ହାଇଦ୍ରାବାଦ:ଗ୍ରାହକଙ୍କ ଉପରେ ରିଚାର୍ଜ ମାଡ । ଆଜିଠୁ ମହଙ୍ଗା ହେଲା ରିଚାର୍ଜ । ଟେଲିକମ୍ ଅପରେଟର କମ୍ପାନୀ ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ନିଜର ରିଚାର୍ଜ ପ୍ଲାନ ବୃଦ୍ଧି କରିବା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି । ଆଜି (ବୁଧବାର)ଠୁ ଜିଓ ଏବଂ ଏୟାରଟେଲ ନିଜ ନୂଆ ପ୍ଲାନ ଗ୍ରାହକଙ୍କୁ ପାଇଁ ଲାଗୁ କରିଛି । ଜିଓ ମୋବାଇଲ୍ ସେବା 12 ରୁ 27 ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଏୟାରଟେଲ ସେବା ୧୦ରୁ ୨୧ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ଉଭୟ ଜିଓ ଏବଂ ଏୟାରଟେଲର ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ମୋବାଇଲ ରିଚାର୍ଜ ପ୍ଲାନ ମହଙ୍ଗା ହୋଇଛି ।
ଜିଓ ପ୍ଲାନ କେତେ ମହଙ୍ଗା ହୋଇଛି ?
ରିଲାଏନ୍ସ ଜିଓର ମୂଳ ପ୍ଲାନ ୧୫୫ ଟଙ୍କା ଥିବା ବେଳେ ଏବଂ ଏହା ବୈଧତା ୨୮ ଦିନ ଥିଲା । ଯାହାର ମୂଲ୍ୟ ବର୍ତ୍ତମାନ ୧୮୯ ଟଙ୍କାକୁ ବୃଦ୍ଧି ପାଇଛି । ଦ୍ୱିତୀୟ ପ୍ଲାନ ୨୦୯ ଟଙ୍କା ଥିଲା ଯାହା ୨୪୯ ଟଙ୍କାକୁ ବୃଦ୍ଧି ପାଇଛି । ଏହି ପ୍ଲାନଗୁଡିକର ଡାଟା ଲାଭରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହାସହ ୨୩୯ ଟଙ୍କା ପ୍ଲାନର ମୂଲ୍ୟ ଯାହା ଅସୀମିତ 5G ଡାଟା ପ୍ରଦାନ କରେ ୨୯୯ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ଯୋଜନାରେ, ୟୁଜର୍ସମାନେ କେବଳ ୨୮ ଦିନ ପାଇଁ ଲାଭ ଉଠାଇପାରିବେ ।
ଏୟାରଟେଲ ପ୍ଲାନ କେତେ ମହଙ୍ଗା ହୋଇଛି?