ଓଡିଶା

odisha

ETV Bharat / bharat

ଲୋକସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ଆଉ 9 ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି

Samajwadi Party SP releases a list of 9 candidates for the upcoming Lok Sabha Elections: କଂଗ୍ରେସ ସହ ସିଟ୍‌ ସେୟାରିଂ ବିବାଦ ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ 3ୟ ପର୍ଯ୍ୟାୟରେ ଆଉ 9 ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 20, 2024, 8:33 PM IST

ଲୋକସଭା ନିର୍ବାଚନ: 3ୟ ପର୍ଯ୍ୟାୟରେ ଆଉ 9 ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି
ଲୋକସଭା ନିର୍ବାଚନ: 3ୟ ପର୍ଯ୍ୟାୟରେ ଆଉ 9 ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟରେ ସମାଜବାଦୀ ପାର୍ଟି ଆଉ 9ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଆଜି ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଦାଦା ଶିବପାଲ ଯାଦବଙ୍କ ନାମ ମଧ୍ୟ ରହିଛି । ଶିବପାଲଙ୍କୁ ଦଳ ବଦାୟୁଁ ସଂସଦୀୟ ଆସନରୁ ଟିକେଟ ଦେଇଛି । ସେହିପରି ଚର୍ଚ୍ଚିତ ଆସନ ବାରଣାସୀରୁ ଦଳ ସୁରେନ୍ଦ୍ର ସିଂ ପଟେଲଙ୍କୁ ମୈଦାନକୁ ଓହ୍ଲାଇଛି । ଏହି ସଂସଦୀୟ ଆସନରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦ ଅଛନ୍ତି । ପ୍ରଧାନମନ୍ତ୍ରୀ ଚଳିତଥର ମଧ୍ୟ ବାରାଣାସୀରୁ ଲଢିବା ନେଇ ସମ୍ଭାବନା ରହିଛି । ଆଜି ଘୋଷିତ ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ କାଇରାନା ଆସନରୁ ଇରାକ ହାସନ, ବରେଲୀରୁ ପ୍ରବୀଣ ସିଂ ଏରନ, ହାମିପୁର ଆସନରେ ଅଜେନ୍ଦ୍ର ସିଂ ରାଜପୁତ ପ୍ରାର୍ଥୀ ହେବାକୁ ଯାଉଛନ୍ତି ।

ତେବେ ଏହା ପୂର୍ବରୁ ଅଖିଳେଶଙ୍କ ଦଳ ସୋମବାର ଦ୍ବିତୀୟ ପର୍ଯ୍ୟାୟରେ 11 ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । କଂଗ୍ରେସ ସହ ଆସନ ବୁଝାମଣା ବିବାଦ ମଧ୍ୟରେ ଅଖିଳେଶଙ୍କ କ୍ୟାମ୍ପରୁ ଏହି 2ୟ ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିଥିଲା । ଦଳ ରାଜ୍ୟରେ କଂଗ୍ରେସ ପାଇଁ ମାତ୍ର 15 ଆସନ ଛାଡିବାକୁ ପ୍ରସ୍ତାବ ଦେଇଛି । କଂଗ୍ରେସ ଏହି ପ୍ରସ୍ତାବରେ ରାଜି ନହେବା ପର୍ଯ୍ୟନ୍ତ ଅଖିଳେଶ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବେ ନାହିଁ ବୋଲି କହିଥିଲେ । କଂଗ୍ରେସ ସହ ଏବେ ମଧ୍ୟ ଏହି ପ୍ରସଙ୍ଗରେ କୌଣସି ସହମତି ହୋଇପାରିନି । ଉତ୍ତର ପ୍ରଦେଶରେ ରାହୁଲଙ୍କ ଯାତ୍ରା ଜାରି ରହିଥିଲେ ସୁଦ୍ଧା ଅଖିଳେଶ ଏଥିରେ ଅଂଶଗ୍ରହଣ କରିନାହାନ୍ତି । ଏହାରି ମଧ୍ୟରେ ଦଳ ଆଜି 3ୟ ପର୍ଯ୍ୟାୟରେ ପୁଣି 9 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ଏହା ମଧ୍ୟ ପଢନ୍ତୁ:- ଶିଖ୍‌ ପୋଲିସ ଅଧିକାରୀଙ୍କୁ ଖଲିସ୍ତାନୀ ଆକ୍ଷେପ ! ବିଜେପି ଉପରେ ବର୍ଷିଲେ ମମତା

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସର୍ବବୃହତ ରାଜ୍ୟ ଉତ୍ତର ପ୍ରଦେଶରେ ଅଖିଳେଶଙ୍କ ଦଳ ସମାଜବାଦୀ ପାର୍ଟି (ସପା) ଏବେ ବିରୋଧୀ ଦଳ ଭୂମିକାରେ ରହିଛି । ରାଜ୍ୟରେ ମୋଟ 80 ସଂସଦୀୟ ଆସନ ମଧ୍ୟରୁ ଦଳ ମାତ୍ର 15 ଆସନ କଂଗ୍ରେସକୁ ଦେବା ପାଇଁ ଆଗ୍ରହୀ ଅଛି । ଅଧିକ ଆସନ ଦାବି କଲେ ଦଳ ‘ଇଣ୍ଡିଆ’ ମେଣ୍ଟରୁ ଓହରିଯିବା ସହ ଏକାକୀ ସମସ୍ତ ଆସନରେ ନିର୍ବାଚନ ଲଢିବାକୁ ବିକଳ୍ପ ଯୋଜନା ରଖିଥିବା ପୂର୍ବରୁ ସୂଚନା ମିଳିସାରିଛି ।

‘ଇଣ୍ଡିଆ’ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଆସନ ବୁଝାମଣା ଆରମ୍ଭ ହେବା ପୂର୍ବରୁ ଅଖିଳେଶ ନେତୃତ୍ବାଧୀନ ସମାଜବାଦୀ ପାର୍ଟି (ସପା) ମେଣ୍ଟର ପ୍ରଥମ ଦଳ ଭାବେ ଲୋକସଭା ନିର୍ବାଚନ ପାଇଁ 16 ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଏଥିରେ ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ନାମ ରହିଥିଲା । କଂଗ୍ରେସ ସହ ସିଟ ସେୟାରିଂ ବିବାଦ ମଧ୍ୟରେ ଦଳ ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ମଧ୍ୟ ଘୋଷଣା କରିଛି । ଏହାକୁ ନେଇ କଂଗ୍ରେସ କ୍ଯାମ୍ପରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details