ETV Bharat / state

ନୌସେନାରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି, ବୁଲି ଆସନ୍ତୁ କଟକ ବାଲିଯାତ୍ରା Indian Navy ଷ୍ଟଲ୍‌

କଟକ ବାଲିଯାତ୍ରାରେ ଭାରତୀୟ ନୌସେନା (Indian Navy)ର ଅଭିନବ ପ୍ରୟାସ । ୧୧ଟି ଷ୍ଟଲରେ ପ୍ରଦର୍ଶିତ ହେଉଛି ବିଭିନ୍ନ ଉପକରଣ ଓ ଓ୍ବାର ସିପ୍‌ ରେପ୍ଲିକା ।

ନୌସେନାରେ କିପରି କରିପାରିବେ କ୍ୟାରିୟର, ଥରେ ବୁଲି ଆସନ୍ତୁ ବାଲିଯାତ୍ରା ଷ୍ଟଲ୍‌
ନୌସେନାରେ କିପରି କରିପାରିବେ କ୍ୟାରିୟର, ଥରେ ବୁଲି ଆସନ୍ତୁ ବାଲିଯାତ୍ରା ଷ୍ଟଲ୍‌ (ETV Bharat Odisha)
author img

By ETV Bharat Odisha Team

Published : 2 hours ago

Updated : 57 minutes ago

କଟକ: ଆରମ୍ଭ ହୋଇ ସାରିଛି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଐତିହ୍ୟ ବହନ କରୁଥିବା ତଥା ଏସିଆ ମହାଦେଶର ସର୍ବବୃହତ୍ତ ବାଣିଜ୍ୟିକ ମେଳା ‘କଟକ ବଲିଯାତ୍ରା-2024’ । ପ୍ରଥମ ଦିନରୁ ଦେଖିବାକୁ ମିଳିଛି ବେଶ ଉତ୍ସାହ । ବିଭିନ୍ନ ଷ୍ଟଲ୍‌ ବୁଲି ବିଭିନ୍ନ ସାମଗ୍ରୀ କିଣା କିଣି ସାଙ୍ଗକୁ ବିଭିନ୍ନ ପ୍ରକାର ଖାଦ୍ୟ ଓ ଦୋଳିର ମଜା ନେଉଛନ୍ତି ଦର୍ଶକ । ଏହାରି ମଧ୍ୟରେ ଏକ ଅଭିନବ ଅନୁଚିନ୍ତା ସହ ଏକାଧିକ ଷ୍ଟଲ ଲଗାଇଛି ‘ଭାରତୀୟ ନୌସେନା’ ।

‘ଭାରତୀୟ ନୌସେନା’ର ଏହା କୌଣସି ବ୍ୟବସାୟିକ ଷ୍ଟଲ ନୁହେଁ, ବରଂ ଦେଶର ସାମୁଦ୍ରିକ ତଥା ବିସ୍ତୀର୍ଣ୍ଣ ଜଳସୀମା ସୁରକ୍ଷାର ଜାଗ୍ରତ ପ୍ରହରୀ ନୌସେନାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ ଏହି ନୌସେନା ପକ୍ଷରୁ ଏହି ପ୍ରୟାସ କରାଯାଉଛି ।

ନୌସେନାରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି, ବୁଲି ଆସନ୍ତୁ କଟକ ବାଲିଯାତ୍ରା Indian Navy ଷ୍ଟଲ୍‌ (ETV Bharat Odisha)
  • ବାଲିଯାତ୍ରାରେ ନୌସେନା ଷ୍ଟଲ :-

ଭାରତୀୟ ନୌସେନା ପକ୍ଷରୁ ଚଳିତବର୍ଷ ବାଲିଯାତ୍ରାରେ ଲଗାଯାଇଛି ୧୧ଟି ଷ୍ଟଲ । ଯେଉଁଥିରେ ନୌସେନା ଢାଞ୍ଚା, କାର୍ଯ୍ୟକଳାପ, ଉପକରଣ, ଯୁଦ୍ଧ ସରଞ୍ଜାମ ଓ ଦେଶର ସୁରକ୍ଷାରେ ନୌବାହିନୀର ଭୂମିକା ସମ୍ପର୍କରେ ଅଗବତ କରାଯାଉଛି । ବିଶେଷକରି, ନାଭାଲ ୟୁନିଟ କ’ଣ, ଏହାର ଦକ୍ଷତା କେତେ ଓ ଏହା ଓଡିଶା ନୌବାଣିଜ୍ୟ ପରମ୍ପରା ସହ କିପରି ଜଡିତ, ତାହା ଉପରେ ଏହି ଷ୍ଟଲଗୁଡିକରେ ବିଭିନ୍ନ ସରଞ୍ଜାମ ପଦର୍ଶିତ ହେଉଛି । ବିଭିନ୍ନ ପ୍ରକାର ଯୁଦ୍ଧ ଜାହାଜ, ବୁଡାଜାହାଜ (ସବମେରାଇନ), ଏୟାରକ୍ରାଫ୍ଟ କ୍ୟାରିୟର, ରାଡାର ସିଷ୍ଟମ ଆଦି ପ୍ରଦର୍ଶିତ ହେଉଛି । କେବଳ ଆଧୁନିକ ନୌସେନାର ଭୂମିକା ନୁହେଁ, ବରଂ ପ୍ରାଚୀନ ଓଡିଶାର ନୌବାଣିଜ୍ୟ ସହ ନୌସେନା କିପରି ସମ୍ପର୍କ ବହନ କରେ, ତାହା ମଧ୍ୟ ଏଥିରେ ପ୍ରଦର୍ଶିତ ହେଉଛି ।

