ଜୟପୁର: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଅସୁସ୍ଥ ହୋଇପଡିଛନ୍ତି । ସେ କୋରୋନା ଓ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ଅଶୋକ ଗେହଲୋଟ । ଅନ୍ୟପଟେ ଅଶୋକ ଗେହଲୋଟଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିବା ପରେ ଅନେକ କଂଗ୍ରେସ ନେତା ତଥା ତାଙ୍କ ସମର୍ଥକମାନେ ତାଙ୍କ ଶୀଘ୍ର ସୁସ୍ଥ ହେବା ନେଇ କାମନା କରିଛନ୍ତି ।
ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ଅଶୋକ ଗେହଲୋଟ ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି । ସେ ଏକାସାଙ୍ଗେ 2ଟି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେ କୋରୋନା ଓ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏଥିପାଇଁ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ତାଙ୍କ ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରାଯାଇଛି । ଏନେଇ ଶୁକ୍ରବାର ଦିନ ସୋସିଆଲ ମିଡିଆ ଟ୍ୱିଟର(ଏକ୍ସ)ରେ ଅଶୋକ ଗେହଲୋଟ ଲେଖିଛନ୍ତି, 'କିଛି ଦିନ ହେବ ଜ୍ୱର ହେବା କାରଣରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଟେଷ୍ଟ କରିଥିଲି । ଯେଉଁଥିରେ କୋଭିଡ ପଜିଟିଭ ଓ ସ୍ୱାଇନ ଫ୍ଲୁ ପଜିଟିଭ ବାହାରିଛି । ଏହି କାରଣ ଯୋଗୁ ଆଗାମୀ 7 ଦିନ ଯାଏ କାହା ସହ ସାକ୍ଷାତ କରିପାରିବି ନାହିଁ ।'
ସେ ଆଉ ମଧ୍ୟ ଅନ୍ୟମାନଙ୍କୁ ପରାମର୍ଶ ଦେଇ ଲେଖିଛନ୍ତି ଯେ, ଏହି ପରିବର୍ତ୍ତିତ ପାଣିପାଗ ମଧ୍ୟରେ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ଏହାମଧ୍ୟ ପଢନ୍ତୁ..ବିଜେପି ଯେତେ ଯାହା କଲେ ଆମେ ଡରିବୁନି: ଅଶୋକ ଗେହଲଟ