ଓଡିଶା

odisha

By ETV Bharat Odisha Team

Published : Mar 13, 2024, 10:57 PM IST

ETV Bharat / bharat

କୋର୍ଟ ପରିସରରେ ଟ୍ରାନ୍ସଫର୍ମର ଫାଟି 2 ମୃତ, ଏକାଧିକ ଆହତ

Patna Civil Court Accident : ପାଟନା ସିଭିଲ କୋର୍ଟ ପରିସରରେ ଟ୍ରାନ୍ସଫର୍ମର ଫାଟି 2 ମୃତ । ଏକାଧିକ ଆହତ । ମୃତକଙ୍କ ମଧ୍ୟରେ ଜଣେ ଆଇନଜୀବୀ । ଅଧିକ ପଢନ୍ତୁ

କୋର୍ଟ ପରିସରରେ ଟ୍ରାନ୍ସଫର୍ମର ଫାଟି ଜଣେ ଓକିଲ ମୃତ, ଏକାଧିକ ଆହତ
କୋର୍ଟ ପରିସରରେ ଟ୍ରାନ୍ସଫର୍ମର ଫାଟି ଜଣେ ଓକିଲ ମୃତ, ଏକାଧିକ ଆହତ

କୋର୍ଟ ପରିସରରେ ଟ୍ରାନ୍ସଫର୍ମର ଫାଟି 2 ମୃତ, ଏକାଧିକ ଆହତ

ପାଟନା: ସିଭିଲ କୋର୍ଟ ପରିସରରେ ବଡ ଅଘଟଣ । ଟ୍ରାନ୍ସଫରମର ଫାଟି ଜଣେ ଆଇନଜୀବୀଙ୍କ ମୃତ୍ୟୁ ହୋଇଛି । ଏକାଧିକ ଆହତ ହୋଇଥିବା ମଧ୍ୟ ସୂଚନା ମିିଳିଛି । ଆଜି କୋର୍ଟ କାର୍ଯ୍ୟ ଜାରି ରହିଥିବା ବେଳେ ଅପରାହ୍ନ ପ୍ରାୟ 2ଟା ବେଳେ ଏହି ଅଘଟଣ ଘଟିଥିଲା । ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା କୁହାଯାଉଛି । ଆହତମାନଙ୍କୁ ପାଟଣାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି ସେମାନଙ୍କ ମଧ୍ୟରେ ଏକାଧିକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ମୃତକଙ୍କ ମଧ୍ୟରେ ଜଣେ କାର୍ଯ୍ୟରତ ଆଇନଜୀବୀ ମଧ୍ୟ ରହିଛନ୍ତି । ତାଙ୍କ ନାମ ଦେବେନ୍ଦ୍ର ଯାଦବ ବୋଲି ଚିହ୍ନଟ ହୋଇଛି । ଆହତଙ୍କ ମଧ୍ୟରେ ପ୍ରକାଶ କୁମାର (65 ବର୍ଷ), ହରିନାରାୟଣ ଗୁପ୍ତା (65 ବର୍ଷ), ଜିତେନ୍ଦ୍ର କୁମାର (32 ବର୍ଷ) ଅଛନ୍ତି । ପ୍ରାଥମିକ ଚିକିତ୍ସା ପରେ ମନୀଷ କୁମାର ନାମକ ଜଣେ ଆହତଙ୍କୁ ଡିସଚାର୍ଜ ମଧ୍ୟ କରାଯାଇଛି ।

ଅଘଟଣ ପରେ ଓକିଲମାନେ ଧର୍ମଘଟରେ ବସିଥିଲେ । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ । ସ୍ଥାନୀୟ ପୋଲିସ ଷ୍ଟେସନ ଏବଂ ଅନ୍ୟ ବରିଷ୍ଠ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । କୋର୍ଟ ପରିସରରେ ଅବ୍ୟବସ୍ଥା ଅଭିଯୋଗରେ ଉତ୍ତେଜିତ ଓକିଲମାନେ ସିଭିଲ କୋର୍ଟ ଫାଟକରେ ତାଲା ପକାଇବା ସହ ଧର୍ମଘଟ ଆରମ୍ଭ କରିଥିଲେ । ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଓକିଲମାନଙ୍କୁ ଦୀର୍ଘ ସମୟ ଧରି ବୁଝାସୁଝା କରିବା ପରେ ସ୍ଥିତିରେ ସୁଧାର ଆସିଥିଲା । ମୃତକଙ୍କ ପରିବାରକୁ 20 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ଆଇନଜୀବୀ ସଂଘ ପକ୍ଷରୁ ଦାବି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ‘ସଠିକ୍‌ ସମୟରେ ସାର୍ବଜନୀନ କରାଯିବ ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ’

ତେବେ କୋର୍ଟ ପରିସରରେ ଏପରି ଅବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋର୍ଟ ପରି ଏକ ବ୍ୟସ୍ତବହୁଳ ସ୍ଥାନରେ ସାଧାରଣ ଲୋକ ଓ ଆଇନଜୀବୀଙ୍କର ଭିଡ ଦେଖିବାକୁ ମିଳିଥାଏ । ଏପରି ସ୍ଥାନରେ ଏପରି ଅବ୍ୟବସ୍ଥା ଓ ବିଜୁଳି ବିଭାଗର ଦାୟିତ୍ବହୀନତା ସମସ୍ତଙ୍କୁ ଚିନ୍ତିତ କରିଛି । ଆଗମୀ ଦିନରେ କୋର୍ଟ ପରିସରରେ ଆଇନଜୀବୀଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାନଗଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଆଇନଜୀବୀମାନେ ଚେତାବନୀ ମଧ୍ୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details