ବେଙ୍ଗାଲୁରୁ:କାଳ ସାଜିଲା ଛୁଟିଦିନ ବୁଲା ।କର୍ଣ୍ଣାଟକ ରାଜ୍ୟର ଉତ୍ତରା କନ୍ନଡ ଜିଲ୍ଲାର କାଳି ନଦୀରେ ଅଘଟଣ । ନଦୀରେ ବୁଡି ଗୋଟିଏ ପରିବାରର 4 ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ରବିବାର ଛୁଟି ଦିନରେ ଗୋଟିଏ ପରିବାରର 8 ଜଣ ବୁଲିବାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ 6 ଜଣ ନଦୀରେ ଗାଧୋଇବା ସମୟରେ ବୁଡି ଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ନଦୀ ମଧ୍ୟରୁ 4 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ଅନୁଯାୟୀ, କର୍ଣ୍ଣାଟକ ରାଜ୍ୟର ଉତ୍ତରା କନ୍ନଡ ଜିଲ୍ଲାର ଦଣ୍ଡେଲି ଅନ୍ତର୍ଗତ ଅକୋର୍ଦ୍ଦା ଠାରେ କାଳି ନଦୀରେ ଅଘଟଣ ଘଟିଛି । ରବିବାର ଛୁଟି ଦିନ ଥିବାରୁ କାଳି ନଦୀକୁ ବୁଲିବାକୁ ଆସି ଗୋଟିଏ ପରିବାରର 6 ଜଣ ବୁଡିଯାଇଛନ୍ତି । ସେମାନଙ୍କ ମଧ୍ୟରୁ 4 ଜଣଙ୍କ ମୃତଦେହ ନଦୀ ମଧ୍ୟରୁ ଉଦ୍ଧାର ହୋଇଥିବା ବେଳେ 2 ଜଣ ନିଖୋଜ ଅଛନ୍ତି । ସ୍ଥାନୀୟ ପୋଲିସ, ଫାୟାର ଟିମ ଘଟଣା ସ୍ଥଳରେ ନିୟୋଜିତ ହୋଇଛନ୍ତି । ନିଖୋଜମାନଙ୍କୁ ଖୋଜିବା ପାଇଁ ନଦୀ ମଧ୍ୟରେ ରେସକ୍ୟୁ ଅପରେସନ କାର୍ଯ୍ୟ ଜାରି ରହିଛି ।
ଏହାମଧ୍ୟ ପଢନ୍ତୁ..ଭାଇକୁ ବଞ୍ଚାଇବାକୁ ଯାଇ ଖରସ୍ରୋତାରେ ବୁଡି ଗଲା ଭାଇ, ମିଳୁନି 2 ଜଣଙ୍କ ପତ୍ତା - KHARASROTA River
ପୋଲିସ ସୂଚନା ଅନୁଯାୟୀ, ରବିବାର ଛୁଟି ଦିନ ଥିବାରୁ କାଳି ନଦୀକୁ ବୁଲିବାକୁ ଆସିଥିଲେ ଗୋଟିଏ ପରିବାରର 8 ଜଣ । ତେବେ ସେମାନଙ୍କ ମଧ୍ୟରୁ 2 ଜଣ ମହିଳାଙ୍କ ଛାଡି ବାକି ଶିଶୁ ସମେତ 6 ଜଣ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ସମୟରେ ନଦୀରେ ଖସି ଯାଇ ବୁଡି ଯାଇଥିଲେ ।
ଏନେଇ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା 4 ଜଣଙ୍କ ମୃତଦେହ ନଦୀରୁ ଉଦ୍ଧାର ହୋଇଥିବା ବେଳେ 2ଜଣ ଏବେବି ନିଖୋଜ ରହିଛନ୍ତି । ମୃତକମାନେ ହେଲେ ହୁବାଲି ଅଞ୍ଚଳର 40 ବର୍ଷିଆ ନାଜିରା ଅହମ୍ମଦ, 10 ବର୍ଷର ଶିଶୁ କନ୍ୟା ଅଲଫିଆ ଅହମ୍ମଦ, 6 ବର୍ଷିୟ ଶିଶୁ ପୁତ୍ର ମୋହିନ ଅହମ୍ମଦ, 38 ବର୍ଷିୟା ରେସମା ଉନିସା, 15 ବର୍ଷିୟା ଇଫ୍ରା ଅହମ୍ମଦ, 12 ବର୍ଷିୟ ଇଭିଦ ଅହମ୍ମଦ । ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ରହିଛି । ମୃତଦେହ ଗୁଡିକ ବ୍ୟବଚ୍ଛେଦ ପାଇଁ ଦଣ୍ଡେଲି ହସ୍ପିଟାଲକୁ ପଠା ଯାଇଛି । ଘଟଣାସ୍ଥଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