ଡୋରାଡୁନ:ଉତ୍ତରାଖଣ୍ଡରେ ଭୟଙ୍କର ସଡକ ଦୁର୍ଘଟଣା । ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଫଳରେ 30 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିଲା ସୂଚନା ମିଳିଛି । ଉତ୍ତରାଖଣ୍ଡର ଆଲମୋଡ଼ା ସ୍ଥିତ ସଲ୍ଟ ଅନ୍ତର୍ଗତ କୁପି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କରସିଂହ ଧାମୀ ଦୁଃଖ ପ୍ରକାଶ କରିଛନ୍ତି ।
- ଭାରସାମ୍ୟ ହରାଇଥିବା ସନ୍ଦେହ !
ଆଜି (ସୋମବାର) ସକାଳେ ଏହି ଅଘଟଣ ଘଟିଛି । ଗୋଲିଖାଲରୁ ରାମନଗର ଅଭିମୁଖେ ବାହାରିଥିବା ଏକ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ରାସ୍ତାକଡ ୧୦୦ ମିଟର ବା ୩୦୦ ଫୁଚ ଗଭୀର ଖାଇକୁ ଖସି ପଡିଥିଲା । ମୃତାହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ କେତେକ ଗୁରୁତର ଥିବା ବେଳେ ଏବେ ସୁଦ୍ଧା 20ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନିକ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।
- 30ରୁ ଅଧିକ ମୃତ, ବଢିପାରେ ସଂଖ୍ୟା !
ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ବିନିତ ପାଲ କହିଛନ୍ତି, ଖଭୀର ଖାଇକୁ ବସ ଖସିବା ପରେ 20 ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟା ଆଗକୁ ମଧ୍ୟ ବଢିପାରେ । ବସଟି ଯାତ୍ରୀଙ୍କୁ ନେଇ ଗୋଲିଖାଲରୁ ରାମନଗରକୁ ଫେରୁଥିଲା । ଆଜି ସକାଳ ପ୍ରାୟ ସାଢେ 8ଟା ସମୟରେ ବସଟି କୁପି ଅଞ୍ଚଳରେ ଭାରସାମ୍ୟ ହରାଇ ଏକ ଗଭୀର ଖାଇକୁ ଖସି ପଡିଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ, ନିକଟସ୍ଥ ଲୋକ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ ଖାଇରୁ ଉଦ୍ଧାର କରାଯାଉଛି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ।