ଓଡିଶା

odisha

ସଟ୍ କଟ୍ ରାସ୍ତା ପାଇଁ ଗୁଗୁଲ ମ୍ୟାପକୁ ଭରସା କରି ଫସିଲେ ଚାଳକ

By ETV Bharat Odisha Team

Published : Jan 29, 2024, 11:00 PM IST

SUV Stuck On Stairs : ଗୁଗୁଲ ମ୍ୟାପ ଅନୁସରଣ କରି ଯିବାବେଳେ ସିଢି ଉପରକୁ ଚଢିଗଲା ଗାଡ଼ି । ଆଉ ତା' ପରେ କ'ଣ ହେଲା ଜାଣନ୍ତୁ

ଗୁଗୁଲ ମ୍ୟାପକୁ ଭରସା କରି ଫସିଲେ ଚାଳକ
ଗୁଗୁଲ ମ୍ୟାପକୁ ଭରସା କରି ଫସିଲେ ଚାଳକ

ଚେନ୍ନାଇ:ଗୁଗୁଲ ମ୍ୟାପକୁ ଭରସା କରି ଫସିଲେ ଗାଡ଼ି ଚାଳକ । ଗୁଗୁଲ ମ୍ୟାପ ଅନୁସରଣ କରି ଯିବାବେଳେ ସିଢି ଉପରକୁ ଚଢିଗଲା ଗାଡ଼ି । ଆଉ ସେହି ସ୍ଥାନରେ ଗାଡିଟି ଫସି ରହିଥିଲା । ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକର ଟ୍ରାଇ-ଜନକ୍ସନ କୁହାଯାଉଥିବା ଗୁଡାଲୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ିଟି ସେଠାରୁ ଉଦ୍ଧାର ହୋଇଛି । ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

ବର୍ତ୍ତମାନ ଡିଜିଟାଲର ଯୁଗ ଚାଲିଛି । ତେଣୁ ଯେ କେହେବି ଟେକ୍ନୋଲୋଜି ଉପରେ ନିର୍ଭରଶୀଳ । ଯଦି କେହି କୌଣସି ସ୍ଥାନକୁ ଯାଉଛନ୍ତି ଆଉ ରାସ୍ତା ବିଷୟରେ ଅବଗତ ନାହାନ୍ତି ତେବେ ହାତ ପାହାନ୍ତାରେ ରାସ୍ତାର ସୂଚନା ଦିଏ ମୋବାଇଲ । ଅର୍ଥାତ୍ ଗୁଗୁଲ ମ୍ୟାପର ବ୍ୟବହାର କରି ଆମେ ସହଜରେ ଠିକଣା ପାଇପାରୁ । ହେଲେ ବେଳେବେଳେ ଗୁଗୁଲ୍ ମ୍ୟାପ୍ ଏପରି କିଛି ରାସ୍ତା ଦେଖାଏ ଯେଉଁଥିପାଇଁ ହଇରାଣ ହରକତ ହେବାକୁ ପଡିଥାଏ ।

ଏହାର ଉଦାହରଣ ଦେଖିବାକୁ ମିଳିଛି ତାମିଲନାଡୁର ଗୁଡାଲୁରରେ । ତେବେ ଗୁଡାଲୁର ଏକ ପାହାଡି ଇଲାକା ହୋଇଥିବାବେଳେ ଜଣେ ବ୍ୟକ୍ତି ନିଜର ସାଙ୍ଗମାନଙ୍କ ସହ ସେଠାକୁ ଯାତ୍ରା କରୁଥିଲେ । ବନ୍ଧୁମାନେ ମିଶି ବୁଲିବାକୁ ଯାଇଥିଲେ । ହେଲେ ସମ୍ପୃକ୍ତ ସ୍ଥାନର ରାସ୍ତା ବିଷୟରେ ଅବଗତ ନଥିଲେ । ତେବେ ସେଠାରୁ କର୍ଣ୍ଣାଟକକୁ ଫେରିବା ବାଟରେ ଗାଡ଼ି ଚଳାଉଥିବା ବ୍ୟକ୍ତି ଜଣଙ୍କ ରାସ୍ତା ବିଷୟରେ ଜାଣିବା ପାଇଁ ଗୁଗୁଲ ମ୍ୟାପର ବ୍ୟବହାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ...କଥା ମାନିଲାନି Google Map, ତାତିଲେ ଲୋକେ

ଏହା ମଧ୍ୟ ପଢନ୍ତୁ...ଗୁଗୁଲ ମ୍ୟାପରେ ବାଟ ହୁଡ଼ିଗଲେ ବିଦେଶୀ ପର୍ଯ୍ୟଟକ, ଓଡ଼ିଶାର ଆତିଥ୍ୟ ଦେଖି ମୁଗ୍ଧ

ପରେ ପରେ ଗୁଗୁଲ ମ୍ୟାପ ସେମାନଙ୍କୁ ପୋଲିସ କ୍ବାଟର ଦେଇ ଯାଇଥିବା ଏକ ରାସ୍ତାକୁ ନେଇ ଯାଇଥିଲା । ଏହି ରାସ୍ତାକୁ ସଟ୍ କଟ୍ ୱେ ଭାବେ ଦର୍ଶାଇଥିଲା ଗୁଗୁଲ ମ୍ୟାପ୍ । ଆଉ ତା' ପରେ ପରେ ବହୁତ ଗୁଡ଼ାଏ ସିଢି ପଡିଥିଲା। ଆଉ ଗାଡିଟି ସିଢି ତଳକୁ ଖସି ପଡିଥିଲା । ସେଠାରେ ସେମାନଙ୍କ ଗାଡିଟି ଫସି ରହିଥିଲା । ସମ୍ପୃ୍କ୍ତ ଅଞ୍ଚଳ ଏ ରେସିଡେଣ୍ଟାଲ ଏରିଆ ହୋଇଥିବାବେଳେ ସେମାନେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ପହଞ୍ଚି ଗାଡି଼ଟିକୁ ସେଠାରୁ ହଟାଇବାରେ ସାହାଯ୍ୟ କରିବା ସହ ସେମାନଙ୍କୁ ମୁଖ୍ୟ ରାସ୍ତା ବିଷୟରେ ଜମାଇଛନ୍ତି ।

ABOUT THE AUTHOR

...view details