ETV Bharat / entertainment

ବକ୍ସ ଅଫିସ କଲେକ୍ସନ; 300 କୋଟିରୁ ଏତିକି ଦୂରରେ 'ଭୁଲ ଭୁଲେୟା 3'-'ସିଙ୍ଘମ ଏଗେନ' - BHOOL BHULAIYAA 3 VS SINGHAM AGAIN

ରିଲିଜର 26 ଦିନରେ ପହଞ୍ଚିଲାଣି 'ଭୁଲ ଭୁଲେୟା 3'-'ସିଙ୍ଘମ ଏଗେନ'। ଭାରତରେ ଖୁବଶୀଘ୍ର 300କୋଟି କ୍ଲବରେ ଏଣ୍ଟ୍ରି କରିବ ଉଭୟ ଫିଲ୍ମ ।

bhool bhulaiyaa 3 vs singham again collection
bhool bhulaiyaa 3 vs singham again collection (film poster)
author img

By ETV Bharat Entertainment Team

Published : Nov 27, 2024, 10:24 AM IST

ହାଇଦ୍ରାବାଦ: 'ଭୁଲ ଭୁଲେୟା 3' ଏବଂ 'ସିଙ୍ଘମ ଏଗେନ' ମଧ୍ୟରେ ପ୍ରତିଯୋଗିତା ଦିନକୁ ଦିନ ଆକର୍ଷଣୀୟ ହେବାରେ ଲାଗିଛି । ଅଜୟ ଦେବଗନ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 1 ନଭେମ୍ବର 2024 ରେ ମୁକ୍ତିଲାଭ କରିଥିବା ବେଳେ ଉଭୟ ଫିଲ୍ମ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି । 'ଭୁଲ ଭୁଲେୟା 3' ସାରା ବିଶ୍ୱରେ 400 ମାର୍କ ପାର୍ କରିଛି । ଏଥିସହ ଭାରତରେ ମଧ୍ୟ ଏହି ଫିଲ୍ମ ବମ୍ପର କଲେକ୍ସନ କରୁଛି । ସେହିପରି 'ସିଙ୍ଘମ ଏଗେନ' ମଧ୍ୟ ନିଜ ଜଲୱା ଜାରି ରଖିଛି । ଉଭୟ ଫିଲ୍ମ 26 ଦିନରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର 300 କୋଟି କ୍ଲବରେ ସାମିଲ ହେବାକୁୁ ଯାଉଛି । ତେବେ ଅଜୟ ଦେବଗନ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ କେତେ କଲେକ୍ସନ କଲାଣି ?ଜାଣନ୍ତୁ,

'ଭୁଲ ଭୁଲେୟା 3' ବକ୍ସ ଅଫିସ କଲେକ୍ସନ

ଆନିସ୍ ବାଜମିଙ୍କ ନିର୍ଦ୍ଦେଶିତ 'ଭୁଲ୍ ଭୁଲେୟା 3' ରେ 2 ବର୍ଷ ପରେ କାର୍ତ୍ତିକ ଆର୍ଯ୍ୟନଙ୍କୁ 'ରୁହ ବାବା 'ଭାବରେ ଦେଖିବାକୁ ମିଳିଛି। ଏହି ଫିଲ୍ମ ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହୋଇପାରିଛି । ବିଦ୍ୟା ବାଲାନ୍, ମାଧୁରୀ ଦୀକ୍ଷିତ, ତ୍ରିପ୍ତୀ ଡିମ୍ରିଙ୍କ ଅଭିନୀତ ଏହି ହରର-କମେଡି ଫିଲ୍ମ ପ୍ରଥମ ସପ୍ତାହରେ 168 କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଦ୍ୱିତୀୟ ଏବଂ ତୃତୀୟ ସପ୍ତାହରେ ଏହା ଯଥାକ୍ରମେ 66.01 କୋଟି ଏବଂ 23.98 କୋଟି ଟଙ୍କା ବ୍ୟବସାୟ କରିଛି । ତେବେ ସାକନିକଙ୍କ ଅନୁଯାୟୀ, 26ଦିନରେ ଅର୍ଥାତ୍ ଚତୁର୍ଥ ସୋମବାରରେ 'ଭୁଲ୍ ଭୁଲେୟା 3'ସର୍ବନିମ୍ନ ଆୟ କରିଛି । ଫିଲ୍ମ 1.10 କୋଟି ଟଙ୍କା ଆୟ କରିଛି । ଏହିପରି ଫିଲ୍ମର 26 ଦିନର ମୋଟ କଲେକ୍ସନ 269.05 କୋଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ: 22 ଦିନରେ 'ସିଙ୍ଘମ ଏଗେନ-ଭୁଲ ଭୁଲେୟା 3'; ଏତିକି ଆୟ କଲା ଅଜୟ-କାର୍ତ୍ତିକଙ୍କ ଫିଲ୍ମ

'ସିଙ୍ଘମ ଏଗେନ' ବକ୍ସ ଅଫିସ କଲେକ୍ସନ

ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ କପ ୟୁନିଭର୍ସ ଫିଲ୍ମ 'ସିଙ୍ଘମ ଏଗେନ' ପ୍ରଥମ ସପ୍ତାହରେ 186.60 କୋଟି ଟଙ୍କା ଆୟ କରିଥିଲା । ଏହି ଫିଲ୍ମ ଦ୍ୱିତୀୟ ସପ୍ତାହରେ 54.61 କୋଟି ଏବଂ ତୃତୀୟ ସପ୍ତାହରେ ପ୍ରାୟ 18.44 କୋଟି ଟଙ୍କା ଆୟ କରିଛି । ସେହିପରି ଚତୁର୍ଥ ସପ୍ତାହ ଶେଷରେ, 'ସିଙ୍ଘମ ଏଗେନ' ପ୍ରାୟ 4.15 କୋଟି ଟଙ୍କା ରୋଜଗାର କରିଛି । ଚତୁର୍ଥ ମଙ୍ଗଳବାର ଦିନ ଅଜୟ ଦେବଗନ ଷ୍ଟାରର ମାତ୍ର 60 ଲକ୍ଷ ଟଙ୍କା ରୋଜଗାର କରିଛି । ଯାହା କାର୍ତ୍ତିକଙ୍କ ଫିଲ୍ମ ଆୟ ଠାରୁ ବହୁତ କମ୍ । ତେବେ 26 ଦିନ ମଧ୍ୟରେ ଫିଲ୍ମର ମୋଟ କଲେକ୍ସନ 264.98 କୋଟି ଟଙ୍କା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.