ETV Bharat / bharat

ରେବନ୍ତଙ୍କୁ ଭେଟିଲା ସିନେ ଇଣ୍ଡଷ୍ଟ୍ରି ସଂଘ, ମୁଖ୍ୟମନ୍ତ୍ରୀ କହିଲେ ଆଇନ ଶୃଙ୍ଖଳା ସହ ବୁଝାମଣା ହେବନି - PUSHPA STAMPEDE ROW

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଭେଟିଲା ତେଲଗୁ ସିନେ ଇଣ୍ଡଷ୍ଟ୍ରି ସଂଘ । ରେବନ୍ତ କହିଲେ ଇଣ୍ଡଷ୍ଟ୍ରି ପ୍ରତି ସମ୍ପୂର୍ଣ୍ଣ ସମର୍ଥନ ରହିଛି । କିନ୍ତୁ ଆଇନ ଶୃଙ୍ଖଳା ସହ ବୁଝାମଣା କରାଯାଇ ପାରିବନାହିଁ ।

ଥିଏଟର ଦଳାଚକଟା ଘଟଣା: ସାକ୍ଷାତ କଲା ସିନେ ଇଣ୍ଡଷ୍ଟ୍ରି ସଂଙ୍ଘ, ଆଇନ ଶୃଙ୍ଖଳା ସହ ବୁଝାମଣା ହେବନାହିଁ କହିଲେ ମୁଖ୍ୟମନ୍ତ୍ରୀ
ଥିଏଟର ଦଳାଚକଟା ଘଟଣା: ସାକ୍ଷାତ କଲା ସିନେ ଇଣ୍ଡଷ୍ଟ୍ରି ସଂଙ୍ଘ, ଆଇନ ଶୃଙ୍ଖଳା ସହ ବୁଝାମଣା ହେବନାହିଁ କହିଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Dec 26, 2024, 4:28 PM IST

ହାଇଦ୍ରାବାଦ: ବହୁଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା-2’ ସ୍ପେଶାଲ ସ୍କ୍ରିନିଂ ବେଳେ ହାଇଦ୍ରାବାଦର ଏକ ଥିଏଟରରେ ଘଟିଥିବା ଦଳାଚକଟା ଓ ଏହି କାରଣରୁ ଉକ୍ତ ଫିଲ୍ମର ଅଭିନେତା ଅଲୁ ଅର୍ଜୁନଙ୍କ ଗିରଫଦାରୀକୁ ନେଇ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ସାକ୍ଷାତ କରିଛି ଟଲିଉଡ ସେନେ ଇଣ୍ଡଷ୍ଚ୍ରି ସଙ୍ଘ । ବଞ୍ଜାରା ହିଲ୍ସ ସ୍ଥିତ ତେଲେଙ୍ଗାନା ପୋଲିସ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟରରେ ହୋଇଥିବା ଏହି ଆଲୋଚନାରେ ଆନ୍ଧ୍ର ଫିଲ୍ମଜଗତର କଳାକାର, ପ୍ରଯୋଜକ, ନିର୍ଦ୍ଦେଶକମାନଙ୍କ ଏକ ପ୍ରତନିଧି ଟିମ୍‌ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସିନେ ଇଣ୍ଡଷ୍ଟ୍ରି ପ୍ରତି ସମ୍ପୂର୍ଣ୍ଣ ସମର୍ଥନ ରହିଛି, କିନ୍ତୁ କୌଣସି ପରିସ୍ଥିତିରେ ଆଇନ ଶୃଙ୍ଖଳା ଘଟଣା ସହ ବୁଝାମଣା କରାଯିବନି ବୋଲି ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି ।

