ETV Bharat / state

ସୀମା ଟପିଲା ବର୍ବରତା, ଦୁଇ ଛୁଆଙ୍କୁ ଚେଙ୍କ ଦେଉଥିଲା ମାଆ - MOTHER TORTURES CHILDREN

ବାପା କାମକୁ ବାହାରିଯିବା ପରେ ଦୁଇ ଛୁଆଙ୍କୁ ଚେଙ୍କ ଦେଉଥିଲା ଜନ୍ମଦାତ୍ରୀ ମାଆ । ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ ।

PHYSICAL TORTURE  TO TWO CHILDREN
PHYSICAL TORTURE TO TWO CHILDREN (ETV Bharat Odisha)
author img

By ETV Bharat Odisha Team

Published : Nov 16, 2024, 2:05 PM IST

ଭୁବନେଶ୍ବର: ନିଜ ପିଲାଙ୍କୁ ଚେଙ୍କ ଦେଉଥିଲା ଜନ୍ମ କଲା ମାଆ । ମାଆ ମାଆ ବୋଲି ଆକୁଳ ନିବେଦନ ସତ୍ତ୍ବେ ଶୁଣୁନଥିଲା । ଛୁଆଙ୍କ ପ୍ରତି ମାଆର ନିର୍ଯାତନା ବଢିବାରୁ ଥାନାର ଦ୍ବାରସ୍ଥ ହେଲା ବାପା । ଅଭିଯୋଗ ପରେ ସମ୍ପୃକ୍ତ ମାଆ ଏବଂ ତାର ଜଣେ ସହଯୋଗୀକୁ ଗିରଫ କରିଛି ପୋଲିସ । ଏଭଳି ଏକ ଚାଞ୍ଚଲ୍ୟର ଏବଂ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ବର ମୈତ୍ରୀବିହାର ଥାନା ଅଞ୍ଚଳରୁ ।

ଏମିତି କହିଲେ DCP..

ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି,"ମୈତ୍ରୀ ବିହାର ଥାନା ଅଞ୍ଚଳରେ ଏକ ଅଭିଯୋଗ ଆସିଥିଲା । ଯାହାକୁ ଆଧାର କରି ଏକ ମକଦମା ରୁଜୁ କରାଯାଇଥିଲା । ଯେଉଁଠି ଦୁଇ ନାବାଳକ ଛୁଆଙ୍କୁ ଚେଙ୍କ ଦିଆଯାଉଥିଲା । ତାଙ୍କ ମାଆ ଓ ତାଙ୍କର ଜଣେ ସହଯୋଗୀ ଚେଙ୍କ ଦେଉଥିବା ଅଭିଯୋଗ ମୈତ୍ରୀ ବିହାର ଥାନରେ ହୋଇଥିଲା‌ ।ଏନେଇ ବାପାର ଅଭିଯୋଗ ଆଧାରରେ ମାଆ ଓ ତାଙ୍କ ସହଯୋଗୀକୁ ଗିରଫ କରାଯାଇଛି ।"

PHYSICAL TORTURE TO TWO CHILDREN (ETV Bharat Odisha)

ସମ୍ପୂର୍ଣ୍ଣ ଘଟଣା କ'ଣ ଥିଲା ?

ଜଣେ ଦମ୍ପତି ଦୁଇ ଛୁଆଙ୍କୁ ନେଇ ମୈତ୍ରୀ ବିହାରର ମହାବୀର ନଗରରେ ରହୁଥିଲେ । ବାପା ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବାବେଳେ ମାଆ ଗୃହିଣୀ ଭାବେ ଘରେ ଛୁଆଙ୍କ ଲାଳନ ପାଳନ କରୁଥିଲେ । ହେଲେ ବାପା ସବୁ ଦିନ ପରି ଘରୁ ବାହାରକୁ ଯିବା ପରେ ମାଆ ଜଣଙ୍କ ଦୁଇ ଛୁଆଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ପରେ ବାପା ଘରକୁ ଆସିଲେ ଛୁଆମାନେ ଆଭିଯୋଗ କରିଥାନ୍ତି । ଏହାପରେ ଉଭୟେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ଥର କଳହ ହେଉଥିଲା ।

PHYSICAL TORTURE  TO TWO CHILDREN
PHYSICAL TORTURE TO TWO CHILDREN (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...ତାରାତାରିଣୀ ମନ୍ଦିର ଲୁଟ୍ ପର୍ଦ୍ଦାଫାସ, ସେବାୟତ ଓ ଜଗୁଆଳି ଗିରଫ

ଏହା ମଧ୍ୟ ପଢନ୍ତୁ ...ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୩ ଦିନ ବିତିଥିଲେ ବି ଫେରିନି ମୃତଦେହ

ଏହା ମଧ୍ୟ ପଢନ୍ତୁ ...ଭୁବନେଶ୍ବର ବାଣ ବିସ୍ଫୋରଣ ଘଟଣା, ଗୋଦାମ ଘର ସିଲ୍ କଲା ପୋଲିସ

ପ୍ରତିଶୋଧ ପରାୟଣ ହୋଇ ମାଆ ଦେଉଥିଲା ଚେଙ୍କ ! :

ବାପାଙ୍କ ପାଖରେ ପିଲାଙ୍କ ଅଭିଯୋଗ ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କହଳ ଆରମ୍ଭ ହେଉଥିଲା । ଏନେଇ ମାଆ ପ୍ରତିଶୋଧ ପରାୟଣ ହେଉଥିଲା । ଯାହାକୁ ନେଇ ବାପା ଘରେ ନଥିବା ସମୟରେ ଅନେକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏପରିକି ଚେଙ୍କ ଦେବାକୁ ମଧ୍ୟ ପଛାଉନଥିଲା ମାଆ । ଘଟଣା ସାମ୍ନାକୁ ଆସିବା ପରେ ଥାନାରେ ଅଭିଯୋଗ କରିଥିଲେ ବାପା । ଏନେଇ କମିଶନରେଟ ପୋଲିସ ୫୧୩ ନମ୍ବରରେ ମାମଲା ରୁଜୁ କରି ଶିଶୁ ନିର୍ଯାତନା ଅଭିଯୋଗରେ ମାଆ ଏବଂ ତାର ଜଣେ ସହଯୋଗୀକୁ ଗିରଫ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.