ଓଡିଶା

odisha

ETV Bharat / bharat

ଘରେ ରହିବନି ଟଙ୍କା ଅଭାବ, ନବରାତ୍ରୀରେ ଆପଣାନ୍ତୁ ୯ ଉପାୟ - Sharadiya Navratri 2024 - SHARADIYA NAVRATRI 2024

ନବରାତ୍ରୀରେ ୯ଟି ଉପାୟ କରିଦେବ ମାଲାମାଲ । ମା' ଦୁର୍ଗାଙ୍କୁ କୃପାରୁ ରହିବନି ଟଙ୍କାର ଅଭାବ । ଆଶ୍ଚର୍ଯ୍ୟଜନକ ଭାବରେ ଧନ ବୃଦ୍ଧି ।

Sharadiya Navratri 2024
Sharadiya Navratri 2024 (ETV Bharat Odisha)

By ETV Bharat Odisha Team

Published : Oct 5, 2024, 7:31 AM IST

ହାଇଦ୍ରାବାଦ:ବର୍ତ୍ତମାନ ମହାଶକ୍ତି ପର୍ବ ନବରାତ୍ରୀ ଚାଲିଛି । ୯ ଦିନ ଧରି ଚାଲିବାକୁ ଥିବା ଏହି ପର୍ବରେ ଦେବୀ ଦୁର୍ଗା ମା'ଙ୍କ ଭିନ୍ନ ଭିନ୍ନ ସ୍ଵରୂପ ପୂଜା କରାଯାଏ । ପ୍ରେତ୍ୟକ ବ୍ୟକ୍ତି ଚାହାନ୍ତି ଯେ, ମା' ଦୁର୍ଗା ସେମାନଙ୍କୁ ସମସ୍ତ ଇଚ୍ଛା ପୂରଣ କରନ୍ତୁ । ମା'ଙ୍କୁ ସନ୍ତୁଷ୍ଟ କରିବା ପାଇଁ ନବରାତ୍ରୀରେ ଆରାଧନା କରାଯାଏ । ତେବେ ଅକ୍ଟୋବର ୩ ତାରିଖରୁ ନବରାତ୍ରୀ ଆରମ୍ଭ ହୋଇଥିବା ବେଳେ ୧୨ ତାରିଖ ନବରାତ୍ରୀର ଅନ୍ତିମ ଦିନ । ଏହି ୯ ଦିନ ମଧ୍ୟରେ ଦେବୀଙ୍କ ମନ୍ତ୍ର ଜପ କରିବା ସହ ଦୁର୍ଗାସ୍ତ୍ରୋତ ପାଠ କରିବାର ପରମ୍ପରା ରହିଛି । ଏହାସହ ଅଖଣ୍ଡ ଜ୍ୟୋତି ଓ କନ୍ୟା ପୂଜନ ମଧ୍ୟ କରାଯାଏ ।

ଆପଣାନ୍ତୁ ଏହି ଉପାୟ, ଦୂର ହେବ ଅର୍ଥ ସମସ୍ୟା:

ଜ୍ୟୌତିଷ ଡଃ ଉମାଶଙ୍କର ମିଶ୍ରଙ୍କ କହିବା ଅନୁସାରେ, ନବରାତ୍ରୀ ସମୟରେ ଲୋକମାନେ ଧମପ୍ରାପ୍ତି ପାଇଁ ବିଶେଷ ପୂଜା ପାଠ କରିଥାନ୍ତି । ପୂଜାପାଠରେ ମା' ସନ୍ତୁଷ୍ଟ ହେଲେ ଆର୍ଥିକ ସମସ୍ୟା ସହ ରୋଗବ୍ୟାଧୀ ମଧ୍ୟ ଦୂର ହୋଇଥାଏ । ଯଦି ସଠିକ ଭାବରେ ଦେବୀଙ୍କ ଆରାଧନା କରାଯାଏ, ତେବେ ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇଥାଏ । ଜ୍ୟୋତିଷ କହିଛନ୍ତି ଯେ, ଯଦି ଜୀବନରେ ଅଧିକ ଧନ ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ନବରାତ୍ରୀରେ ଏହି ୯ଟି ଉପାୟ ଆପଣାଇଲେ ଟଙ୍କାକୁ ନେଇ କୌଣସି ସମସ୍ୟା ରହିବ ନାହିଁ.. ତେବେ ଜାଣନ୍ତୁ ସେହି ୯ଟି ଉପାୟ ବିଷୟରେ...

