ମେଷ: ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ । ଆପଣଙ୍କ ସୁନ୍ଦର ବ୍ୟବହାର ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ । ପାରିବାରିକ ତଥା ଘର ବିଷୟରେ ଆଲୋଚନା ମଙ୍ଗଳମୟ ହେବ । ସ୍ବାସ୍ଥ୍ୟରେ ଉନ୍ନତି ଆସିବ । ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ । ଅଟକି ରହିଥିବା କାର୍ଯ୍ୟା ସମାପ୍ତ ହେବ । ପରିବାର ଲୋକଙ୍କ ସହ ବାହାରକୁ ବୁଲାବୁଲି କରିବା ପାଇଁ ଯାଇପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ ।
ବୃଷ: ଆଜି ଦିନଟି ବୁଲାବୁଲି କରିବା ପପାଇଁ ଏକ ଶୁଭ ଦିନ ଅଟେ । ଆପଣ ବିଦେଶକୁ, ବହୁତ ଦୂର ସ୍ଥାନକୁ କିମ୍ୱା ଧାର୍ମିକ ସ୍ଥାନକୁ ନିଜର ଯାତ୍ରା ଆରମ୍ଭ କରିପାରନ୍ତି । ଆପଣ ନିଜର ଦରକାରୀ ଜିନିଷକୁ ବ୍ୟାଗରେ ପୁରାଇ ଯାତ୍ରା ପାଇଁ ପ୍ରସ୍ତୁତ ହେବେ ଏବଂ ବହୁଦିନ ରହଣି ପାଇଁ ନିଜେ ସ୍ଥିରିକୃତ ସ୍ଥାନକୁ ଯାଇ ନୂତନ ସହରରେ କିଛି ନୂତନ କାର୍ଯ୍ୟ କରିବାକୁ ଆଗ୍ରହୀ ହେବେ । ଯେ କୌଣସି ନୂତନ ଦୁଃସାହାସିକ କାର୍ଯ୍ୟରେ ଶୁଭାରମ୍ଭ କରିବେ । ତାହା ପ୍ରଚୁର ଅର୍ଥ ଉପାର୍ଜନ କରିବାର ସୁଯୋଗ ଦେବେ । ଧାର୍ମୀକ ସ୍ଥାନ ପରିଭ୍ରମଣରୁ ଫେରି କିଛି ନୂତନ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇବେ । ବିଦେଶରେ ଥିବା ପ୍ରିୟଜନଙ୍କ ଠାରୁ ଶୁଭ ସମ୍ୱାଦ ପାଇବେ । ସାଧାରଣ ମୁଣ୍ଡବ୍ୟଥା ଓ ସର୍ଦ୍ଦି ଯୋଗୁଁ ଆପଣ ସାମାନ୍ୟ କଷ୍ଟ ପାଇପାରନ୍ତି ।
ମିଥୁନ:ଆଜି କିଛି ଅଦ୍ଭୁତ ଓ ଅପ୍ରୀତିକର ଘଟଣା ଘଟିପାରେ । ତେଣୁ ସତର୍କତା ସହ ରୁହନ୍ତୁ । ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ଲାଗି ରହିବ । ଏଥିରୁ ପରିତ୍ରାଣ ପାଇବାକୁ ହେଲେ ନିଜର ପସନ୍ଦ ମୁତାବକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତୁ । ହତୋତ୍ସାହିତ ହୁଅନ୍ତୁ ନାହିଁ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ନିଜ ମନର ଶାନ୍ତିକୁ ବ୍ୟାହତ ରଖିବାକୁ ହେଲେ ଧ୍ୟାନ ଓ ଯୋଗ କରିବା ପ୍ରୟୋଜନ ଅଟେ । କଥା କହିବା ସମୟରେ ମାପିଚୁପି କଥା କୁହନ୍ତୁ । ପରିଶ୍ରମ ଅନୁସାରେ ଫଳ ମିଳିନପାରେ । ଯାହା ଆପଣଙ୍କୁ ବ୍ୟସ୍ତବିବ୍ରତ କରିପାରେ ।
କର୍କଟ: ଆଜି ଆପଣ ନିଜର ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ କାଟିବେ । ଅର୍ଥ ପ୍ରାପ୍ତି ଯୋଗ ଅଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ ଏବଂ ସହକର୍ମୀଙ୍କ ଦ୍ୱାରା ଉପକୃତ ହେବେ । ପ୍ରିୟଜନଙ୍କ ସହ ଦୂରସ୍ଥାନ ଭ୍ରମଣରେ ଯାଇ ମୌଜ ମଜଲିସ କରିବେ ଏବଂ ଏହି ସ୍ମୃତି ବହୁଦିନ ପାଇଁ ମନେ ରହିବ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ । କର୍ମଚଞ୍ଚଳ ହେବେ । ଭାଗ୍ୟଶାଳୀ ହେବାର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ହସଖୁସିରେ ପୁରି ଉଠିବ ।
ସିଂହ: ଆଜି ଦିନଟି ଆଦୌ ଶୁଭଙ୍କର ନୁହେଁ । ବହୁ ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରିବ । ନିଜକୁ ଦୃଢ ଓ ସ୍ଥିର ରଖନ୍ତୁ । ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ ମଧ୍ୟ ଭାଙ୍ଗି ପଡନ୍ତୁନାହିଁ । ଅଫିସରେ ମଧ୍ୟ ଆପଣ ନିଜ କାର୍ଯ୍ୟକୁ ମନଯୋଗ ସହକାରେ ସମ୍ପୂର୍ଣ୍ଣ କରିପାରିବେନି । ସହକର୍ମୀଙ୍କ ସହଯୋଗ ମିଳିବନି । ସେମାନେ ସମାଲୋଚନା କରିପାରନ୍ତି । ତେଣୁ ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କୁ ନିଜର ନିଷ୍ଠାର ପରୀକ୍ଷା ଦେଇପାରନ୍ତି । ମୋଟାମୋଟି ଭାବେ ଆଜିର ଦିନଟି ଆପଣଙ୍କୁ ଶାନ୍ତି ଦେଇପାରିବନାହିଁ ।
କନ୍ୟା: ଆଜିର ଦିନଟି ବିଦ୍ୟାର୍ଥୀଙ୍କ ପାଇଁ ଏକ କଷ୍ଟପ୍ରଦ ଦିନ ଅଟେ । ନିଜ ସନ୍ତାନଙ୍କର ଅଳି ଅର୍ଦ୍ଦଳି ଯୋଗୁଁ ଆପଣ ନିଜର କାର୍ଯ୍ୟରେ ମନୋନିବେଶ କରିପାରିବେନାହିଁ । ଅର୍ଥ ବିନିଯୋଗ କରିବା ପାଇଁ ଦିନଟି ଶୁଭ ନୁହେଁ । ଆଜି କୌଣସି ସଭା ସମିତିରେ ବା କୌଣସି ଆଲୋଚନାରେ ଭାଗ ନିଅନ୍ତୁ ନାହିଁ । ପୂର୍ବ ଘଟଣାକୁ ଭାବି ଚିନ୍ତିତ ରହିବେ । କଷ୍ଟ ଅନୁସାରେ ଫଳ ମିଳିବ ନାହିଁ । ଆଜି ଟଙ୍କା କାରବାରରୁ ଦୂରେଇ ରୁହନ୍ତୁ । ଖର୍ଚ୍ଚ ବଢ଼ିପାରେ । ଶାରୀରିକ ଓ ମାନସିକ ଭାବରେ ଅସୁସ୍ଥତା ଅନୁଭବ କରିପାରନ୍ତି ।