ETV Bharat / state

ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଇକୋ ରିସର୍ଟ; ଜାଣନ୍ତୁ କେମିତି କରିବେ ବୁକିଂ... - MAHENDRAGIRI ECO RESORT

ଓଡ଼ିଶାର ଦ୍ବିତୀୟ ଉଚ୍ଚତମ ପର୍ବତ ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଇକୋ-ରିସର୍ଟ ଏବଂ ନେଚର କ୍ୟାମ୍ପ । ଖୁବ କମ୍ ଟଙ୍କାରେ ରହିବା ଏବଂ ଖାଇବା ସହ ରହିଛି ଅନେକ କିଛି ।

MAHENDRAGIRI ECO RESORT & NATURE CAMP
MAHENDRAGIRI ECO RESORT & NATURE CAMP (ETV Bharat Odisha)
author img

By ETV Bharat Odisha Team

Published : Nov 27, 2024, 11:03 AM IST

ପାରଳାଖେମୁଣ୍ଡି: ଆରମ୍ଭ ହୋଇସାରିଛି ପର୍ଯ୍ୟଟନ ଋତୁ । ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଖୋଲିଲାଣି ଇକୋ-ରିସର୍ଟ । ଓଡ଼ିଶାର ଦ୍ବିତୀୟ ଉଚ୍ଚତମ ପର୍ବତ ତଥା ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ମଧ୍ୟ ଓଡିଶା ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଇକୋ-ରିସର୍ଟ ଏବଂ ନେଚର କ୍ୟାମ୍ପ । ପ୍ରକୃତିକୁ ଉପଭୋଗ କରିବା ପାଇଁ ଏଠାକୁ ଆସୁଥିବ ପର୍ଯ୍ୟଟକଙ୍କ ପାଇଁ ଏଠାରେ ରହିବା ଏବଂ ଖାଇବା ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।

  • ଜାଣନ୍ତୁ କେମିତି କରିବେ ବୁକିଂ:

ଓଡ଼ିଶାର ଦ୍ବିତୀୟ ଉଚ୍ଚତମ ପର୍ବତ ଗଜପତି ଜିଲ୍ଲାର ମହେନ୍ଦ୍ରଗିରିରେ ଓଡିଶା ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଇକୋ-ଟୁରିଜିମ ବ୍ୟବସ୍ଥା ଆରମ୍ଭ ହୋଇଛି । ‘ଓଡ଼ିଶା ବନ ଉନ୍ନୟନ ନିଗମ’ ୱେବ-ସାଇଟରେ ଏହାର ବୁକିଂ ବ୍ୟବସ୍ଥା ରହିଛି । ପର୍ଯ୍ୟଟକମାନେ ଏଥିପାଇଁ ଅଗ୍ରୀମ ବୁକିଂ କରିପାରିବେ । ଏଠାରେ ଥିବା ସୁନ୍ଦର କଟେଜଗୁଡ଼ିକରେ ରହିବା ସହ ଖାଇବା ବ୍ୟବସ୍ଥା ରହିଛି । ମହେନ୍ଦ୍ରଗିରି ପର୍ବତ ଉପରେ ପ୍ରକୃତିକୁ ଭରପୁର ଉପଭୋଗ କରିପାରିବେ ପର୍ଯ୍ୟଟକ । ଏହା ଏକ ପୌରାଣିକ ସ୍ଥାନ ହୋଇଥିବା ଯୋଗୁଁ ଏଠାରେ ଆମିଷ ଭୋଜନ ସମ୍ପୂର୍ଣ୍ଣ ନିଷେଧ ରହିଥିବା ବେଳେ ଜୈବିକ ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ବାରଣ ରହିଛି । ଏହି ବ୍ୟବସ୍ଥାକୁ ଆଜି ଠାରୁ ଆରମ୍ଭ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ. ଆନନ୍ଦ ।

MAHENDRAGIRI ECO RESORT & NATURE CAMP (ETV Bharat Odisha)
  • ମହେନ୍ଦ୍ରଗିରିରେ କ’ଣ ସବୁ ଦେଖିପାରିବେ ପର୍ଯ୍ୟଟକ ?

