ହାଇଦ୍ରାବାଦ:ସୁପରଷ୍ଟାରସଲମାନ ଖାନଙ୍କ ଘରେ ଗୁଳିମାଡ଼ ଘଟଣା । ଦୁଇ ଅଭିଯୁକ୍ତକୁ ମୁମ୍ବାଇ କୋର୍ଟ ୧୦ଦିନ ପାଇଁ ପୋଲିସ ହେପାଜତକୁ ପଠାଇଛନ୍ତି। ମୁମ୍ବାଇ ପୋଲିସର କ୍ରାଇମ ଶାଖା ଟିମ୍ ଗୁଜରାଟର ଭୁଜରୁ ଘଟଣା ଭିଆଇଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହା ପରେ ଉଭୟ ଅଭିଯୁକ୍ତଙ୍କୁ ମୁମ୍ବାଇ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ କୋର୍ଟ ଦୁଇ ଅଭିଯୁକ୍ତକୁ ପୋଲିସ ଏପ୍ରିଲ ୨୫ ଯାଏଁ ଅର୍ଥାତ୍ ୧୦ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।
ସୂଚନା ଅନୁସାରେ, ଗୁଳିମାଡ଼ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ କୋର୍ଟରେ ହାଜର କରାଯାଇଥିଲା । ଏଥିସହ ଦୁହେଁ ସଲମାନ ଖାନଙ୍କ ବାସଭବନ ଉପରେ ନଜର ରଖିବା ପାଇଁ ତାଙ୍କ ପାନଭେଲ ଫାର୍ମ ନିକଟରେ ଏକ ଘର ଭଡା ନେଇଥିବା ପ୍ରମାଣ କୋର୍ଟରେ ଉପସ୍ଥାପନ କରିଥିଲେ କ୍ରାଇମବ୍ରାଞ୍ଚ। ଘଟଣାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇନଥିବା ବେଳେ ଏହି ଅପରାଧରେ ଜଡିତ ଅନ୍ୟମାନଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ତଦନ୍ତକାରୀ ଅଧିକାରୀ କୋର୍ଟଙ୍କୁ ସୂଚନା ଦେଇଛନ୍ତି ।
ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ଗୁଳିମାଡ଼ ପରେ ଅଭିଯୁକ୍ତମାନେ ସେମାନଙ୍କ ବାଇକରେ ରେଳବାଇ ଟ୍ରାକରେ ପହଞ୍ଚି ସେଠାରେ ପୋଷାକ ବଦଳାଇ ସେଠାରୁ ପଳାଇ ଯାଇଥିଲେ। ଉଭୟ ଅଭିଯୁକ୍ତ ପ୍ରଥମେ ମୁମ୍ବାଇରୁ ସୁରଟରେ ପହଞ୍ଚିଥିଲେ । ଏହା ପରେ ସେ ସର୍ବସାଧାରଣ ଯାନ ବ୍ୟବହାର କରି ଅହମ୍ମଦାବାଦ ଯାଇଥିଲେ । ଏହି ସମୟରେ ସେ ଅସ୍ତ୍ରଶସ୍ତ୍ରକୁ ଏକ ଜଳଭଣ୍ଡାରରେ ଫିଙ୍ଗିଥିଲେ । ଏହା ପରେ ଉଭୟ ଅଭିଯୁକ୍ତ କଚ୍ଛର ମାଧନୀ ସ୍ଥିତ ଦେବୀ ମନ୍ଦିର ଦର୍ଶନ କରିିଥିଲେ।