ଓଡିଶା

odisha

ETV Bharat / bharat

ହେମନ୍ତଙ୍କୁ କୋର୍ଟ ଝଟ୍‌କା, ଦାଦାଙ୍କ ଅନ୍ତିମ ସଂସ୍କାରରେ ହେବେନି ସାମିଲ - Hemant Soren interim bail

Special PMLA Court refuses bail to Hemant Soren: ଦାଦାର ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଖାରଜ କରିଦେଲେ କୋର୍ଟ । ଅଧିକ ପଢନ୍ତୁ

Hemant Soren
Hemant Soren

By ETV Bharat Odisha Team

Published : Apr 27, 2024, 3:38 PM IST

ହାଇଦ୍ରାବାଦ: ଜମି ଘୋଟାଲା ମାମଲାରେ ଗିରଫ ହୋଇଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଝଟକା । ରାଞ୍ଚିର ସ୍ୱତନ୍ତ୍ର PMLA କୋର୍ଟ ଜମି ଘୋଟାଲା ମାମଲାରେ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ ଦାଦାଙ୍କର ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ । 13 ଦିନ ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିବା ବେଳେ ଶୁଣାଣି ସମୟରେ ଖାରଜ କରିଦେଇଛନ୍ତି କୋର୍ଟ ।

ପ୍ରକାଶଥାଉକି, ହେମନ୍ତ ସୋରନଙ୍କ ପିତା ତଥା ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ଭାଇ ରାମ ସୋରେନଙ୍କର ଶନିବାର ସକାଳେ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା ବେଳେ ଆଜି ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସରିଲା EDର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ: ବିଚାର ବିଭାଗୀୟ ଜେଲକୁ ଗଲେ ହେମନ୍ତ

ଇଡିକୁ ଏକ ମାସର ସମୟ:କହିରଖୁଛି କି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାନୁଆରୀ 31 ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା । ଜମି ଘୋଟାଲା ମାମାଲରେ ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ସୋରେନ ରାଞ୍ଚିର ବିର୍ସା ମୁଣ୍ଡା ଜେଲରେ ନ୍ୟାୟିକ ହେପାଜତରେ ରହିଛନ୍ତି । ସୋରେନଙ୍କ ଜାମିନ ଆବେଦନ ଉପରେ ଜବାବ ଦେବାକୁ ହାଇକୋର୍ଟ ଇଡିକୁ ଆଉ ଏକ ସପ୍ତାହ ସମୟ ଦେଇଛନ୍ତି ।

ଅଭିଯୋଗ ଅନୁସାରେ, ଏକାଧିକ ବ୍ୟକ୍ତିଙ୍କ ନକଲି ନାମ, ଠିକଣା ଓ ଅନ୍ୟ ଫେକ କାଗଜପତ୍ର ବ୍ୟବହାର କରି ରାଞ୍ଚିରେ ଥିବା ଭାରତୀୟ ସେନା ଅଧିକୃତ ଜମିକୁ ବେଆଇନ ଦଖଲ କରାଯାଇଥିଲା । ଏନେଇ ରାଞ୍ଚି ମ୍ୟୁନିସିପାଲିଟି କର୍ପୋରେସନ ଅଭିଯୋଗ କରିଥିଲା । 2022 ମସିହା ନଭେମ୍ବରରେ ବ୍ୟବସାୟୀ ବିଷ୍ଣୁ ଅଗ୍ରୱାଲ, ଅମିତ ଅଗ୍ରୱାଲଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ ମଧ୍ୟ କରିଥିଲା । ଏହି କାର୍ଯ୍ୟାନୁଷ୍ଠାନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ୍‌ ପ୍ରବର୍ତ୍ତନ ନିର୍ଦ୍ଦେଶଳୟ (ଇଡି) ହାତରେ ଲାଗିଥିଲା । ଏହି ମାମଲାର ତଦନ୍ତ ସ୍କାନରରେ ସିଧା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପରିବାରର ସମ୍ପୃକ୍ତି ଆସିଥିଲା । ତେବେ ଗତ ଜାନୁଆରୀ 31 ତାରିଖରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ଇଡି’ ହେମନ୍ତଙ୍କୁ ପ୍ରାୟ 6 ଘଣ୍ଟା ଜେରା କରିବା ପରେ ରାତିରେ ଗିରଫ କରିଥିଲା । ଚଢାଉରେ ପ୍ରାୟ 30 ଲକ୍ଷରୁ ଅଧିକ ନଗଦ ଟଙ୍କା ଓ ଏକ ଏସୟୁଭି କାର ମଧ୍ୟ ଜବତ କରାଯାଇଥିଲା ।

ABOUT THE AUTHOR

...view details