  • ଆଲୋଚନା ପାଇଁ ଆସିଥିଲେ ଏହିମାନେ:-

ଆଜି ଏହି ପ୍ରତିନିଧିମାନେ ତେଲେଙ୍ଗାନା ଫିଲ୍ମ ଉନ୍ନୟନ ନିଗମ (FDC)ର ଅଧ୍ୟକ୍ଷ ଦିଲ ରାଜୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଆଲୋଚନା କରିଥିଲେ । ଏଥିରେ ନାଗାର୍ଜୁନ, ଭେଙ୍କଟେସଙ୍କ ପରି ବରିଷ୍ଠ ଅଭିନେତାଙ୍କ ସହ ଭରୁଣ ତେଜ, ସାଇ ଧରମ ତେଜ, ଶିଭା ବାଲାଜୀ ପ୍ରମୁଖ ରହିଥିଲେ । ଦୀର୍ଘ ସମୟ ଧରି ଏହି ଆଲୋଚନା ଜାରି ରହିଥିଲା । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ସିନେମା ଶିଳ୍ପ ପ୍ରତି ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ସମର୍ଥନ ଥିବା କହିଥିଲେ । ଏହା ସହ କଳାକାର ଓ ପ୍ରଯୋଜନା ସଂସ୍ଥାମାନେ ଏହିପରି ଅଘଟଣକୁ ରୋକିବା ଦିଗରେ ସଚେତନ ହୁଅନ୍ତୁ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ । କୌଣସି ସ୍ଥାନରେ ମାତ୍ରାଧିକ ପ୍ରଶଂସକ ଏକାଠି ହେବା ଓ ଅନିୟନ୍ତ୍ରିତ ହୋଇ କୌଣସି ଅଘଟଣ ଯେପରି ନଘଟେ, ପ୍ରଯୋଜନା ସଂସ୍ଥା ଓ କଳାକାରକୁ ନେଇ ଇଭେଣ୍ଟ ଆୟୋଜନ କରୁଥିବା ସଂସ୍ଥା ଦାୟିତ୍ବଶୀଳ ହୁଅନ୍ତୁ । କୌଣସି ଘଟଣାରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେଲେ, ଏହା ସହ ବୁଝାମଣା କରାଯାଇ ପାରିବନାହିଁ ବୋଲି ମୁଖ୍ୟମନ୍ତ୍ରୀ ରେବନ୍ତ କହିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଥିଏଟରରେ ଦଳାଚକଟା ମାମଲା: ଅଲ୍ଲୁ ଅର୍ଜୁନଙ୍କୁ ସରିଲା ପଚରାଉଚରା - SANDHYA THEATRE INCIDENT

ଅଲ୍ଲୁଙ୍କ ଗିରଫଦାରୀକୁ ନେଇ ତେଲେଙ୍ଗାନାରେ ରାଜନୀତି ଜୋର:-

ସୁକୁମାର ନିର୍ଦ୍ଦେଶିତ ଓ ଅଲ୍ଲୁ ଅର୍ଜୁନ ଅଭିନୀତ ବହୁଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା-2’ର ସ୍ପେଶାଲ ସ୍କ୍ରିନିଂ ବେଳେ ଚଳିତମାସ (ଡିସେମ୍ବର) 4 ତାରିଖରେ ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ତାଙ୍କର ଜଣେ ନାବାଳିକା ଝିଅ ଗୁରୁତର ଅବସ୍ଥାରେ ଏବେ ମଧ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଏହି ଘଟଣାରେ ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ ପୋଲିସ 13 ତାରିଖରେ ଗିରଫ ମଧ୍ୟ କରିଥିଲା । ସେ ଗିରଫ ହେବା ଦିନ ହାଇକୋର୍ଟରୁ ବେଲ ପାଇ ପରଦିନ (14 ତାରିଖ)ରେ ଜେଲରୁ ମୁକୁଳିଥିଲେ ।

  • ବିଧାନସଭାରେ ଉଠିଥିଲା ଏହି ପ୍ରସଙ୍ଗ

ଏହି ଘଟଣା ତେଲେଙ୍ଗାନା ରାଜନୀତିକୁ ମଧ୍ୟ ଉଷ୍ମ କରିଛି । ତେଲେଙ୍ଗାନା ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗରେ ଜୋରଦାର ବିତର୍କ ହୋଇଥିଲା । ଭିଡ ଅନିୟନ୍ତ୍ରିତ ହେବା ଆଶଙ୍କାରେ ଅଲ୍ଲୁ ଅର୍ଜୁନଙ୍କ ଗସ୍ତକୁ ସ୍ଥାନୀୟ ପୋଲିସ ଅନୁମତି ଦେଇନଥିଲା ବେଳେ ସେ ଅନ୍ୟ କିଛି ସହଯୋଗୀ ହଠାତ ସଂଧ୍ୟା ଥିଏଟରରେ ପହଞ୍ଚିଥିବାରୁ ତାଙ୍କୁ ମଧ୍ୟ ଅଭିଯୁକ୍ତ ତାଲିକାଭୁକ୍ତ କରିଥିଲା ତେଲେଙ୍ଗନା ପୋଲିସ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଗୃହରେ ବିବୃତ୍ତି ରଖିଥିଲେ । ପୋଲିସ ତାର କାମ କରୁଛି, ଯିଏ ଦୋଷୀ ସେ ନିଶ୍ଚୟ ଦଣ୍ଡ ପାଇବ । ଆଇନ ତା’ର କାମ କରୁଛି ବୋଲି ରେବନ୍ତ କହିଥିଲେ ।

ଏହା ମଧ୍ୟ ପଢନ୍ତୁ:

ଥିଏଟରରେ ଦଳାଚକଟା ମାମଲା; ରେବନ୍ତ ରେଡ୍ଡୀଙ୍କ ସହ ତେଲୁଗୁ ଫିଲ୍ମ ସେଲିବ୍ରିଟିଙ୍କ ବୈଠକ

ଥିଏଟରରେ ଦଳାଚକଟା ମାମଲା: ଅଲ୍ଲୁ ଅର୍ଜୁନଙ୍କୁ ସରିଲା ପଚରାଉଚରା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.