ETV Bharat / state

‘ପଶ୍ଚିମବଙ୍ଗକୁ ମାଗିବୁନି ଆଳୁ, ୨ ବର୍ଷରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା’ - POTATO CRISIS ODISHA

ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ଆଉ ନିର୍ଭରଶୀଳ ହେବେ ନାହିଁ ରାଜ୍ୟ ସରକାର । ଆଳୁ ଉତ୍ପାଦନରେ ୨ ବର୍ଷରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା ।

POTATO CRISIS IN ODISHA
POTATO CRISIS IN ODISHA (ETV Bharat Odisha)
author img

By ETV Bharat Odisha Team

Published : Nov 30, 2024, 10:58 PM IST

ଭୁବନେଶ୍ବର: ପଶ୍ଚିମବଙ୍ଗକୁ ଆଉ ଆଳୁ ପାଇଁ ଗୁହାରୀ କରିବେ ନାହିଁ ଓଡିଶା ସରକାର । ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ମୋହନ ସରକାର ନିର୍ଭରଶୀଳ ହେବେ ନାହିଁ । ପଶ୍ଚିମବଙ୍ଗ ଯଦି ନିଜ ଆଡୁ ଆଳୁ ପଠାଏ, ତାହାଲେ ରାଜ୍ୟ ସରକାର ରଖିବେ । ହେଲେ ଓଡ଼ିଶା ସରକାର ଆଉ ନିଜ ଆଡୁ ଆଳୁ ମାଗିବେନି ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

୩୦ ଟଙ୍କାରେ ଆଳୁ ମିଳିବ:

POTATO CRISIS IN ODISHA (ETV Bharat Odisha)

ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ପଶ୍ଚିମବଙ୍ଗରେ କ'ଣ କେବଳ ଆଳୁ ଅଛି, ଆଉ କେଉଁଠି କଣ ନାହିଁ ? ଅନ୍ୟ ରାଜ୍ୟରେ ମଧ୍ୟ ଆଳୁ ମିଳୁଛି । ଉତ୍ତରପ୍ରଦେଶରୁ ଓଡିଶାକୁ ଆଳୁ ଆସିବା ଆରମ୍ଭ ହୋଇସାରିଛି । ଆଜି ମଧ୍ୟ ଉତ୍ତର ପ୍ରଦେଶରୁ ଆଳୁ ଆସିଛି । ଆଳୁ ପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ । ଖାଉଟିଙ୍କ ପାଖରେ ଆଳୁ କିଭଳି ପହଁଚିବ ସେ ବ୍ୟବସ୍ଥା ଆମେ କରିଛୁ । କିଛି ଅସୁବିଧା ହେବ ନାହିଁ । ଆବଶ୍ୟକ ଅନୁସାରେ, ଓଡ଼ିଶାରେ ଆଳୁ ମହଜୁଦ ଅଛି । ଆଳୁ ମଗେଇବାକୁ ବ୍ୟବସାୟୀଙ୍କୁ କୁହାଯାଇଛି । ଉତ୍ତର ପ୍ରଦେଶ ମାର୍କେଟରେ ଆଳୁ ୨୦ରୁ ୨୨ ଟଙ୍କାରେ ମିଳୁଛି । ଭଡା ବାବଦରେ ପ୍ରତି କିଲୋଗ୍ରାମରେ ୪ ଟଙ୍କା ପଡିବ । ଓଡିଶାର ବ୍ୟବସାୟୀ ୫ ଟଙ୍କା ଲାଭରେ ଆଳୁ ବିକିବେ । ଏମିତି ହେଲେ ଖାଉଟିଙ୍କୁ ୩୦ ଟଙ୍କାରେ ଆଳୁ ମିଳିବ ।"

ରାଜନୀତି କରୁଛନ୍ତି ପଶ୍ଚିମବଙ୍ଗ ସରକାର :

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆଳୁ ପାଇଁ ପଞ୍ଜାବ ସରକାରଙ୍କ ସହ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି । ବାହାର ରାଜ୍ୟକୁ ଆଳୁ ଦେବୁନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ କହିଛନ୍ତି । ତେଣୁ ଆମେ ଜବରଦସ୍ତ ତାଙ୍କ ଠାରୁ ଆଳୁ ଆଣିବୁ ନାହିଁ । ଆମେ ମାଗି ଖିଆ ନୁହଁ, ମାଗିବୁ ନାହିଁ । ସେମାନେ ଆଳୁ ନଛାଡିଲେ, ଆମେ ମାଗିବୁ ନାହିଁ । କିମ୍ବା ଅନୁରୋଧ କରିବୁ ନାହିଁ । ସେମାନେ ଆଳୁ ଛାଡିଲେ, ଆମେ ମନା କରିବୁ ନାହିଁ । ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ରାଜନୀତି କରୁଛନ୍ତି । କେତେବେଳେ ଆଳୁ ଦେଉଛନ୍ତି, ପୁଣି ବନ୍ଦ କରି ଦେଉଛନ୍ତି । ଏମିତି କରିବା ଠିକ ନୁହେଁ ।"

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଆଳୁ ସଙ୍କଟ, ୟୁପି ଏକ ମାତ୍ର ବିକଳ୍ପ କହିଲେ ବ୍ୟବସାୟୀ

ଏହା ମଧ୍ୟ ପଢ଼ନ୍ତୁ...3ମାସ ପରେ ପୁଣି ଆଳୁ ସମସ୍ୟା, ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଲା ଶତାଧିକ ଟ୍ରକ୍

ଆଳୁ ଓ ପିଆଜ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବ ଓଡିଶା :

ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଆସନ୍ତା ଦୁଇ ବର୍ଷ ମଧ୍ୟରେ ଓଡିଶା ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇଯିବ । ବାହାର ରାଜ୍ୟରୁ ଆଳୁ ଆଣିବା ଦରକାର ପଡିବ ନାହିଁ । ଏନେଇ ଯୋଜନା କରାଯାଉଛି । ସୋମବାର ଏନେଇ ପୁନର୍ବାର ବୈଠକ ବସିବ । କୃଷି, ଯୋଗାଣ ଓ ସମବାୟ ବିଭାଗର ମିଳିତ ବୈଠକ ହେବ । ରାଜ୍ୟରେ ଆଳୁ ଚାଷ ବଢ଼େଇବା ଲାଗି ରଣନୀତି ପ୍ରସ୍ତୁତ ହେବ । ପିଆଜ ଚାଷ ବୃଦ୍ଧି ଲାଗି ନଜର ଦିଆଯିବ । ଅଣ୍ଡା ଓ ମାଛ ଉତ୍ପାଦନ ବୃଦ୍ଧି ଲାଗି ଆମେ ତତ୍ପର ଅଛୁ । ବଜାରରେ ଆଳୁ ଦର ବୃଦ୍ଧି ହୋଇନାହିଁ । ଦର ବୃଦ୍ଧି ହେଲେ ଚଢ଼ାଉ ହେବ ।" ତେବେ ପଶ୍ଚିମବଙ୍ଗ ଆଳୁ ନଦେବା ପଛରେ ରାଜନୈତିକ ଦିଗକୁ ଇଶାରା କରିଛନ୍ତି ମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ମନା କରିଥିବେ ବୋଲି ମମତା ଆଳୁ ଦେବାକୁ ମନା କରୁଥିବେ ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.