ବାଲିଯାତ୍ରାରେ ପ୍ରଦର୍ଶିତ ହେଉଛି ନୌସେନା ଷ୍ଟଲ
ବାଲିଯାତ୍ରାରେ ପ୍ରଦର୍ଶିତ ହେଉଛି ନୌସେନା ଷ୍ଟଲ (ETV Bharat Odisha)

ନୌସେନାରେ କ୍ୟାରିୟର କରିବାକୁ ଉତ୍ସାହୀ ଯୁବପିଢିକୁ ମିଳିବ ପ୍ରେରଣା:-
2022 ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘ଅଗ୍ନିବୀର’ ଯୋଜନାର ପ୍ରଚାର ପ୍ରସାର କରିବା ଓ ନୌସେନାରେ ନିଯୁକ୍ତି ପ୍ରକ୍ରିୟା ଦିଗରେ ‘ଆଇଏନଏସ-ଚିଲିକା’ର ଅଫିସରମାନେ ଉତ୍ସାହୀ ଯୁବକ-ଯୁବତୀଙ୍କୁ ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ଏହାବ୍ୟତୀତ ମୌଳିକ ଟ୍ରେନିଂ କ’ଣ, ଅଗ୍ନୀପଥ ଯୋଜନାରେ କିପରି କାମ କରାଯାଏ । ନୌସେନାରେ କେମିତି ନିଯୁକ୍ତି ପାଇପାରିବେ । ଜାହାଜରେ କେମିତି କାମ କରାଯାଏ, ସେନେଇ ମଧ୍ୟ ଅଧିକାରୀମାନେ ଷ୍ଟଲ ପରିଦର୍ଶନ କରୁଥିବା ଦର୍ଶକଙ୍କୁ ବୁଝାଉଛନ୍ତି ।

ଆଇଏନଏସ (INS) ଚିଲିକାର କମାଣ୍ଡିଂ ଅଧିକାରୀ କୋମୋଡର ଦୀପକ ଅନୀଲ କହିଛନ୍ତି, ‘‘ଚଳିତବର୍ଷ ଏହି ଷ୍ଟଲ ଲାଗିବା ଦ୍ୱାରା ଯୁବକ-ଯୁବତୀମାନେ ନୌସେନା ସମ୍ପର୍କରେ ଅଧିକ କିଛି ଜାଣିପାରିବେ । ଏହା ଦ୍ୱାରା ଏଥିରେ କ୍ୟାରିୟର କରିବା ପାଇଁ ଉତ୍ସାହୀ ହେବେ ।’’ ଅନ୍ୟପଟେ ନୌସେନାର ଏହି ଅଭିବନ ପ୍ରୟାସ ମଧ୍ୟ ବାଲିଯାତ୍ରା ଦର୍ଶକ ଓ ବିଶେଷ ଭାବେ ଯୁବପିଢି ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ବେଶ ଆଦୃତ ହୋଇଛି । ଏହି ଷ୍ଟଲରେ ବୁଲି ଅନେକ ଜ୍ଞାନ ଆହରଣ କରିବା ସହ ଆଗମୀ ଦିନରେ ନୌସେନାରେ ନିଯୁକ୍ତି ପାଇ କ୍ୟାରିୟର କରିବାର ସ୍ୱପ୍ନ ଦେଖୁଥିବା ଯୁବକ-ଯୁବତୀ ବେଶ ଖୁସି ପ୍ରକଟ କରିଛନ୍ତି ।

  • ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୪ ଦେଶର ରାଷ୍ଟ୍ରଦୂତ ଅତିଥି :

ଗତକାଲି(ନଭେମ୍ବର ୧୫) ଏହି ସର୍ବବୃହତ୍ତ ମୁକ୍ତାକାଶ ବାଣିଜ୍ୟିକ ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିଲେ । ପରମ୍ପରା ଅନୁଯାୟୀ ମହାନଦୀ ଜଳରାଶିରେ ବୋଟରେ ଆସି ବୈଷ୍ଣବ ପାଣି ମଞ୍ଚରେ ଯାତ୍ରାର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ୧୪ଟି ଦେଶର ରାଷ୍ଟ୍ରଦୂତଙ୍କ ସମେତ ବିଧାୟକ, ସାଂସଦ, ମୁଖ୍ୟ ଶାସନ ସଚିବ ପ୍ରମୁଖ ଭବ୍ୟ ଉଦଘାଟନରେ ସାମିଲ୍‌ ହୋଇଥିଲେ ।

  • ୨୦୦ କୋଟି ବ୍ୟୟରେ ହେବ ‘ମହାନଦୀ ରିଭର ଫ୍ରଣ୍ଟ’

ଗତକାଲି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ ଘୋଷଣା କରିଛନ୍ତି । ଗୁଜୁରାଟ ସାବରମତି ରିଭର ଫ୍ରଣ୍ଟ ଭଳି ମହାନଦୀରେ ୨ଟି ରିଭର ଫ୍ରଣ୍ଟ ନିର୍ମାଣ । ସମ୍ବଲପୁର ଓ କଟକରେ ଏହି ଦୁଇଟି ରିଭର ଫ୍ରଣ୍ଟ ନିର୍ମାଣ କରାଯିବା । ଏହି ମେଗା ପ୍ରକଳ୍ପ ପାଇଁ ମୋଟ ୨୦୦ କୋଟି ଟଙ୍କା ଵ୍ୟୟ ବରାଦର ରଖିଛନ୍ତି ରାଜ୍ୟ ସରକାର । ଆଗମୀ ଦିନରେ କଟକକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ସରକାର ସଙ୍କଳ୍ପବଦ୍ଧ । ଆଗମୀ ଦିନରେ ବାଲିଯାତ୍ରା କିପରି ଅନ୍ତର୍ଜାତିକ ଇଭେଣ୍ଟର ମାନ୍ୟତା ପାଇବ, ସେ ଦିଗରେ ମଧ୍ୟ ସମସ୍ତ ଯୋଜନା ହାତକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ' ସିଙ୍ଗାପୁରରୁ ଆସିବ ବଡ଼ ପୁଞ୍ଜି', ପ୍ରଥମ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ମଧ୍ୟ ପଢନ୍ତୁ:-ଏହା ମଧ୍ୟ ପଢନ୍ତୁ:- ଓଡିଶାକୁ ଆସିବ ପୁଞ୍ଜି, ୪ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

  • ବାଲିଯାତ୍ରା ଇତିହାସ:-

ଇତିହାସ କୁହେ, କଳିଙ୍ଗ (ଓଡିଶାର ପ୍ରାଚୀନ ନାମ) ରାଜ୍ୟର ସାଧବ ପୁଅମାନେ ଏହି ସମୟରେ ଅନ୍ୟ ରାଜ୍ୟ ଓ ଦେଶକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ । ସେହି ସମୟରେ ବୋଟ କିମ୍ବା ଜାହାଜର ବ୍ୟବସ୍ଥା ନଥିଲା । ବିଶେଷ ଭାବେ ନିର୍ମିତ ପବନ ଚାଳିତ ବୋଇତ (ବିଶାଳ ଦେଶୀ ଡଙ୍ଗା) ଦ୍ୱାରା ସେମାନେ ସୁଦୂର ଜାଭା, ସୁମାତ୍ରା, ବର୍ଣ୍ଣିଓ, ବାର୍ଲି ଓ କାମ୍ବୋଡିଆ ଆଦି ଦେଶକୁ ବାଣିଜ୍ୟ କାରବାର କରିବା ପାଇଁ ଯାଉଥିଲେ । ସେଠାରୁ ବାଣିଜ୍ୟ କରି ଫେରିବା ସମୟରେ ମହାନଦୀ ପଠାର ବାଲୁକା ଶଯ୍ୟାରେ ଏକ ମେଳା ଆୟୋଜନ ହେଉଥିଲା । ବାଲିରେ ବାଣିଜ୍ୟ ଓ ବାଲି ଉପରେ ହେଉଥିବା କାରଣରୁ ଏହି ମେଳାର ନାମ ବାଲିଯାତ୍ରା ହୋଇଛି ବୋଲି ବିଭିନ୍ନ ଐତିହାସିକ ମତ ପୋଷଣ କରିଥାଆନ୍ତି । ଏହା କ୍ରମଶଃ ଏସିଆ ମହାଦେଶର ସର୍ବବୃହତ୍ତ ବାଣିଜ୍ୟିକ ମେଳାରେ ପରିଣତ ହୋଇ ଓଡିଶାର ପ୍ରାଚୀନ ଇତିହାସକୁ ଆହୁରି ଗାରିମାମୟ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 57 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.