ETV Bharat / state

‘ଖାଲି ହୋଇଯିବ ବିଜେଡି ଶିବିର, ତାଙ୍କ ଦଳରେ କେହି ରହିବେ ନାହିଁ’ - Manmohan samal reaction on bjd

author img

By ETV Bharat Odisha Team

Published : 2 hours ago

Manmohan samal reaction on bjd: ୧୦୦ ଦିନରେ ଏହା ଟ୍ରେଲର । ଆଗକୁ ଫିଲ୍ମ ବାକି ଅଛି । ଖାଲି ହୋଇଯିବ ବିଜେଡ଼ି ଶିବିର, ତାଙ୍କ ଦଳରେ ଆଉ କେହି ରହିବେ ନାହିଁ କହିଲେ ମନମୋହନ ସାମଲ । ଅଧିକ ପଢନ୍ତୁ

Manmohan samal reaction on bjd
Manmohan samal reaction on bjd (ETV Bharat Odisha)

ଭୁବନେଶ୍ବର: ଖାଲି ହୋଇଯିବ ବିଜେଡ଼ି ଶିବିର । ତାଙ୍କ ଦଳରେ ଆଉ କେହି ରହିବେ ନାହିଁ । ବିଜେପିରେ ମିଶିବାକୁ ଅନେକ ଆବେଦନ ଆସୁଛି । ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧିମାନେ କିଛି ଦିନ ତଳେ ବିଜେପିରେ ମିଶିଲେ । ଦୁଇ ରାଜ୍ୟସଭା ସାଂସଦ ବି ବିଜେପିରେ ମିଶିଲେ । ଆଗକୁ ଆହୁରି ଅନେକ ନେତା ବିଜେପିରେ ସାମିଲ ହେବେ ।

ଆଜି ବିଜେଡି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିଥିଲା ବେଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏଭଳି ବୟାନ ରଖିଛନ୍ତି । ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରଙ୍କୁ ଟାର୍ଗେଟ କରିବା ସହିତ ମିଛ କହି ରାଜ୍ୟରେ ଶାସନକୁ ଆସିଥିବା କହିଥିଲେ । ଏହା ପରେ ବିଜେପି ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରାଯାଇଥିଲା । ଏପଟେ ମନମୋହନଙ୍କ ବାୟନ ରାଜ୍ୟରେ ରାଜନୈତିକ ପାରାକୁ ଆହୁରି ଆଧିକ ଗରମ କରିଦେଇଛି ।

ବିଜେପିରେ ମିଶିବା ପାଇଁ ଆବେଦନ କରିଛନ୍ତି ଅନେକ ବିଜେଡ଼ି ନେତା-

ମନମୋହନ ସାମଲ କହିଛନ୍ତି, "ଖାଲି ହୋଇଯିବ ବିଜେଡ଼ି ଶିବିର, ତାଙ୍କ ଦଳରେ ଆଉ କେହି ରହିବେ ନାହିଁ । ବିଜେପିରେ ମିଶିବାକୁ ଅନେକ ଆବେଦନ ଆସୁଛି । ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ମାନେ କିଛି ଦିନ ତଳେ ବିଜେପିରେ ମିଶିଲେ । ଦୁଇ ରାଜ୍ୟସଭା ସାଂସଦ ବି ବିଜେପିରେ ମିଶିଲେ । ଆଗକୁ ଆହୁରି ଅନେକ ନେତା ବିଜେପିରେ ସାମିଲ ହେବେ । ଆମେ କେଉଁଠି କାହାକୁ ବ୍ଲାକମେଲ କରି ଦଳରେ ମିଶାଉ ନାହୁଁ । ନିଜ ଇଚ୍ଛାରେ ସେମାନେ ବିଜେପିରେ ମିଶିବା ପାଇଁ ନିବେଦନ କରୁଛନ୍ତି । ଯଦି ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି ବିଜେଡ଼ି କହୁ ।"

ଏହା ବି ପଢନ୍ତୁ- ‘ଖୁବଶୀଘ୍ର କୋଷ୍ଟାଲ ହାଇଓ୍ବେ ଓ ଭୁବନେଶ୍ବର ରିଙ୍ଗରୋଡ’: ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମନମୋହନ - MANMOHAN SAMAL RETURNS FROM DELHI

