ଓଡିଶା

odisha

By ETV Bharat Odisha Team

Published : Feb 27, 2024, 10:53 AM IST

Updated : Feb 27, 2024, 11:00 AM IST

ETV Bharat / bharat

ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଏସକର୍ଟ ଗାଡ଼ି ଦୁର୍ଘଟଣା, ଜଣେ ପୋଲିସ ମୃତ

Tejashwi Yadav Escort Vehicle Accident : ପୁର୍ନିଆରେ ତେଜସ୍ବୀ ଯାଦବଙ୍କ ଏସକର୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ତେଜସ୍ବୀ ଯାଦବଙ୍କ ଏସକର୍ଟ ଗାଡି ଦୁର୍ଘଟଣା
ତେଜସ୍ବୀ ଯାଦବଙ୍କ ଏସକର୍ଟ ଗାଡି ଦୁର୍ଘଟଣା

ପାଟନା:ଜନ ବିଶ୍ବାସ ଯାତ୍ରା ସମୟରେ ଦୁର୍ଘଟଣା । ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଜନ ବିଶ୍ବାସ ଯାତ୍ରା ସମୟରେ ସଡକ ଦୁର୍ଘଟଣା । ଏସକର୍ଟ କାର୍ ଦୁର୍ଘଟଣାରେ ଜଣେ ପୋଲିସ କର୍ମୀଙ୍କର ମୃତ୍ୟୁ ହୋଇଛନ୍ତି । ପୁର୍ନିଆର ମୁଫସିଲ ଥାନା କ୍ଷେତ୍ରର ବେଲୋରି ଚୌକ ନିକଟରେ ଏହି ଦୁର୍ଘଟଣା ହୋଇଛି । ତେଜସ୍ବୀ ଯାଦବଙ୍କ ଜନବିଶ୍ବାସ ଯାତ୍ରା ପରେ ପୋଲିସ ଲାଇନକୁ ଫେରୁଥିବା ବେଳେ ସଡକ ଦୁର୍ଘଟଣାରେ ଜଣେ ପୋଲିସଙ୍କର ମୃତ୍ୟୁ ହୋଇଥିବା ବେଲେ ଏକାଧିକ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ରହିଛି ।

ସୂଚନା ଅନୁସାରେ, ତେଜସ୍ବୀ ଯାଦବଙ୍କ କନଭେ ପୁର୍ନିଆରୁ କଟିହାର ଅଭିମୁଖେ ଯାତ୍ରା କରିଥିଲା । ତେବେ ରାସ୍ତାରେ ଗାଡିଟି ନିୟନ୍ତ୍ରଣ ହରାଇ ଅନ୍ୟ ଏକ କାର୍ ସହିତ ଧକ୍କା ହୋଇ ଦୁର୍ଘଟଣାଗସ୍ତ ହୋଇଥିଲା । ଏହି ଘଟଣା ପରେ କେନ୍ଦ୍ରୀୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତ କନେଷ୍ଟବଳଙ୍କୁ ଉଦ୍ଧାର କରି ପୁର୍ନିଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହି ଘଟଣାକୁ ନେଇ ପୋଲିସ ଅଧୀକ୍ଷକ ପୁଷ୍କର କୁମାପର କହିଛନ୍ତି, " ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ କନଭେନକୁ କଟିହାର ବୋର୍ଡର ପର୍ଯ୍ୟନ୍ତ ଛାଡିବାକୁ ଯାଉଥିବା ବେଳେ ଏସକର୍ଟ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା । ପୁର୍ନିଆ ଆଡୁ ଆସୁଥିବା ଏକ କାର ସହିତ ଧକ୍କା ହୋଇଥିଲା । ଫଳରେ ଜଣେ ପୋଲିସକର୍ମୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ କର୍ମୀ ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ପୁର୍ନିଆ ମେଜିକାଲ କଲେଜରେ ଭର୍ତ୍ତି କରାଯାଇଛି । "

ଏହା ମଧ୍ୟ ପଢନ୍ତୁ: ବିହାରରେ ଏବେ ଖେଳ ହେବା ବାକି ଅଛି: ତେଜସ୍ବୀ

ଖବର ଅନୁସାରେ, ତେଜସ୍ବୀ ଯାଦବଙ୍କ ଗାଡି ଦୁର୍ଘଟଣାଗସ୍ତ ହେବା ପରେ ଦୁର୍ଘଟଣାସ୍ଥଳରେ ନରହି କଟିହାର ଅଭିମୁଖେ ଯାତ୍ରା କରିଥିଲେ । ତେଜସ୍ବୀ ଯାଦବଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଦୁର୍ଘଟଣା ପରେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ପ୍ରଥମେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସକର୍ମୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ କଲେଜକୁ ପଠାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରରେ 5ଜଣ ରହିଥିବା ସୂଚନା ରହିଛି । ତେବେ ଘଟଣାସ୍ଥଳରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଗୁରୁତର ରହିଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 27, 2024, 11:00 AM IST

ABOUT THE AUTHOR

...view details