ମୁମ୍ବାଇ: କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ? କିଏ ହେବେ ମହାୟୁତି ସରକାରର ନୂଆ ମଙ୍ଗୁଆଳ ? ମହାରାଷ୍ଟ୍ରର ନୂଆ କ୍ୟାପଟେନ କିଏ ସେ ନେଇ ସସପେନ୍ସ ଲାଗିରହିଥିବା ବେଳେ ମହାୟୁତି ସରକାରର ଶପଥ ଗ୍ରହଣ ଉତ୍ସବ ତାରିଖ ସାମ୍ନାକୁ ଆସିଛି । ଶନିବାର ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମୁମ୍ବାଇରେ ଡିସେମ୍ବର 5 ତାରିଖରେ ଗ୍ରାଣ୍ଡ୍ ସେମିମୋନି ଆୟୋଜିତ ହେବ । ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ନୂଆ ସରକାର ଶପଥ ଉତ୍ସବ ଅନୁଷ୍ଠିତ ହେବ ।
ତେବେ ଏନସିପି ନେତା ତଥା ବର୍ତ୍ତମାନର କାମଚଳା ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଛନ୍ତି କି, "ଦିଲ୍ଲୀ ବୈଠକରେ ସ୍ଥିର ହୋଇଛି କି ବିଜେପିର ନେତା ମୁଖ୍ୟମନ୍ତ୍ରୀ ପଦରେ ବସିବେ ଏବଂ ବାକି ଦୁଇ ଦଳ ଶିବସେନା- ସିନ୍ଦେଗୋଷ୍ଠୀ ଏବଂ ଏନସିପି-ଅଜିତ ପାଓ୍ବାର ଗୋଷ୍ଠୀର ନେତା ଉପମୁଖ୍ୟମନ୍ତ୍ରୀ ରହିବେ । ମହାରାଷ୍ଟ୍ରରେ ଖୁବଶୀଘ୍ର ସରକାର ଗଠନ ହେବ ।" ସେ ପୁଣି କହିଛନ୍ତି, ପୂର୍ବରୁ 1999ରେ ଏକ ମାସ ପରେ ସରକାର ଗଠନ ହୋଇଥିଲା ।
Pune, Maharashtra: On government formation in the state, caretaker DCM Ajit Pawar says, " during the meeting (delhi meeting of mahayuti leader) it was decided that mahayuti will form the government with cm from bjp and the remaining two parties will have dcms... this is not the… pic.twitter.com/uP5d8SgNZk
— ANI (@ANI) November 30, 2024
କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ନିଷ୍ପତ୍ତି ଆଜିଯାଏଁ ହୋଇନାହିଁ । କିନ୍ତୁ ଡିସେମ୍ବର ୫ରେ ଶପଥ ନେବେ ମହାୟୁତି ସରକାର । ମୁମ୍ବାଇ ଆଜାଦ ମୈଦାନରେ ଶପଥ ନେବ ନୂଆ ସରକାର । ବିଜେପି, ଶିବସେନା-ସିନ୍ଦେ ଗୋଷ୍ଠୀ ଏବଂ ଏନସିପି-ଅଜିତ ପାଓ୍ବାର ଗୋଷ୍ଠୀଙ୍କୁ ନେଇ ଗଠିତ ମହାୟୁତି ସରକାର ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ରରେ ପୁଣି ଥରେ ମ୍ୟାଜିକ୍ ନମ୍ବର ହାତେଇବାରେ ବାଜି ମାରିଛି । ମହାରାଷ୍ଟ୍ରରେ ଆସିଛି ମହାୟୁତି ସରକାରର ମହାସୁମାନୀ । ମରାଠା ରାଜ୍ୟରେ ଏକାକି ବିଜେପି 132ଟି ଆସନ ଜିତିଥିବା ବେଳେ ସହଯୋଗୀ ଶିବସେନା 57ଟି ଏବଂ ଏନସିପି 41ଟି ଆସନରେ ବିଜୟୀ ହୋଇଛନ୍ତି ।
ଏହା ବି ପଢନ୍ତୁ- ମଧ୍ୟପ୍ରଦେଶ ପରେ ମହାରାଷ୍ଟ୍ର; କେଉଁ ଯୋଜନା ମହାୟୁତି ପାଇଁ ସାଜିଲା ଗେମ୍ ଚେଞ୍ଜର
ସୂତ୍ର ମୁତାବାକ, ଡିସେମ୍ବର 2 ଏବଂ 3 ତାରିଖରେ ନିର୍ବାଚନରେ ବମ୍ପର ବିଜୟ ପରେ ପ୍ରଥମ ଥର ପାଇଁ ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ବିଧାୟକ ଦଳ ନେତା ବାଛିବେ ସମସ୍ତ ବିଧାୟକ । ତେବେ ଶିବସେନା ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳ ନେତା ବାଛିସାରିଥିବା ବେଳେ ଏନସିପି ବିଧାୟକମାନେ ଅଜିତ ପାଓ୍ବାରଙ୍କୁ ମଧ୍ୟ ବିଧାୟକ ଦଳ ନେତା ବାଛି ସାରିଛନ୍ତି ।
ଚାଲିଛି ମୁଖ୍ୟମନ୍ତ୍ରୀ ପଦ ପାଇଁ ଛକାପଞ୍ଝା-
ମହାୟୁତି ସରକାର ମ୍ୟାଜିକ୍ ନମ୍ବର ହାତେଇ ସାରି ସରକାର ଗଠନ ପାଇଁ ପ୍ରସ୍ତୁତି ଚଳାଇଛି ହେଲେ ଏଯାଏଁ ଛିଣ୍ଡିପାରୁନି ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଙ୍କ । ଦେବେନ୍ଦ୍ର ଫଡନାଭିସଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ମୁମ୍ବାଇରେ ପୋଷ୍ଟର ଏବଂ ବ୍ୟାନର ଲାଗାଇଲେଣି । ଏପଟେ ଏକନାଥ ସିନ୍ଦେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ମୋର ସର୍ବମାନ୍ୟ ।
ଦିଲ୍ଲୀରେ ଶାହଙ୍କ ସହ ଭେଟଘାଟ-
ଦେବେନ୍ଦ୍ର ଫଡନାଭିସ, ଏକନାଥ ସିନ୍ଦେ , ଅଜିତ ପାଓ୍ବାର, ପ୍ରଫୁଲ୍ଲ ପଟେଲ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଏପଟେ ଶାହ ସମସ୍ତ ନେତାଙ୍କୁ ମହାବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦିନକୁ ଦିନ ସସପେନ୍ସ ବଢୁଥିବା ବେଳେ ସିନ୍ଦେ ଅସୁସ୍ଥତା ଦର୍ଶାଇ ନିଜ ଗାଁକୁ ଚାଲିଯାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ବି ଗୋଟିଏ ପକ୍ଷ ଅସନ୍ତୁଷ୍ଟ ନାହାଁନ୍ତି ଏବଂ 3ଟି ଦଳ ଏକାଠି ଅଛନ୍ତି ବୋଲି କହିଛନ୍ତି ଫଡନାଭିସ । ଏପଟେ ବିରୋଧୀ ଏମଭିଏ ସରକାର ଗଠନରେ ବିଳମ୍ବ ଏବଂ ମୁଖ୍ୟମନ୍ତ୍ରୀ ଚୟନରେ ଦିନ ଗଡିବାକୁ ନେଇ ମହାୟୁତିକୁ କାଟାକ୍ଷ କରିଛି ।