ମେଷ:ମୀନ ରାଶିରେ ରବିଙ୍କର ଚଳନ ହେବା କାରଣରୁ ଆପଣ ବହୁତ ଖର୍ଚ୍ଚାନ୍ତ ହେବେ । ଏହି ସମୟରେ ଆପଣ ସାମାନ୍ୟ ଆସୁସ୍ଥ ହେବାର ସମ୍ଭାବନା ଅଛି । ଅନ୍ୟ ଦେଶ ସମ୍ବନ୍ଧିତ କାମରେ ଆପଣ ସଫଳତା ପାଇବାର ସମ୍ଭାବନା ଅଛି । ଶତୃମାନେ ଦୁର୍ବଳ ରହିବେ ।
ଉପଚାର-ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ
ବୃଷ:ମୀନ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାର ସମ୍ଭାବନା ଅଛି । ଆପଣଙ୍କ ଆୟ ବୃଦ୍ଧି ହୋଇପାରେ । ଏହି ସମୟରେ ଆପଣ ସମାଜିକ କାମ ପ୍ରତି ମଧ୍ୟ ଆଗ୍ରହ ଦେଖାଇବେ । ଆପଣଙ୍କୁ ବହୁତ ଲୋକ ସାହାଯ୍ୟ କରିବେ ।
ଉପଚାର - ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ
ମିଥୁନ:ମୀନ ରାଶିରେ ରବିଙ୍କର ଚଳନ ସମୟ ଆପଣଙ୍କ ପାଇଁ ଲାଭଦାୟକ ହେବ । ଏହି ସମୟରେ ଆପଣଙ୍କର ଉନ୍ନତି ହେବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ମାତାପିତାଙ୍କର ଆଶିର୍ବାଦ ଲାଭ କରିବେ । ବ୍ୟବସାୟ କରିବା ପାଇଁ ଇଚ୍ଛା କରୁଥିବା ଲୋକମାନେ ଆଗକୁ ବଢ଼ିବା ସହିତ କିଛି କାମ କରିପାରନ୍ତି ।
ଉପଚାର - କୁଙ୍କୁମ ମିଶ୍ରିତ ଜଳରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ
କର୍କଟ:ମୀନ ରାଶିରେ ରବିଙ୍କର ଚଳନ ହେବା ପରର ଗୋଟିଏ ମାସ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ଏହି ସମୟରେ ଆପଣନିଜ ପରିବାର ଲୋକମାନଙ୍କ ସହିତ ଭ୍ରମଣରେ ମଧ୍ୟ ଯିବାର ସମ୍ଭାବନା ଅଛି । ଆପଣ ଅତ୍ମବିଶ୍ୱାସୀ ହେବେ । ଏହି ସମୟ ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ବହୁତ ଭଲ ହେବ ।
ଉପଚାର - ପ୍ରତିଦିନ ସୂର୍ଯ୍ୟାଷ୍ଟକ ଜପ କରନ୍ତୁ
ସିଂହ:ମୀନ ରାଶିକୁ ରବିଙ୍କର ଆଗମନ ହେବା ସହିତ ସେ ତୁରନ୍ତ ଆପଣଙ୍କ ରାଶି ଠାରୁ ଅଷ୍ଟମ ଗୃହରେ ରହିବେ । ଏହି ସମୟରେ ଆପଣ ପୂର୍ବ ଭଳି ସାମାନ୍ୟ ଚିନ୍ତିତ ରହିପାରନ୍ତି । ଗାଡ଼ି ଚଲାଇବା ସମୟରେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ । କିଛି ଲୋକଙ୍କର ପରିବାର କିମ୍ବା ଶ୍ୱଶୁର ଘର ଲୋକଙ୍କ ସହିତ ଯୁକ୍ତିତର୍କ ମଧ୍ୟ ହୋଇପାରେ ।
ଉପଚାର - ପ୍ରତିଦିନ ଶିବ ଭଗବାନଙ୍କର ପଞ୍ଚାକ୍ଷର ମନ୍ତ୍ର ଜପ କରନ୍ତୁ
କନ୍ୟା:ମୀନ ସଂକ୍ରାନ୍ତି ପରଠାରୁ ଗୋଟିଏ ମାସ ସମୟ ଆପଣଙ୍କ ପାଇଁ ସାମାନ୍ୟ କଷ୍ଟଦାୟକ ହୋଇପାରେ । ଏହି ସମୟରେ ଆପଣଙ୍କ ଚିନ୍ତାଧାରା ଅହଂପୂର୍ଣ୍ଣ ହୋଇପାରେ ଏବଂ ନିଜର ଜୀବନସାଥୀ ଏବଂ ବ୍ୟବସାୟ ସହଭାଗୀଙ୍କ ସହିତ ମଧ୍ୟ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ । ଏହି ସମୟରେ ନିଜର ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତୁ ।
ଉପଚାର - ବାପାଙ୍କର ଆଶିର୍ବାଦ ନେଇ କାମ ଆରମ୍ଭ କରନ୍ତୁ