ପୂର୍ବରୁ ସରକାର ଏହାକୁ ଜୈବ ବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ପ୍ରଦାନ କରିଥିଲେ । ରାମାୟଣ ଓ ମହାଭାରତ ଯୁଗ ସହ ଜଡିତ ପ୍ରକୃତିର ଅନନ୍ୟ ସୃଷ୍ଟି ଏହି ମହେନ୍ଦ୍ରଗିରିରେ ରହିଛି ୧୩ ଶହ ୪୮ ପ୍ରକାର ପ୍ରଜାତିର ଉଦ୍ଭିଦ । ଏହାସହ ଏଠାକାର ମୁଖ୍ୟ ଆକର୍ଷଣ ହେଉଛି ଶୈବ ମନ୍ଦିର ସାଙ୍ଗକୁ ପଞ୍ଚୁ ପାଣ୍ଡବଙ୍କ ମନ୍ଦିର । ଯାହା ପୌରାଣିକ କଥାରେ ବର୍ଣ୍ଣିତ ରହିଛି । ଏହି ଐତିହ୍ୟସ୍ଥଳୀ ବର୍ତ୍ତମାନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏଠାରୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୁଅଛୁଟୁ ଥିବାରୁ ସେମାନଙ୍କ ପାଇଁ ସୁନ୍ଦର ବ୍ୟବସ୍ଥା କରାଯାଇଛି ।

MAHENDRAGIRI ECO RESORT & NATURE CAMP
MAHENDRAGIRI ECO RESORT & NATURE CAMP (ETV Bharat Odisha)
MAHENDRAGIRI ECO RESORT & NATURE CAMP
MAHENDRAGIRI ECO RESORT & NATURE CAMP (ETV Bharat Odisha)
  • ରାମାୟଣରେ ବର୍ଣ୍ଣିତ ହୋଇଛି ମହେନ୍ଦ୍ରଗିରି !

ଗତ କିଛିବର୍ଷ ତଳେ କେନ୍ଦ୍ର ସରକାର ଐତିହ୍ୟ ସମ୍ପନ୍ନ ମହେନ୍ଦ୍ରଗିରିକୁ ରାମାୟଣ ସର୍କିଟରେ ସ୍ଥାନଦେଇଥିବାବେଳେ ଏହାର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ପୂର୍ବଘାଟ ପର୍ବତମାଳାର ଦ୍ବିତୀୟ ସର୍ବୋଚ୍ଚ ଏହି ପାର୍ବତକୁ ପର୍ଯ୍ୟଟନ କ୍ଷେତ୍ରଭାବେ ଗଢି ତୋଳିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ଭିତରକନିକାକୁ ଇକୋ-ରିଟ୍ରିଟ୍‌ ବିପଦ ! ଅଭିଯୋଗ ପରେ ରାଜ୍ୟକୁ ସ୍ପଷ୍ଟୀକରଣ ମାଗିଲା କେନ୍ଦ୍ର

ଏହା ମଧ୍ୟ ପଢନ୍ତୁ...ପରିବେଶ ଅନୁକୂଳ ଶକ୍ତି ଉତ୍ପାଦନର ନୂଆ ପଦ୍ଧତି ବିକଶିତ କଲେ UL ଗବେଷକ

ଏହା ମଧ୍ୟ ପଢନ୍ତୁ...କୋରାପୁଟ ପିନ୍ଧିଛି ସୁନାର ଶାଢୀ, ଘୋଡାଇ ହୋଇଛି ରୂପାର ଚାଦର

  • ଏମିତି କହିଲେ DFO :

ଏନେଇ DFO ଏସ.ଆନନ୍ଦ କହିଛନ୍ତି," ଏହା ଏକ ଶୈବପୀଠ । ଏହାର ମହତ୍ବକୁ ଦୃଷ୍ଟିରେ ରଖି ରିସୋର୍ଟ ବୁକ କରୁଥିବା ଲୋକଙ୍କୁ ସମ୍ପୂର୍ଣ୍ଣ ଭାବେ ନିରାମିଷ ଖାଦ୍ୟ ପ୍ରଦାନ କରାଯିବ । ଏଠାରେ କୌଣସି ପ୍ରକାର ମାଦକ ଦ୍ରବ୍ୟ ଏବଂ ଆମିଷକୁ ପ୍ରଶ୍ରୟ ଦିଆଯିବ ନାହିଁ । ଗଜପତି ଜିଲ୍ଲାରେ ପୂର୍ବରୁ କୌଣସି ସ୍ଥାନରେ ଇକୋ ଟୁରିଜମ ପାଇଁ ବ୍ୟବସ୍ଥା ନଥିବାବେଳେ ଏହା ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଗୌରବ ଆଣିଦେବ ।"

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.