ETV Bharat / bharat

ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ୍‌, 11 ମୃତ - MAHARASHTRA ACCIDENT

ମହାରାଷ୍ଟ୍ରରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌ । 11 ଜଣଙ୍କର ମୃତ୍ୟୁ ହୋଇଥିବା 26 ଜଣ ଆହତ ହୋଇଛନ୍ତି ।

Shivshahi bus accident
Shivshahi bus accident (ETV Bharat Odisha)
author img

By ETV Bharat Odisha Team

Published : Nov 29, 2024, 5:21 PM IST

Updated : Nov 29, 2024, 7:14 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା । ବାଇକକୁ ଦୁର୍ଘଟଣାରୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ଓଲଟି ପଡିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ 11 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 26 ଆହତ ହୋଇଥିବା ସୂଚନା ମିଳିଛି । ଗୋଣ୍ଡିଆ ଜିଲ୍ଲାର ସଡକ ଅର୍ଜୁନି ଅନ୍ତର୍ଗତ ଖଜ୍ରି ଗ୍ରାମ ନିକଟରେ ଏହି ବସ୍ ଦୁର୍ଘଟଣା ଘଟିଛି । ନାଗପୁରରୁ ଗୋଣ୍ଡିଆକୁ ଆସୁଥିବା ବେଳେ ଭାରସାମ୍ୟ ହରାଇଥିଲା ବସ୍‌ । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାର ତନାଘନା କରୁଛି ।

ବାଇକୁ ଉଦ୍ଧାର କରିବାକୁ ଯାଇ ଓଲଟିଲା ବସ୍‌:

ନାଗପୁରରୁ ଗୋଣ୍ଡିଆକୁ ଯାଉଥିବା ଶିବଶାହୀ ବସ୍ ଆଜି ମଧ୍ୟାହ୍ନ 12 ରୁ 12.30 ମଧ୍ୟରେ ଗୋଣ୍ଡିଆର କୋହମାରା ଦେଇ ଯାଉଥିଲା । ହଠାତ ଖଜ୍ରି ଗ୍ରାମ ନିକଟରେ ଏକ ବାଇକ ବସ୍‌ ସାମ୍ନାକୁ ଆସିଯାଇଥିଲା । ଫଳରେ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଶିବଶାହୀ ବସ୍‌ଟି ଓଲଟି ପଡିଥିଲା । ଫଳରେ ଦୁର୍ଘଟଣାରେ ପ୍ରାୟ 11 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । 26 ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ଅଧା ରହିଗଲା ବାଗେଶ୍ବର ବାବାଙ୍କ ଦର୍ଶନ: ଧକ୍କା ଦେଲା ଟ୍ରକ, ଚାଲିଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ - Major road accident

ଏହା ମଧ୍ୟ ପଢନ୍ତୁ: ଭୟଙ୍କର ଦୁର୍ଘଟଣା: ବସ୍ ସହ ମୁହାଁମୁହିଁ ଧକ୍କା ହେଲା ପିକଅପ୍ ଭ୍ୟାନ, ଚାଲିଗଲା ୧୦ ଜୀବନ - UP BUS ACCIDENT

ବସ୍‌ରେ ଥିଲେ 35ରୁ ଊର୍ଦ୍ଧ୍ବ ଯାତ୍ରୀ:

ବସ୍‌ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମୟରେ ବସ୍‌ରେ 35ରୁ ଊର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରୁଥିବା ଜଣାପଡିଛି । ଦୁର୍ଘଟଣା ସମ୍ପର୍କରେ ପୋଲିସ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିନାହିଁ । ଏବେବି ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

Last Updated : Nov 29, 2024, 7:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.