ଏହା ବି ପଢନ୍ତୁ-ବିଜେଡି ଜନସଂପର୍କ ପଦଯାତ୍ରା; ମିଛ କହି ବିଜେପି କ୍ଷମତାକୁ ଆସିଛି କହିଲେ ନବୀନ, କଡା ଜବାବ ରଖିଲା ଶାସକଦଳ - BJD Public Relation Padayatra

ବିଜେଡି ପଦଯାତ୍ରାକୁ ଟାର୍ଗଟେ କଲେ ମନମୋହନ ସାମଲ-

"24 ବର୍ଷର ହିସାବ ଦିଅନ୍ତୁ ନବୀନ । କେତେ ପ୍ରତିଶ୍ରୁତି ଦେଇଥିଲେ, କେତେ ପୂରଣ କରିଛନ୍ତି ପଦ ଯାତ୍ରା ବେଳେ ଲୋକଙ୍କୁ କୁହନ୍ତୁ । ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିଛି । ଯଦି ନବୀନ ଏହାକୁ ମିଛ ବୋଲି କହୁଛନ୍ତି, ତାହେଲେ ସତ କଣ କୁହନ୍ତୁ । ସୁଭଦ୍ରା, ଧାନର ଏମଏସପି ବୃଦ୍ଧି ଓ ରତ୍ନଭଣ୍ଡାର ଠାରୁ ଆରମ୍ଭ କରି ଭତ୍ତା ଯାଏଁ ସବୁ ପ୍ରତିଶ୍ରୁତି ପାଳନ କରିଛି ବିଜେପି । 100 ଦିନରେ ଏଇଟା କେବଳ ଟ୍ରେଲର, ଆଗକୁ ଫିଲ୍ମ ବାକି ଅଛି," ବୋଲି କହିଛନ୍ତି ମନମୋହନ ସାମଲ ।

‘ଖାଲି ହୋଇଯିବ ବିଜେଡି’

  • ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ବୟାନ
  • ବିଜେପିରେ ମିଶିବା ପାଇଁ ବହୁ ବିଜେଡି ନେତା ଆବେଦନ କରିଥିବା କହିଲେ
  • ‘ବହୁ ବିଜେଡି ନେତା ଆବେଦନ କରିଛନ୍ତି, ବିଜେଡି ଖାଲି ହୋଇଯିବ’
  • ‘ବିଜେପିରେ ମିଶିବାକୁ ବହୁ ଆବେଦନ ଆସୁଛି, ତାଙ୍କ ଦଳ ଶୂନ୍ୟ ହୋଇଯିବ’
  • ‘ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶିଲେ’
  • ‘୨ ରାଜ୍ୟସଭା ସାଂସଦ ମିଶିଲେ, ଆଗକୁ ଆହୁରି ଅନେକ ନେତା ମିଶିବେ’

ନବୀନଙ୍କୁ ହିସାବ ମାଗିଲେ ବିଜେପି ସଭାପତି ମନମୋହନ ସାମଲ-

ନବୀନ ପଟ୍ଟନାୟକ ୨୪ ବର୍ଷର ହିସାବ ଦିଅନ୍ତୁ । କେତେ ପ୍ରତିଶ୍ରୁତି ଦେଇଥିଲେ, କେତେ ପୂରଣ କରିଛନ୍ତି । ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିଛି । ଯଦି ନବୀନ ଏହାକୁ ମିଛ କହୁଛନ୍ତି, ତାହେଲେ ସତ କଣ କୁହନ୍ତୁ । ‘ସୁଭଦ୍ରା, ଧାନର ଏମ୍‌ଏସ୍‌ପି ବୃଦ୍ଧି, ରତ୍ନଭଣ୍ଡାର, ଭତ୍ତା ପ୍ରତିଶ୍ରୁତି ପୂରଣ କରିଛୁ । ୧୦୦ ଦିନରେ ଏହା ଟ୍ରେଲର, ଆଗକୁ ଫିଲ୍ମ ବାକି ଅଛି କହିଲେ ମନମୋହନ ସାମଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.