାନ ମଧ୍ୟ କୁହାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details