ହାଇଦ୍ରାବାଦ:'ପୁଷ୍ପା 2' ଚଳଚ୍ଚିତ୍ର ସ୍କ୍ରିନିଂ ବେଳେ ସନ୍ଧ୍ୟା ଥିଏଟରରେ ଦଳାଚକଟା ମାମଲା । ସମନ ପରେ ଚିକ୍କାଡପଲ୍ଲୀ ଥାନାରେ ହାଜର ହୋଇଥିଲେ ଅଭିନେତା ଅଲ୍ଲୁ ଅର୍ଜୁନ । ଦଳାଚକଟା ମାମଲା ନେଇ ଅଲ୍ଲୁଙ୍କୁ ପଚରାଉଚରା କରିଛି ପୋଲିସ । ସେପଟେ ଜୁବଲି ହିଲ ସ୍ଥିତ ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଗତକାଲି (ସୋମବାର) ତାଙ୍କୁ ସମନ ହୋଇଥିଲା । ଅଲ୍ଲୁ ଅର୍ଜୁନଙ୍କ ଦାଦା ଚନ୍ଦ୍ରଶେଖର ରେଡ୍ଡୀଙ୍କ ସମେତ ନିର୍ମାତା ବନି ବାସୁ ମଧ୍ୟ ପୋଲିସ ଷ୍ଟେସନ ଆସିଥିଲେ । 3 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ତାଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି । ଏନେଇ ବିଜେପି ନେତା ରଘୁନନ୍ଦନ ରାଓ କହିଛନ୍ତି, "ରାଜ୍ୟର ଅନ୍ୟ ମାମଲା ଭଳି ଏହା ଏକ ଛୋଟ ମାମଲା । ଏହି ଦଳାଚକଟାରେ ପୋଲିସ ଓ ଅଭିନେତାଙ୍କର କ'ଣ ଭୂମିକା ରହିଛି। ମୋର ପୋଲିସକୁ ଅନୁରୋଧ ଯେ, ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ । କୌଣସି ବ୍ୟକ୍ତି ଉପରେ ପୋଲିସ ଏଭଳି ପ୍ରତିଶୋଧ ନେବା ଉଚିତ ନୁହେଁ, କାରଣ କୋର୍ଟ ପୂର୍ବରୁ ତାଙ୍କୁ 30 ଦିନ ପାଇଁ ଜାମିନ ଦେଇଛନ୍ତି ।"
ସେପଟେ ଗତ ରବିବାର ଜୁବଲି ହିଲ ସ୍ଥିତ ଅଲ୍ଲୁ ଅର୍ଜୁନଙ୍କ ବାସଭବନକୁ କିଛି ବିକ୍ଷୋଭକାରୀ ନାରାବାଜୀ କରିବା ସହ ଅଣ୍ଡା ଓ ଟମାଟୋ ମାଡ କରିଥିଲେ । ଏହା ତାଙ୍କ ବିରୋଧରେ ରାଜନେତାଙ୍କ ଚକ୍ରାନ୍ତ ବୋଲି ସାମ୍ବାଦିନ ସମ୍ମିଳନୀ କରି କହିଥିଲେ ଅଲ୍ଲୁ ଅର୍ଜୁନ ।
ଏହା ମଧ୍ୟ ପଢ଼ନ୍ତୁ...ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବାସଭବନକୁ ଅଣ୍ଡା-ଟମାଟୋ ମାଡ |