ନବରାତ୍ରୀରେ ୯ ଉପାୟ:

  • ନବରାତ୍ରୀର ପ୍ରତିଦିନ ଅର୍ଥାତ ୯ଦିନ ମହାବୀର ହନୁମାନଙ୍କୁ ପାନ ପତ୍ର ଅର୍ପଣ କରନ୍ତୁ ।
  • ନବରାତ୍ରୀରେ ଅଖଣ୍ଡ ଦୀପ ଜାଳନ୍ତୁ । ଯଦି ଏପରି ନ କରିପାରୁଛନ୍ତି ତେବେ ସକାଳ ଓ ସନ୍ଧ୍ୟା ସମୟରେ ଦୀପ ଜାଳନ୍ତୁ । ଏହାସହ ଦୀପରେ ୪ଟି ଲବଙ୍ଗ ରଖନ୍ତୁ ।
  • ୫ ପ୍ରକାର ଫଳ (Dry Fruits)କୁ ଏକ ଲାଲ ଓଢ଼ଣୀରେ ରଖି ଦେବୀ ମା'ଙ୍କୁ ଅର୍ପଣ କରନ୍ତୁ ।
  • ନବରାତ୍ରୀ ମଧ୍ୟରେ ଯେକୌଣସି ଦିନ ଦେବୀ ମା'ଙ୍କ ମନ୍ଦିରକୁ ଯାଇ ଏକ ଲାଲ ରଙ୍ଗର ବାନା ଚଢ଼ାନ୍ତୁ ।
  • ଏକ ସତେଜ ପାନ ପତ୍ରରେ ଗୁଆ ଓ ଏକ ମୁଦ୍ରା (କଏନ) ରଖି ଏହାକୁ ମାତାଙ୍କୁ ଅର୍ପଣ କରନ୍ତୁ ।
  • ମା'ଙ୍କ ପାଖରେ ମିଶ୍ରି ଓ ଗୁଜୁରାତି ଭୋଗ କରନ୍ତୁ ।
  • କିଛି ମୁଦ୍ରାରେ ମଖାନ ମିଶ୍ରଣ କରି ଏହାକୁ ଦେବୀ ମା'ଙ୍କୁ ଅର୍ପଣ କରନ୍ତୁ । ପରେ ଏହାକୁ ନେଇ ମା'ଙ୍କ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ ।
  • ଛୋଟ ଛୋଟ ପର୍ସରେ ଦକ୍ଷିଣା ରଖନ୍ତୁ । ନାଲି ରଙ୍ଗର ଯେକୌଣସି ଉପହାର ସହ ସେହି ପର୍ସକୁ ଛୋଟ ଝିଅମାନଙ୍କୁ ଦିଅନ୍ତୁ ।
  • ନବରାତ୍ରୀ ସମୟରେ ସୁନା କିମ୍ବା ରୂପାର କୌଣସି ଶୁଭ ଜିନିଷ (ସ୍ବସ୍ତିକ, ଓମ୍, ଶ୍ରୀ, ହାତୀ, କଳସ, ଦୀପ, ଘଣ୍ଟି, ପଦ୍ମ, ଶ୍ରୀଯନ୍ତ୍ର, ଚାମଚ, ମୁକୁଟ, ତ୍ରିଶୂଳ) କିଣନ୍ତୁ । ଏହାକୁ ଦେବୀଙ୍କ ପାଦ ତଳେ ରଖି ପୂଜା କରନ୍ତୁ । ପରେ ନବରାତ୍ରୀର ଶେଷ ଦିନରେ ସେହି ସାମଗ୍ରୀକୁ ଗୋଲାପୀ ରେଶମ କପଡ଼ାରେ ବାନ୍ଧି ଆପଣଙ୍କ ସୁରକ୍ଷିତ ସ୍ଥାନ କିମ୍ବା ଟଙ୍କା ରଖିବା ସ୍ଥାନରେ ରଖିଦିଅନ୍ତୁ । ଏହା ଆଶ୍ଚର୍ଯ୍ୟଜନକ ଭାବରେ ଧନ ବୃଦ୍ଧି କରିବ ।

ABOUT THE AUTHOR

...view details