ରାୟପୁର:ଛତିଶଗଡ଼ ବିଜାପୁରରେ ପୋଲିସ ଏବଂ ନକ୍ସଲ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ 6 ନକ୍ସଲ ନିହତ । ବିଜାପୁର ଜିଲ୍ଲା ଚୁକୁରବାଟି ପୁସବାକା ନିକଟ ଏକ ଜଙ୍ଗଲରେ ପୋଲିସ ଏବଂ ନକ୍ସଲ ମୁହାଁମୁହିଁ ହୋଇଥିବା ସୂଚନା ରହିଛି । DRG(ଜିଲ୍ଲା ରିଜର୍ଭ ଗାର୍ଡ), CRPF 229 ଏବଂ କୋବ୍ରା ଟିମ୍ ଏହି ଅପରେସନରେ ସାମିଲ ହୋଇଥିଲେ ।
ସୂଚନା ଅନୁସାରେ, ଆଜି ସକାଳେ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବ ବର୍ତ୍ତମାନ ଏହି ଗୁଳିଚାଳନା ଶେଷ ହେବା ପରେ ଜଙ୍ଗଲକୁ 6 ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି, " 6ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ନକ୍ସଲ ରହିଛି । ବିଜାପୁର ଜିଲ୍ଲା ଚୁକୁରବାଟି ପୁସବାକା ନିକଟ ଏକ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା ।"
ଏହା ମଧ୍ୟ ପଢନ୍ତୁ: ବିଜାପୁରରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ, IED ବିସ୍ଫୋରଣରେ ଯବାନ ଆହତ
ସେ ଆହୁରି ମଧ୍ୟ କହିଛନ୍ତି ଯେ, " ଯଦି ପ୍ରକୃତ ସ୍ଥାନ ବିଷୟରେ କହିବା ତେବେ ବାସାଗୁଡା ପୋଲିସ ଷ୍ଟେସନ ଅନ୍ତର୍ଗତ ଚିକୁରବାଟି ଅଞ୍ଚଳ ନିକଟ ତାଲପେରୁ ନଦୀ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା । ଜିଲ୍ଲା ରିଜର୍ଭ ଗାର୍ଡ, CRPF 229 ଏବଂ କୋବ୍ରା ଟିମ୍ ଏବଂ ପିଏଲଜିଏର 10ଜଣ ପ୍ଲାଟୁନ ଫୋର୍ସ ଏହି ଏନକାଉଣ୍ଟରରେ ସାମିଲ ହୋଇଥିଲେ । ତେବେ ସର୍ଚ୍ଚ ଅପରେସନ ବେଳେ ବର୍ତ୍ତମାନ ସୁଦ୍ଧା କେବଳ 6 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ:ଛତିଶଗଡ଼ରେ ଏନକାଉଣ୍ଟରରେ 2 ନକ୍ସଲ ନିପାତ, ରାୟପୁର ଏୟାରଲିଫ୍ଟ ହେଲେ 2 ଆହତ ଯବାନ - Anti Naxal campaign
ସର୍ଚ୍ଚ ଅପରେସନ ସମୟରେ ନକ୍ସଲମାନଙ୍କ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ଗୋଳାବାରୁଦ ଜବତ କରାଯାଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଶେଷ ହୋଇନଥିବା କାରଣରୁ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଥିବା ନେଇ ଆଇଜି ରହଛନ୍ତି । ପ୍ରକାଶଥାଉକି, ଗତ 23 ତାରିଖରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିବା ବେଳେ ଦୁଇଜଣ ଯବାନ ଗୁରୁତର ହୋଇଥିଲେ । ଦନ୍ତଓ୍ବାଡାରେ ଏହି ଆଇଡି ବିସ୍ପୋରଣ ହୋଇଥିଲା । ଏନେଇ ସ୍ଥାନୀୟ ଏସପି ସୂଚନା ଦେଇଛନ୍ତି । କିରନ୍ଦୁଲ ପୋଲିସ କ୍ଷେତ୍ର ନିକଟରେ ଆଣ୍ଟି ନକ୍ସଲ ଅପରେସନ ସମୟପରେ ଏହି ବିସ୍ଫୋରଣ ହୋଇଥିବା ନେଇ ଦନ୍ତେଓ୍ବାଡା ଏସପି ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