ETV Bharat / health

ଦିନକୁ କେତେ ଚିନି ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ? AHA ଦେଲା ଏହାର ଜବାବ - How Much Sugar Eat In A Day

author img

By ETV Bharat Odisha Team

Published : 2 hours ago

How Much Sugar Eat In A Day: ଚିନି ଆମ ଶରୀର ପାଇଁ କେତେ ହାନିକାରକ ତାହା ଅଳ୍ପ ବହୁତ ସମସ୍ତେ ଜାଣନ୍ତି । ଏହା ହୃଦରୋଗଠାରୁ ନେଇ ଡାଇବେଟିସ୍, ବ୍ଲଡପ୍ରେସର ଓ ମେଦବହୁଳତାର କାରଣ ହୋଇଥାଏ । ଏମିତିରେ ଦିନକୁ କେତେ ଚିନି ଖାଇବା ଉଚିତ୍, ଜାଣନ୍ତୁ ଏହି ଖବରରେ

ଦିନକୁ କେତେ ଚିନି ଖାଇବା ଉଚିତ୍ ? ଅଧିକ ସେବନ ହୋଇପାରେ ଏସବୁ ସମସ୍ୟା
ଦିନକୁ କେତେ ଚିନି ଖାଇବା ଉଚିତ୍ ? ଅଧିକ ସେବନ ହୋଇପାରେ ଏସବୁ ସମସ୍ୟା (CANVA)

How Much Sugar you can eat: ଅନେକ ଲୋକଙ୍କ ମିଠା ଭାରି ପ୍ରିୟ । ରସଗୋଲା, ଛେନାପୋଡ, ଗୋଲାପଜାମୁ ନାଁ ଶୁଣିବା ମାତ୍ରେ ପାଟିରେ ଲାଳ ଆସିଯାଏ । ଜନ୍ମଦିନ ହେଉକି କୌଣସି ପର୍ବପର୍ବାଣୀ, ବିଭିନ୍ନ ପ୍ରକାର ମିଷ୍ଠାନ୍ନ ପ୍ରସ୍ତୁତ ହୋଇଥାଏ ଘରେ । ହେଲେ ଏସବୁ ମିଠା ଜାତୀୟ ଖାଦ୍ୟରେ ଅଧିକ ମାତ୍ରାରେ ଚିନି ରହିଥାଏ ଯାହାକି ଆମ ସ୍ବାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଏ । ସାଧାରଣତଃ ଅଧିକ ମିଠା ଖାଇବାକୁ ଡାକ୍ତରମାନେ ମନା କରନ୍ତି । କାରଣ ଏଥିରେ ଥିବା ଚିନି ଡାଇବେଟିସ୍ ଠାରୁ ନେଇ, ଲିଭର, ହୃଦରୋଗ, ବ୍ଲଡ ପ୍ରେସର ଭଳି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ । ଶରୀର ଓଜନ ବଢାଇବାରେ ମଧ୍ୟ ଏହା କାର୍ଯ୍ୟ କରେ । ଚିନିର ହାନିକାରକ ଗୁଣ ଜାଣି ମଧ୍ୟ ଆମେ ବିଭିନ୍ନ ଦୈନନ୍ଦିନ ଖାଦ୍ୟରେ ଏହାକୁ ଗ୍ରହଣ କରିଥାଉ । ଏମିତିରେ ଦିନକୁ କେତେ ଚିନି ଖାଇବା ଶରୀର ପାଇଁ ଭଲ, ତାହା ଜାଣିବା ଜରୁରୀ ।

ଅତ୍ୟଧିକ ଚିନି ସେବନ ଦ୍ବାରା ଶରୀରରେ ଅଧିକ କ୍ୟାଲୋରୀ ବଢିଥାଏ । ଏହାଦ୍ବାରା ମେଟୋବୋଲିଜିମ କମ୍ ହୋଇପାରେ । ମିଠା ପଦାର୍ଥ, କେକ୍, ବିସ୍କୁଟ, ଚକୋଲେଟ, ଆଇସିକ୍ରିମ, କୋଲ୍ଡଡ୍ରିଙ୍କସ ଇତ୍ୟାଦି ବିଭିନ୍ନ ଖାଦ୍ୟରେ ମାତ୍ରାଧିକ ଚିନି ରହିଥାଏ ।

ପ୍ରତିଦିନ କେତେ ଚିନି ଖାଇପାରିବେ ?

