ଓଡିଶା

odisha

ETV Bharat / bharat

ଝାନସୀ ମେଡିକାଲ କଲେଜ ଶିଶୁ ଓ୍ବାର୍ଡରେ ଭୟାବହ ଅଗ୍ନିକାଣ୍ଡ: 11 ଶିଶୁ ମୃତ, 15ରୁ ଅଧିକ ଗୁରୁତର - JHANSI MEDICAL COLLEGE FIRE

ଗତକାଲି ବିଳମ୍ବିତ ରାତିରେ ସଟସର୍କିଟରୁ ଅଗ୍ନିକାଣ୍ଡ ସନ୍ଦେହ । ତଦନ୍ତ ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ । ଘଟଣାସ୍ଥଳରେ ଉପମୁଖ୍ୟମନ୍ତ୍ରୀ ।

ଝାନସୀ ମେଡିକାଲ କଲେଜ ଶିଶୁ ଓ୍ବାର୍ଡରେ ଭୟାବହ ଅଗ୍ନିକାଣ୍ଡ: 11 ଶିଶୁ ମୃତ, 15ରୁ ଅଧିକ ଗୁରୁତର
ଝାନସୀ ମେଡିକାଲ କଲେଜ ଶିଶୁ ଓ୍ବାର୍ଡରେ ଭୟାବହ ଅଗ୍ନିକାଣ୍ଡ: 11 ଶିଶୁ ମୃତ, 15ରୁ ଅଧିକ ଗୁରୁତର (ETV Bharat Odisha)

By ETV Bharat Odisha Team

Published : Nov 16, 2024, 6:51 AM IST

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ଝାନସୀ ସ୍ଥିତ ମେଡିକାଲ କଲେଜ ହସ୍ପିଟାଲରେ ବଡଧରଣର ଅଗ୍ନିକାଣ୍ଡ ଘଟି 11 ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ମେଡିକାଲ କଲେଜର ସ୍ବତନ୍ତ୍ର ଶିଶୁ ୱାର୍ଡ (NICU)ରେ ଏହି ଅଗ୍ନିକାଣ୍ଡ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ନବଜାତ ଶିଶୁ ରହିଛନ୍ତି । ପ୍ରାୟ 35ରୁ ଅଧିକ ଚିକିତ୍ସାଧୀନ ଶିଶୁଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରେ ପ୍ରାୟ 15ରୁ ଅଧିକ ଗୁରୁତର ମଧ୍ୟ ରହିଛନ୍ତି ।

ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗିବା ପରେ ଚିକିତ୍ସାଧୀନ ଅସୁସ୍ଥ ଓ ଓ୍ବାର୍ଡରେ ଥିବା ଅନ୍ୟମାନେ ଜୀବନ ବଞ୍ଚାଇବା ପାଇଁ ବିଲ୍ଡିଂରୁ ବାହାରିବା ପାଇଁ ଦୌଡୁଥିବା କାରଣରୁ ଦଳାଚକଟା ପରି ସ୍ଥିତି ସୃଷ୍ଟି ହୋଇଥିଲା । ପରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଚିକିତ୍ସାଧୀନ ନଜଜାତକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

  • 11 ଶିଶୁଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲେ ଜିଲ୍ଲା ଅଧିକାରୀ:

ମିଳିଥିବା ସୂଚନା ଅନୁସାରେ, ଗତକାଲି (ଶୁକ୍ରବାର) ରାତି ପ୍ରାୟ ସାଢେ 10ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି । ତେବେ ଅଗ୍ନିକାଣ୍ଡର କାରଣ ଏବେ ମଧ୍ୟ ଅସ୍ପଷ୍ଟ ଥିବା ବେଳେ ସଟ-ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଇଛି । ସ୍ଥାନୀୟ ଜିଲ୍ଲାପାଳ, ଏସପି ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ନିଆଁ ଲାଗିବା ବେଳେ ଓ୍ବାର୍ଡରେ ପ୍ରାୟ 54 ନବଜାତ ଶିଶୁ ଚିକିତ୍ସାଧୀନ ଥିଲେ । ସେମାନଙ୍କ ମଧ୍ୟରୁ 11ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଅବିନାଶ କୁମାର ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ କିଛି ଶିଶୁ ଗୁରୁତର ଥିବା କାରଣରୁ ମୃତ୍ୟୁସଂଖ୍ୟା ବଢିବାର ମଧ୍ୟ ଆଶଙ୍କା ରହିଛି ।

ଏହା ମଧ୍ୟ ପଢନ୍ତୁ:-ଅଗ୍ନିକାଣ୍ଡରେ ଜଳିଗଲା ଲୁଗା ଗୋଦାମ, ବ୍ୟବସାୟୀ ମୃତ

ଏହା ମଧ୍ୟ ପଢ଼ନ୍ତୁ...ଖୋର୍ଦ୍ଧା ଘରୋଇ ଟିଭି ଚ୍ୟାନେଲ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଏହା ମଧ୍ୟ ପଢ଼ନ୍ତୁ...ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୩ ପରିବାରର ୧୦ ବଖରା ଘର

  • ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଯୋଗୀ

ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଖଃ ପ୍ରକାଶ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପଠକ ଏବଂ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି । ଏହା ସହିତ ସ୍ଥାନୀୟ କମିଶନର ଏବଂ ପୋଲିସ ଡିଜିଙ୍କୁ ଅଘଟଣର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅଧିକାରୀମାନେ ଘଟଣାସ୍ଥଳ ଗସ୍ତ କରି ସରଜମିନ ତଦନ୍ତ କରିବା ସହ 12 ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ରହିଛି । ‘ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜ’ ହେଉଛି ବୁନ୍ଦେଲଖଣ୍ଡ ଏରିଆର ସବୁଠାରୁ ବଡ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜ । ଏଠାକୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଲୋକେ ଚିକିତ୍ସା ପାଇଁ ଆସିଥାଆନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details