ମେଷ: ଆଜି ଦିନଟି ଆପଣଙ୍କ ଉପରେ ମଧ୍ୟମ ପ୍ରଭାବ ପକାଇପାରେ । ଆଜି ଆପଣ ଯୋଜନା କରିଥିବା କାର୍ଯ୍ୟରୁ ଶୁଭାରମ୍ଭ କରିବାର ଏକ ଶୁଭ ଦିବସ ଅଟେ । ନୂଆ କାର୍ଯ୍ୟ ମଧ୍ୟ ହାତକୁ ନେଇପାରନ୍ତି । ମାତ୍ର ତରବରିଆ ଭାବେ ଏପରି କୌଣସି ସିଦ୍ଧାନ୍ତ ନେବା ପାଇଁ ତରବର ହୁଅନ୍ତୁ ନାହିଁ । ଅଫିସରେ ଆପଣ ଅତ୍ୟନ୍ତ କଷ୍ଟକର ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରନ୍ତି । ତଥାପି ଆପଣ ବ୍ୟସ୍ତ ନ ହୋଇ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବେ । ମହିଳାମାନେ ନିଜର ଆକ୍ରମଣଶୀଳ ମନୋଭାବ ଓ ଜିହ୍ଵାକୁ ନିଜ ଆୟତରେ ରଖନ୍ତୁ । ଅତିଶୀଘ୍ର ପର୍ଯ୍ୟଟନ ବା ଲଘୁଯାତ୍ରା କରିପାରନ୍ତି ।
ବୃଷ:ଆଜି ଦିନଟି ଆପଣଙ୍କ ପାଇଁ ଆଦୌ ଶୁଭ ନୁହେଁ । ଆପଣ ନିଜର ସିଦ୍ଧାନ୍ତ ନେବାରେ ଏପଟ ସେପଟ ହେଲେ ଆପଣ ବହୁ ସୁଯୋଗକୁ ହାତଛଡା କରିପାରନ୍ତି । ମାତ୍ର ହତାଶ ନ ହୋଇ ଅତିଶୃଙ୍ଖଳିତ ଉପାୟରେ ପ୍ରବେଶ କରିବାର ବାଟ ଖୋଜନ୍ତୁ । ଆଜି କୌଣସି ନୂଆ ଯୋଜନା ବା ଚୁକ୍ତିପତ୍ର କରିବା ଉଚିତ ନୁହେଁ । ସହକର୍ମୀ, ବନ୍ଧୁ ଓ ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତୁ । ନିଜର କ୍ରୋଧଶୀଳ ପ୍ରକୃତିକୁ ବଦଳାନ୍ତୁ । ଭାଇ ଭଉଣୀଙ୍କ ସମ୍ପର୍କ ଭଲ ରହିବ ।
ମିଥୁନ:ବନ୍ଧୁ ଓ ପ୍ରିୟଜନଙ୍କ ସହ ସାମାଜିକ ଜୀବନରେ ମଉଜ ମଜଲିସରେ ସମୟ ବିତାଇବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣ ବନ୍ଧୁ ମାନଙ୍କୁ ରାତ୍ରି ଭୋଜନ ପାଇଁ ଆମନ୍ତ୍ରଣ କରିପାରନ୍ତି କିମ୍ୱା ବାହାରକୁ ଭ୍ରମଣରେ ଯାଇପାରନ୍ତି । ଅର୍ଥ ଲାଭ ହୋଇପାରେ । ମାତ୍ର ଖର୍ଚ୍ଚର ମାତ୍ରାକୁ ସୀମା ଭିତରେ ରଖି ଅଯଥା ଖର୍ଚ୍ଚରୁ ନିବୃତ ହୁଅନ୍ତୁ । ମୂଲ୍ୟହୀନ ଚିନ୍ତାଧାରାକୁ ମୁଣ୍ଡରେ ପୁରାଇ ଦିନଟିକୁ ନଷ୍ଟ କରିବାକୁ ଦିଅନ୍ତୁ ନାହିଁ । ବନ୍ଧୁ ଓ ପ୍ରିୟଜନଙ୍କ ଠାରୁ ଉପହାରର ସୁଅ ଛୁଟିପାରେ ।
