ରାୟପୁର: ମହାଦେବ ଆପ୍ ମାମଲାରେ ରାୟପୁର ପୋଲିସ ବଡ଼ ସଫଳତା । ପଶ୍ଚିମବଙ୍ଗରୁ ଗିରଫ ହେଲା ୫ ଅଭିଯୁକ୍ତ । ମହାଦେବ ଆପ୍ ମାମଲାରେ ରାୟପୁର ପୋଲିସର ତଦନ୍ତ ଜାରି ରଖିଛି । ମେ ୯ ରେ ଛତିଶଗଡ ପୋଲିସ କନଷ୍ଟେବଳ ଅର୍ଜୁନ ଯାଦବଙ୍କୁ ମଧ୍ୟପ୍ରଦେଶର ପଞ୍ଚମାରହିରୁ EOW ଗିରଫ କରିଥିଲା । ସେବେଠାରୁ ଅର୍ଜୁନ ଯାଦବକୁ ନେଇ ପୋଲିସ ପଚରାଉଚରା କରୁଥିଲା । ଏହି ମାମଲାର ତଦନ୍ତ ବେଳେ ରାୟପୁର ପୋଲିସ ମିଳିଛି ଆଉ ଏକ ସଫଳତା । ମହାଦେବ ଆପ୍ ସହିତ ସମ୍ପୃକ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗର କୋଲକାତାରୁ ଗିରଫ କରିଛି ପୋଲିସ । ତେବେ ଗିରଫ ସମସ୍ତ ଅଭିଯୁକ୍ତ ବିହାର ବାସିନ୍ଦା ବୋଲି ଜଣାପଡ଼ିଛି । ଏନେଇ ଆଜି (ରବିବାର) ଦିନ ଛତିଶଗଡ ପୋଲିସ ଆଇଜି ଅମରଶ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଅଭିଯୁକ୍ତମାନେ ଏକ ଫ୍ଲାଟରେ ଲୁଚି ବ୍ୟାଟିଂ କରୁଥିଲେ । ସମସ୍ତ ଅଭିଯୁକ୍ତ ବିହାରର ବାସିନ୍ଦା ଏବଂ ଗିରଫ ଅର୍ଜୁନ ଯାଦବ ସହ କାର୍ଯ୍ୟ କରୁଥିଲେ । ଅଭିଯୁକ୍ତଙ୍କଠାରୁ ଲାପଟପ୍ ଏବଂ ମୋବାଇଲ୍ ଫୋନ ଜବତ କରାଯାଇଛି । ଗିରଫ ସମସ୍ତ ଅଭିଯୁକ୍ତ ମଧ୍ୟ ଆଇପିଏଲ ମ୍ୟାଚ୍ରେ ବ୍ୟାଟିଂରେ ଜଡିତ ଥିଲେ । ପୋଲିସର ପଚରାଉଚରା ବେଳେ ରାୟପୁର ପୋଲିସ ମଧ୍ୟ ମହାଦେବ ