ହାଇଦ୍ରାବାଦ:ବଢିଚାଲିଛି ବେକାରୀ ସମସ୍ୟା । ସରକାରୀ ଚାକିରି ପାଇଁ ସମସ୍ତେ ଆଶାବାଦୀ । ଏଭଳି ସ୍ଥିତିରେ ଭାରତୀୟ ରେଳବାଇ ଆଣିଦେଇଛି ଖୁସି ଖବର। (ନନ୍ ଟେକ୍ନିକାଲ ପପୁଲାର କ୍ୟାଟେଗୋରୀ) NTPC ରେ ବାହାରିଛି ଖାଲି ପଦବୀ । ଆସନ୍ତୁ ଜାଣିବା କେଉଁ ପୋଷ୍ଟ ପାଇଁ କେତେ ପଦବୀ ରହିଛି ଏବଂ କିପରି ଆବେଦନ କରିବେ ।
ଖାଲି ଥିବା ପଦବୀ ସଂଖ୍ୟା:
ଏକାସହ 8 ହଜାର 113 ଖାଲି ପଦବୀ ବାହାରିଛି । ଯେଉଁଥିରେ ରହିଛି ଚିଫ୍ କମର୍ସିଆଲ କମ୍ ଟିକେଟ୍ ସୁପରଭାଇଜର ପାଇଁ 1,736 ଟି ଖାଲି ପଦବୀ । ଷ୍ଟେସନ ମାଷ୍ଟର ପାଇଁ ରହିଛି 994 । ଗୁଡସ ଟ୍ରେନ ମ୍ୟାନେଜର ପାଇଁ 3 ହଜାର 144, ଜୁନିୟର ଆକାଉଣ୍ଟ ଆସିଷ୍ଟାଣ୍ଟ କମ୍ ଟାଇପିଷ୍ଟର 1 ହଜାର 507 ଏବଂ ସିନିୟର କ୍ଲର୍କ କମ୍ ଟାଇପିଷ୍ଟ ପାଇଁ ବାହାରିଛି 732ଟି ପଦବୀ।
କେଉଁ ପଦ ପାଇଁ କେତେ ଦରମା ?:
ଚିଫ୍ କମର୍ସିଆଲ କମ୍ ଟିକେଟ୍ ସୁପରଭାଇଜର ଏବଂ ଷ୍ଟେସନ ମାଷ୍ଟର ଏହି ଦୁଇଟି ଲେବଲ-6 ଅନ୍ତର୍ଗତ। ଯେଉଁଥିରେ ମୂଳ ବେତନ ରହିବ 35 ହଜାର 400 ଟଙ୍କା । DA, HRA ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ 65 ହଜାର ରହିବ । ସେହିପରି ଅନ୍ୟ ପୋଷ୍ଟ ଗୁଡ଼ିକ ଲେବଲ-5 ଅଧୀନରେ ଆସୁଥିବାବେଳେ ମୂଳ ବେତନ ରହିବ 29 ହଜାର 200। DA, HRA ଏବଂ ଅନ୍ୟ ଖର୍ଚ୍ଚ ବାବଦକୁ 55 ହଜାର ଟଙ୍କା ମିଳିବ।
କେମିତି କରିବେ ଆବେଦନ ?: