ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗରେ ଶତାବ୍ଦୀ ଏକ୍ସପ୍ରେସ ଉପରେ ପୁଣି ପଥର ମାଡ଼, ଭାଙ୍ଗିଲା ଝରକା କାଚ - Stone pelted in West Bengal

Stone pelted at Howrah-New Jalpaiguri Shatabdi Express: ପୁଣି ଥରେ ଶତାବ୍ଦୀ ଏକ୍ସପ୍ରେସ ଉପରେ ଟେକାମାଡ । ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଖାନା ରେଳ ଷ୍ଟେସନ ଠାରେ ଶତାବ୍ଦୀ ଏକ୍ସପ୍ରେସକୁ ପଥର ମାଡ । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରେ ଶତାବ୍ଦୀ ଏକ୍ସପ୍ରେସ ଉପରେ ପୁଣି ପଥର ମାଡ଼ , ଭାଙ୍ଗିଲା ଝରକାର କାଚ
ପଶ୍ଚିମବଙ୍ଗରେ ଶତାବ୍ଦୀ ଏକ୍ସପ୍ରେସ ଉପରେ ପୁଣି ପଥର ମାଡ଼ , ଭାଙ୍ଗିଲା ଝରକାର କାଚ

By ETV Bharat Odisha Team

Published : Jan 25, 2024, 6:59 AM IST

କୋଲକାତା: ପୁଣି ଥରେ ଶତାବ୍ଦୀ ଏକ୍ସପ୍ରେସ ଉପରେ ଟେକାମାଡ । ପଶ୍ଚିମବଙ୍ଗରେ ଏପରି ଘଟଣା ହୋଇଛି । ଏହି ପଥର ମାଡରେ କାହାର କ୍ଷତି ହୋଇନଥିବା ବେଳେ ଟ୍ରେନର ଝରକା କାଚଗୁଡିକ ଭାଙ୍ଗିଯାଇଛି । ଏ ସମ୍ପର୍କରେ ରେଳ ବିଭାଗର ଅଧିକାରୀ ମାନଙ୍କୁ ସୂଚନା ଦିଆଯାଇଛି । ଏହାସହ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ରେଳ କର୍ତ୍ତୃପକ୍ଷ କହିଛନ୍ତି ।

ଗତ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଖାନା ରେଳଷ୍ଟେସନ ଠାରେ ଶତାବ୍ଦୀ ଏକ୍ସପ୍ରେସକୁ ପଥର ମାଡ କରାଯାଇଥିଲା । ଯାହା ଫଳରେ ହାୱଡାରୁ ନ୍ୟୁ ଜଲପାଇଗୁଡିକୁ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସର ଗୋଟେ କୋଚର ଝରକାର କାଚ କ୍ଷତିଗ୍ରସ୍ତ ହୋଇଛି । ନ୍ୟୁ ଜଲପାଇଗୁଡି ରେଳ ଷ୍ଟେସନର କର୍ମଚାରୀ ଦିଲ୍ଲୀପ କୁମାରଙ୍କ କହିବା ମୁତାବକ ଟ୍ରେନରେ କୋଚ ସଂଖ୍ୟା ସି-୯ର ସିଟ ୪୮ ଓ ୪୯ର ନିକଟରେ ଥିବା ଝରକାର କାଚ ପଥରମାଡ ଯୋଗୁଁ ଭାଙ୍ଗିଯାଇଛି ଏବଂ ଏହା ଦ୍ବାରା କୌଣସି ବି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହେବାର ସୂଚନା ମଧ୍ୟ ନାହିଁ ।

ଏହା ମଧ୍ୟ ପଢନ୍ତୁ ...ଟ୍ରାକ୍ ସଜାଡ଼ିବା ବେଳେ ମାଡ଼ିଗଲା ଟ୍ରେନ, 3 ରେଳ କର୍ମଚାରୀ ମୃତ


ଟ୍ରେନ ସଂଖ୍ୟା ୧୨୦୪୧ ଅପ୍ ହାୱଡା- ନ୍ୟୁ ଜଲପାଇଗୁଡି ଶତାବ୍ଦୀ ଏକ୍ସପ୍ରେସ ଯେତେ ବେଳେ ଖାନା ଷ୍ଟେସନ ଦେଇ ଅତିକ୍ରମ କରୁଥିଲା ସେତେବେଳେ ଝରକା ପଟୁ ଖୁବ ଜୋରରେ ଶଦ୍ଦ ହୋଇଥିଲା । ଯାହାକୁ ଶୁଣି ପାଖରେ ଥିବା ଟ୍ରେନ ଯାତ୍ରୀ ମାନେ ଭୟଭୀତ ହୋଇ ଯାଇଥିଲେ । ଶବ୍ଦର କାରଣ ଯାଞ୍ଚ କରିବା ପରେ ଝରକାର କାଚ ଭାଙ୍ଗି ଯାଇଥିବାର ଦେଖିବାକୁ ପାଇଥିଲେ । ଘଟଣା ପରେ ରେଳ ସୁରକ୍ଷା ବଳ, ସରକାରୀ ରେଲୱେ ପୋଲିସ କର୍ମୀ ମାନଙ୍କ ସହ ମିଶି ନିଜର ଉଚ୍ଚ ଅଧିକାରୀମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ ।

ସୂଚନା ଯୋଗ୍ୟ ଯେ ପଶ୍ଚିମବଙ୍ଗରେ ଗତ ବର୍ଷ ମାର୍ଚ୍ଚ ମାସରେ ଫରକ୍କା ନିକଟରେ ହାୱଡା ଆଡକୁ ଯାଉଥିବା ବନ୍ଦେଭାରତ ଟ୍ରେନ ଉପରେ ଟେକାମାଡ ହୋଇଥିଲା । ଏହା ପୂର୍ବରୁ ଜାନୁଆରୀ ୨୦୨୩ ରେ ସେହି ପଶ୍ଚିମବଙ୍ଗର ଡାଲକୋଲାରେ ନ୍ୟୁ ହାୱଡାରୁ ନ୍ୟୁ ଜଲପାଇଗୁଡି କୁ ଯାଉଥିବା ବନ୍ଦେଭାରତ ଟ୍ରେନ ମଧ୍ୟ ପଥର ମାଡ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details