ଓଡିଶା

odisha

ETV Bharat / bharat

ଇଭିଏମ-ଭିଭିପାଟ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ, ସମସ୍ତ ଆବେଦନ ଖାରଜ - EVM VVPAT Verification - EVM VVPAT VERIFICATION

EVM VVPAT Verification: ଇଭିଏମ-ଭିଭିପାଟ୍ ମାମଲାରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସମସ୍ତ ଆବେଦନ ସୁପ୍ରିମକୋର୍ଟରେ ଖାରଜ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Apr 26, 2024, 12:04 PM IST

ନୂଆଦିଲ୍ଲୀ:ଇଭିଏମ-ଭିଭିପାଟ୍ ମାମଲାରେ ବଡ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ଏ ସମ୍ପର୍କୀତ ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦୁଇଟି ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ନିର୍ଦ୍ଦେଶ ହେଉଛି, ସିମ୍ବଲ ଲୋଡିଂ ପ୍ରକ୍ରିୟା ସମାପ୍ତ ହେବା ପରେ, ସିମ୍ବଲ ଲୋଡିଂ ୟୁନିଟ୍ (SLU) କୁ ସିଲ୍ କରାଯିବା ଉଚିତ ଏବଂ ସେଗୁଡିକୁ ଅତି କମରେ 45 ଦିନ ସଂରକ୍ଷଣ କରାଯିବା ଉଚିତ୍ ।

ସୁପ୍ରିମକୋର୍ଟ ଦ୍ବାରା ଜାରି କରାଯାଇଥିବା ଦ୍ୱିତୀୟ ନିର୍ଦ୍ଦେଶ ହେଉଛି, ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଇଞ୍ଜିନିୟର ଦଳ ଦ୍ବାରା ଇଭିଏମର ମାଇକ୍ରୋ କଣ୍ଟ୍ରୋଲର୍ ପ୍ରୋଗ୍ରାମ ଯାଞ୍ଚ କରିବାକୁ ପ୍ରାର୍ଥୀମାନଙ୍କ ପାଇଁ ବିକଳ୍ପ ରହିବ। ଫଳାଫଳ ଘୋଷଣା ହେବାର ସାତ ଦିନ ମଧ୍ୟରେ ପ୍ରାର୍ଥୀ ଏଥି ପାଇଁ ଦାବି କରିବେ । ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ସଞ୍ଜୀବ ଖାନ୍ନା ଏହି ମାମଲାର ଶୁଣାଣି କରିଥିଲେ । ଏହା ସହିତ ଭେରିଫିକେସନ ସମୟରେ ଇଭିଏମ୍ ରେ ହେରଫେର ଆସିଲେ, ପ୍ରାର୍ଥୀ ପ୍ରଦାନ କରିଥିବା ସମସ୍ତ ରାଶି ସେମାନଙ୍କୁ ଫେରସ୍ତ କରାଯିବ ।

ଏହା ମଧ୍ୟ ପଢନ୍ତୁ-ଇଭିଏମ-ଭିଭିପାଟ୍ ମାମଲା: ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ - EVM VVPAT Verification

ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିନ୍ତି, "ଆମେ କହିଥିଲୁ ଯେ ଇଭିଏମ୍ ଗୁଡିକରେ ଏକ ପ୍ରୋଗ୍ରାମେବଲ୍ ମେମୋରୀ ଅଛି, କାରଣ ଏଥିରେ ସିମ୍ବଲ ଲୋଡିଂ ହୋଇଥାଏ, ସେଥିପାଇଁ, ଯଦି ଆପଣ ଏକ ଦୁର୍ଭାଗ୍ୟପୂର୍ଣ୍ଣ ପ୍ରୋଗ୍ରାମ ଅପଲୋଡ୍ କରନ୍ତି ତେବେ ଏହାର ଅପ ବ୍ୟବହାର କରାଯାଇ ପାରିବ । ଏଥିପାଇଁ VVPATର ପେପର ଟ୍ରେଲ୍ ଅଡିଟ୍ ଜରୁରୀ ଅଟେ। ସମସ୍ତ VVPAT ସ୍ଲିପ୍ ଗଣନା କରାଯିବା ମଧ୍ୟ ଉଚିତ । VVPAT ରେ ମଧ୍ୟ କଳା ଲଗାଯାଇଥାଏ । ଏଥି ପାଇଁ ଆମେ ଅନୁରୋଧ କରିଥିଲୁ ଯେ ଏହାକୁ ଟ୍ରାନ୍ସପରେଣ୍ଟ ଗ୍ଲାସରେ ବଦଳାଇ ଦିଆଯାଉ କିମ୍ବା ମତଦାତାକୁ ସ୍ଲିପ୍ ହସ୍ତାନ୍ତର କରାଯାଉ । ପରେ ଏକ ବାଲାଟ୍ ବକ୍ସରେ ରଖାଯାଉ ଯାହା ଦ୍ବାରା ପରେ ଗଣନା କରାଯାଇପାରିବ । ''

ସୁପ୍ରିମକୋର୍ଟ ଆମର ସମସ୍ତ ଦାବିକୁ ଖାରଜ କରି କହିଛନ୍ତି ଯେ, ଯଦି ସମସ୍ତ ବାଲାଟ ପେପରରେ ବାରକୋଡ୍ ଲଗାଯାଏ ତେବେ ମେସିନ ଦ୍ୱାରା ଗଣାଯାଇପାରିବ କି ନାହିଁ ତାହା ଯାଞ୍ଚ କରାଯିବା ଉଚିତ। ନିର୍ବାଚନ ପରେ ଅତି କମରେ 45 ଦିନ ପାଇଁ ସିମ୍ବଲ ଲୋଡିଂ ୟୁନିଟ୍ ସିଲ୍ କରାଯିବା ଉଚିତ । ଯାହା ଦ୍ବାରା ଯଦି ଏକ ପିଟିସନ୍ ଦାଖଲ ହୁଏ ଏବଂ କୋର୍ଟ କିଛି ନିର୍ଦ୍ଦେଶ ଦିଅନ୍ତି ତେବେ ଏହାର ଯତ୍ନ ନିଆଯାଇପାରିବ। " ଇଭିଏମ୍‌ ସହ ଭିଭିପିଏଟି ମେସିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦ ପ୍ରତିଶତ ଯାଞ୍ଚ କରାଇବା ନେଇ ସୁପ୍ରିମକୋର୍ଟରେ ହୋଇଥିଲା ଏକାଧିକ ଆବେଦନ ।

ABOUT THE AUTHOR

...view details