ଆମେରିକା ହାର୍ଟ ଆସୋସିଏସନ (AHA) ଅନୁସାରେ, ଜଣେ ପୁରୁଷ ପ୍ରତିଦିନ 150 କ୍ୟାଲୋରୀ (37.5 ଗ୍ରାମ ବା 9 ଚାମଚ) ଚିନି ସେବନ କରିପାରିବେ । ସେହିପରି ମହିଳା ପ୍ରତିଦିନ 100 କ୍ୟାଲୋରୀ (25 ଗ୍ରାମ ବା 6 ଚାମଚ) ସେବନ କରିବା ଠିକ୍ । ଅର୍ଥାତ୍ ମହିଳାମାନଙ୍କୁ ପରାମର୍ଶ ଦିଆଯାଏ ଯେ, ସେମାନେ ଦୈନିକ 25 ଗ୍ରାମରୁ ଅଧିକ ଚିନି ନ ଖାଇବା ଉଚିତ୍ ।

ଏହାର ବିପରୀତ ଆମେରିକୀୟ ଡାଏଟାରୀ ଗାଇଡଲାଇନ ଲୋକଙ୍କୁ ଦୈନିକ କ୍ୟାଲୋରୀ ସେବନର 10 ପ୍ରତିଶତରୁ କମ୍ ଚିନି ଗ୍ରହଣ କରିବାକୁ ପରାମର୍ଶ ଦିଏ । ଏହି ଅନୁସାରେ ପ୍ରତିଦିନ 2000 କ୍ୟାଲୋରୀ ଖାଉଥିବା ବ୍ୟକ୍ତି 50 ଗ୍ରାମ ଚିନି ଖାଇପାରିବେ, ଯଦି ଆପଣ ସୁସ୍ଥ ଓ ସକ୍ରିୟ ରହିଥାନ୍ତି ତ । ଧ୍ୟାନ ରଖିବା ଜରୁରୀ କି, ଯେପରି ଖାଦ୍ୟରେ ଅତିରିକ୍ତ ଚିନି ସେବନ ନ କରନ୍ତି ।

ଅଧିକ ଚିନି ଖାଉଥିଲେ ହେଉଥିବା ସ୍ବାସ୍ଥ୍ୟ ସମସ୍ୟା:

  • ଅଧିକ ଚିନି ଖାଇଲେ ଓଜନ ବୃଦ୍ଧି ପାଇପାରେ ।
  • ଅତ୍ୟଧିକ ଚିନି ହୃଦରୋଗ ଆଶଙ୍କା ବଢାଇଥାଏ ।
  • ଏହାସହିତ ହାଇ ବ୍ଲଡପ୍ରେସର, ଲିଭର ରୋଗ ଆଶଙ୍କା ମଧ୍ୟ ଥାଏ ।
  • ମୁହଁରେ ଦାଗ, ବ୍ରଣ ଉଠୁଥିଲେ ଅଧିକ ଚିନି ଖାଇବାରୁ ଦୂରେଇ ରୁହନ୍ତୁ । ଏହାଦ୍ବାରା ବ୍ରଣ ଓ ଚର୍ମ କୁଞ୍ଚନ ଭଳି ସମସ୍ୟା ହୋଇଥାଏ ।
  • ଚିନି ଖାଇଲେ ଟାଇପ୍-2 ଡାଇବେଟିସ୍ ହେବାର ଆଶଙ୍କା ବୃଦ୍ଧି ପାଏ
  • ଅଧିକ ଚିନି ଥିବା ଖାଦ୍ୟପଦାର୍ଥ ବ୍ଲଡସୁଗାର ବଢାଇ ଶରୀରରେ ଏନର୍ଜି ସ୍ତର କମ୍ କରିପାରେ ।

Source- https://www.nhs.uk/live-well/eat-well/food-types/how-does-sugar-in-our-diet-affect-our-health/#:~:text=Adults%20should%20have%20no%20more,day%20(5%20sugar%20cubes).

ଏହା ମଧ୍ୟ ପଢନ୍ତୁ: ଆସ୍ଥାମା ରୋଗୀ ଭୁଲରେ କରନ୍ତୁନି ଏହି କାମ, ରୋଗର କାରଣ ଓ ଲକ୍ଷଣ କହିଲେ ଡାକ୍ତର - Asthma symptoms and treatment

ଏହା ମଧ୍ୟ ପଢନ୍ତୁ: କମ୍ ପରିସ୍ରା ହେଉଛି କି ? ପ୍ରୋଷ୍ଟେଟ କ୍ୟାନ୍ସର-ଡାଇବେଟିସ୍‌ ଭଳି ରୋଗର ହୋଇପାରେ ଲକ୍ଷଣ - Less Urination

Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.