ଚେନ୍ନାଇ: ସନାତମ ଧର୍ମ ବିରୋଧୀ ମନ୍ତବ୍ୟ ମାମଲାରେ ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ଓ ଅନ୍ୟ ମନ୍ତ୍ରୀଙ୍କୁ ବଡ ଆଶ୍ବସ୍ତି ମିଳିଛି । ଏହି ମାମଲାକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ କ୍ରୀଡାମନ୍ତ୍ରୀ ଉଦୟାନିଧି ଷ୍ଟାଲିନ, ସେକର ବାବୁ ଓ ଦଳର ଲୋକସଭା ସାଂସଦ ଏ.ରାଜାଙ୍କ ବିରୋଧରେ ଏହି ମାମଲା ରହିଥିଲା । ଏହାକୁ ଆଜି ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି ।
ଆଜି ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଅନୀତା ସୁମନ୍ତଙ୍କ ଖଣ୍ଡପୀଠରେ ଏହି ମାମଲାର ହୋଇଥିଲା । ଉଦୟାନିଧିଙ୍କ ସମେତ 3 ଜଣଙ୍କ ବିରୋଧରେ ଏହି ମାମଲା ଦାଏର ହୋଇଥିଲା । କୋର୍ଟ ଷ୍ଟାଲିନଙ୍କ ଦ୍ବାରା ଦିଆଯାଇଥିବା ମନ୍ତବ୍ୟକୁ ଭୁଲ ବୋଲି ସ୍ବୀକାର କରିଥିଲେ । ହେଲେ ସେ ଏ ପର୍ଯ୍ୟନ୍ତ କୌଣସି କୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ବୋଲି ମଧ୍ୟ କହିଥିଲେ । ଏହା କହିବା ସହ କୋର୍ଟ ଏହା ମାମଲାର ଶୁଣାଣିକୁ ଖାରଜ କରିଦେଇଛନ୍ତି । ତେବେ ଦୁଇଦିନ ତଳେ ଏହି ମାମଲାରେ ସର୍ବୋଚ୍ଚକୋର୍ଟ ମଧ୍ୟ ଉଦୟାନିଧିଙ୍କୁ ଭର୍ତ୍ସନା କରିଥିଲେ । ଜଣେ ମନ୍ତ୍ରୀ କୌଣସି ସାଧାରଣ ଜନତା ନୁହନ୍ତି । ତାଙ୍କ ମନ୍ତବ୍ୟ କିମ୍ବା ଟିପ୍ପଣୀର ସାମାଜ ପ୍ରତି ପ୍ରଭାବ ରହିଛି । ତେଣୁ ସେ ତାଙ୍କ ପ୍ରତିଟି ଟିପ୍ପଣୀ ପ୍ରତି ଯତ୍ନଶୀଳ ହେବାର ଉଚିତ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ । ଏହା ପରେ ଆଜି ମାଡ୍ରାସ ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି ।