ହାଇଦ୍ରାବାଦ:ଭାରତରେ ଏମିତି ଏକ ରାଜ୍ୟ ରହିଛି, ଯେଉଁଠାରେ ଗୋଟିଏ ବି ରେଳ ଷ୍ଟେସନ ନାହିଁ । ହଁ ଆଜ୍ଞା ! ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦେଶ ସ୍ବାଧୀନ ହେବାର ୭୫ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ଏହି ରାଜ୍ୟରେ ନାହିଁ କୋଣସି ଗୋଟିଏ ବି ରେଳ ଷ୍ଟେସନ । ଆସନ୍ତୁ ଜାଣିବା ଭାରତର କେଉଁ ରାଜ୍ୟରେ ନାହିଁ ରେଳ ଷ୍ଟେସନ ।
ଭାରତୀୟ ରେଳ ବ୍ୟବସ୍ଥା:
ଭାରତୀୟ ରେଳ ବ୍ୟବସ୍ଥା ହେଉଛି ବିଶ୍ବରେ ଚତୁର୍ଥ ବୃହତ୍ତମ ଏବଂ ଏସିଆ ମହାଦେଶର ସବୁଠାରୁ ବଡ଼ । ଯାହା ୪୨ ହଜାର ମାଇଲରୁ ଅଧିକ ଅତିକ୍ରମ କରେ ଏବଂ ୭ ହଜାରରୁ ଅଧିକ ଷ୍ଟେସନ ଅଛି । ଦେଶରେ ପ୍ରତିଦିନ ୧୩ ହଜାରୁ ଅଧିକ ଯାତ୍ରୀବାହୀ ଟ୍ରେନ ଏବଂ ୮ ହଜାରରୁ ଅଧିକ ମାଲବାହୀ ଟ୍ରେନ ଚଳାଚଳ କରିଥାଏ । ଯାହା ଦେଶର ପରିବହନ ବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
କେଉଁ ରାଜ୍ୟରେ ରେଳ ଷ୍ଟେସନ ନାହିଁ ?
ସିକ୍କିମ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରାଜ୍ୟ । ତେବେ ଦେଶର ବିଭିନ୍ନ ପ୍ରାନ୍ତରେ ବନ୍ଦେ ଭାରତ ଭଳି ଅତ୍ୟାଧୁନିକ ଟ୍ରେନ ଗଡ଼ୁଥିବା ବେଳେ ସିକ୍କିମ ହେଉଛି ଭାରତର ଏକ ମାତ୍ର ରାଜ୍ୟ ଯେଉଁଠାରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ବି ରେଳ ଷ୍ଟେସନ(Railway Station) ନାହିଁ । ଏହି ରାଜ୍ୟର ଅବସ୍ଥିତି ହିମାଳୟ ପର୍ବତ୍ୟ ଅଞ୍ଚଳରେ ହୋଇଥିବାରୁ ଏଠାକୁ ରେଳ ସଂଯୋଗ କରିବା ବିଭାଗ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି । ତେବେ ଯଦି ଆପଣ 'ସିକ୍କିମ' ଯିବାକୁ ଚାହୁଁଛନ୍ତି ,ତାହାଲେ ସଡ଼କ ପଥ କିମ୍ବା ଆକାଶ ମାର୍ଗରେ ଯାଇପାରିବେ ।ଏହାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଯାତାୟତ ପାଇଁ ସୁବ୍ୟବସ୍ଥା ରହିଛି ।
ସିକ୍କିମର ଦୁଇଟି ନିକଟତମ ରେଳ ଷ୍ଟେସନ:
ସିଲିଗୁଡ଼ି ରେଳ ଷ୍ଟେସନ:
ସିକ୍କିମଠାରୁ ପ୍ରାୟ 114 କିଲୋମିଟର ଦୂରରେ ଅବସ୍ଥିତ ପଶ୍ଚିମବଙ୍ଗର ସିଲିଗୁଡ଼ି । ଏହି ଅଞ୍ଚଳ ପାଇଁ ଏକ ପ୍ରମୁଖ ପରିବହନ ପେଣ୍ଠସ୍ଥଳୀ ଭାବେ ଜଣାଶୁଣା ।