ଓଡିଶା

odisha

ETV Bharat / bharat

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ 3 କଂଗ୍ରେସ ପ୍ରାର୍ଥୀ ବିଜୟୀ, ହିମାଚଳରେ ବାଜି ମାରିଲା ବିଜେପି - Himachal Pradesh

Rajya Sabha elections: କର୍ଣ୍ଣାଟକରେ କଂଗ୍ରେସ 3ରେ ବିଜୟୀ, ହିମାଚଳ ଛଡାଇନେଲା ବିଜେପି । ଉତ୍ତର ପ୍ରଦଶରେ ଗଣତି ଜାରି । ଅଧିକ ପଢନ୍ତୁ

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ 3ରେ ବିଜୟୀ, ହିମାଚଳ ଛଡାଇନେଲା ବିଜେପି
ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ 3ରେ ବିଜୟୀ, ହିମାଚଳ ଛଡାଇନେଲା ବିଜେପି

By ETV Bharat Odisha Team

Published : Feb 27, 2024, 9:10 PM IST

ବେଙ୍ଗାଲୁରୁ/ଶିମଲା:ଆଜି 3 ରାଜ୍ୟରେ 15 ଆସନରେ ରାଜ୍ୟସଭା ନିର୍ବାଚନ ଜାରି ରହିଥିବା ବେଳେ ଫଳାଫଳ କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି । ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ଶାସକ କଂଗ୍ରେସ 4 ଆସନ ମଧ୍ୟରୁ 3ଟିରେ ବିଜୟ ହୋଇଛି । ସେହିପରି ଭାରତୀୟ ଜନତା ପାର୍ଟି ଖାତାକୁ ଅବଶିଷ୍ଟ ଗୋଟିଏ ଆସନ ଯାଇଛି । କଂଗ୍ରେସର ବରିଷ୍ଠ ନେତା ତଥା ଜାତୀୟ କୋଷାଧ୍ୟକ୍ଷ ଅଜୟ ମାକେନ, ଡ.ସଏଦ ନାସିର ହୁସେନ ଓ ଜି.ସି ଚନ୍ଦ୍ରଶେଖର ବିଜୟ ହୋଇଛନ୍ତି । ଅଜୟଙ୍କୁ 47 ଭୋଟ ମିଳିଥିବା ବେଳେ ଅନ୍ୟ ଦୁଇ ବିଜୟୀ କଂଗ୍ରେସ ପ୍ରାର୍ଥୀ 46 ଲେଖାଏଁ ଭୋଟ ପାଇଛନ୍ତି । ଅନ୍ୟ ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ନାରାୟଣସା ଭାନ୍ଦାଗେ ବିଜୟୀ ହୋଇଛନ୍ତି । BJP-JDS ମଳିତ ପ୍ରାର୍ଥୀ କିପେନ୍ଦ୍ର ରେଡ୍ଡୀଙ୍କୁ ପରାଜିତ ହେବାକୁ ପଡିଛି । ବିଜେପି ବିଧାୟକ ଏସ.ଟି ସୋମାଶେଖର କ୍ରସଭୋଟିଂ କରି କଂଗ୍ରେସକୁ ଭୋଟ ଦେଇଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ହିମାଚଳ ପ୍ରଦେଶରେ ଶାସନରେ ଥାଇ ମଧ୍ୟ ଚିତପଟାଙ୍ଗ ମାରିଛି କଂଗ୍ରେସ ।ରାଜ୍ୟରେ ଗୋଟିଏ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କଂଗ୍ରେସ ପାର୍ଥୀ ତଥା ଦଳର ବରିଷ୍ଠ ନେତା ଅଭିଶେକ ମନୁ ସିଙ୍ଗଭି ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଛନ୍ତି । ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବିଜୟ ହୋଇଥିବା ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଜୟରାମ ଠାକୁର । ଯଥେଷ୍ଟ ସଂଖ୍ୟା ଥାଇ ମଧ୍ୟ କଂଗ୍ରେସ ପ୍ରାର୍ଥୀ ପରାଜିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭୋଟିଂ ହେବା ପରଠାରୁ ରାଜ୍ୟରେ ପ୍ରାୟ 6 ରୁ 9 ଜଣ କଂଗ୍ରେସ ବିଧାୟକ କ୍ରସଭୋଟିଂ କରିଥିବା ଖବର କ୍ରମାଗତ ଚର୍ଚ୍ଚାରେ ଥିଲା ।

ଉତ୍ତରପ୍ରଦେଶ ଏବେ ମଧ୍ୟ ଗଣତି ଜାରି ରହିଛି । ରାଜ୍ୟରେ ମୋଟ 6 ବିଧାୟକ ପାର୍ଟି ହ୍ବିପ ବିରୋଧରେ ଯାଇ କ୍ରସଭୋଟିଂ କରିଥିବା ସୂଚନା ମିଳିଛି । ରାଜ୍ୟରେ 10 ଆସନରେ 11 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ରାଜ୍ୟରେ କ୍ଷମତାରେ ଥିବା ବିଜେପି 7 ବଦଳରେ 8 ଜଣଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ଦଳ ‘ସମାଜବାଦୀ ପାର୍ଟି’ 3 ଜଣ ପ୍ରାର୍ଥୀ ଦେଇଛି । ସଂଖ୍ୟା ଅନୁସାରେ, ବିଜେପି 7 ଟି ଆସନ ଜିତିବା ଏକପ୍ରକାର ସ୍ପଷ୍ଟ ଥିଲା । ହେଲେ କ୍ରସଭୋଟିଂ ସୂଚନା ପରେ ବିଜେପି ଆସନ ସଂଖ୍ୟା ଆଉ ଗୋଟିଏକୁ ବୃଦ୍ଧି ପାଇ 8 ହୋଇପାରେ ବୋଲି ଅନୁମାନ କରାଯାଉଛି । କ୍ରସଭୋଟିଂ କରିଥିବା ବିଧାୟକଙ୍କ ବିରୋଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆଜି ରାଜ୍ୟସଭା ନିର୍ବାଚନ; 3 ରାଜ୍ୟର 15 ଆସନରେ ଚାଲିଛି ମତଦାନ

ଚଳିତ ଥର ଲୋକସଭା ନିର୍ବାଚନ ପୂର୍ବରୁ 15ଟି ରାଜ୍ୟର 56ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ଜାନୁଆରୀ 29ରେ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖରେ 56 ଆସନ ମଧ୍ୟରୁ 41ଟି ଆସନରେ ନିର୍ଦ୍ବନ୍ଦ୍ବରେ ପ୍ରାର୍ଥୀମାନେ ନିର୍ବାଚିତ ହୋଇଥିଲେ । ଏମାନଙ୍କ ମଧ୍ୟରେ କଂଗ୍ରେସ ଭେଟେରାନ ସୋନିଆ ଗାନ୍ଧୀ ଓ ବିଜେପି ମୁଖ୍ୟ ଜେ.ପି ନଡ୍ଡା, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଥିଲେ । ଆଜି 3 ରାଜ୍ୟରେ ଅବଶିଷ୍ଟ 15ଟି ଆସନରେ ମତଦାନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details