କର୍କଟ: ଗ୍ରହ ମାନଙ୍କ ପ୍ରଭାବରୁ ଆପଣ ସବୁବେଳେ ଚିନ୍ତାଗ୍ରସ୍ତ ରହିବେ । ବିଶ୍ରାମହୀନ ଉତ୍କଣ୍ଠିତ ଚିତ୍ତରେ ଶାନ୍ତି ପାଇବେ ନାହିଁ , ତେଣୁ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ , ନଚେତ ମାନସିକ ଅଶାନ୍ତି ଆପଣଙ୍କୁ କୌଣସି ସିଦ୍ଧାନ୍ତରେ ପହଞ୍ଚିବାକୁ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଏହା ଦ୍ୱାରା ଆପଣ ହତୋତ୍ସାହିତ ହୋଇପାରନ୍ତି । ଆପଣ କୌଣସି କାରଣରୁ କାହା ସଙ୍ଗରେ ଯୁକ୍ତିତର୍କ କରି କଳହ କରନ୍ତୁ ନାହିଁ । କାରଣ ଏହା ଆପଣଙ୍କୁ ଉତ୍ତେଜିତ କରି ପରିସ୍ଥିତିକୁ ବିଷାକ୍ତ କରିଦେଇପାରେ । ସତର୍କ ରୁହନ୍ତୁ । ଆଜି ଆପଣଙ୍କର ଅର୍ଥ ହାନି ମଧ୍ୟ ଘଟିପାରେ । ଶରୀରିକ ଅସୁସ୍ଥତା ଲାଗିରହିପାରେ । ତେଣୁ ନିଜର ଆହାର ପ୍ରତି ଯତ୍ନବାନ ହୁଅନ୍ତୁ ।
ସିଂହ: ଆଜି ଦିନଟି ଆପଣଙ୍କୁ ସାଧାରଣ ଭାବେ ଫଳ ପ୍ରଦାନ କରିପାରେ । ଆଜିର ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ମାତ୍ର ଆପଣ ଯଦି ଅନ୍ୟମନସ୍କ ରହିବେ କିମ୍ୱା ଭୁଲ ସିଦ୍ଧାନ୍ତ ନେବେ, ତେବେ ଆପଣ ଏହାର ଲାଭ ଉଠାଇବାକୁ ଅସମର୍ଥ ହେବେ । ଆଜି ଦିନଟି ଶୁଭଙ୍କର ନ ଥିବାରୁ କୌଣସି କାର୍ଯ୍ୟ ନିଜ ହାତକୁ ନିଅନ୍ତୁ ନାହିଁ । ବନ୍ଧୁ ମାନଙ୍କ ଠାରୁ ସାହାଯ୍ୟ ପାଇପାରନ୍ତି ଏବଂ ସେମାନଙ୍କ ଗହଣରେ ଖୁସିରେ ସମୟ କାଟିପାରନ୍ତି । ସୁଖ ପର୍ଯ୍ୟଟନ ପାଇଁ ଯୋଜନା କରିପାରନ୍ତି । ବ୍ୟବସାୟ ଭଲ ଚାଲିବ । ଅର୍ଥ ଲାଭର ସମ୍ଭାବନା ମଧ୍ୟ ଅଛି ।
କନ୍ୟା: ଆଜି ଏକ ଲାଭଜନକ ଦିବସ ଅଟେ । ବହୁଦିନରୁ ଯୋଜନା କରିଥିବା ଅନୁସାରେ ନିଜ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ । ଆପଣଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରେ ଏବଂ ଭବିଷ୍ୟତକୁ ଉଜ୍ଜଳମୟ କରିପାରେ । ଆପଣଙ୍କର ପଦୋନ୍ନତି ହେବାର ଉଜ୍ଜଳ ସମ୍ଭାବନା ଅଛି ଏବଂ କାର୍ଯ୍ୟାଳୟରେ ସମସ୍ତେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । ସରକାରଙ୍କ ଠାରୁ ଅର୍ଥ ଲାଭ ଯୋଗ ଅଛି । ସରକାରଙ୍କ ଠାରୁ ଉପକୃତ ହେବା ଫଳରେ ଆପଣଙ୍କୁ ଅନ୍ୟ କାର୍ଯ୍ୟ କରିବା ସହଜସାଧ୍ୟ ହେବ ।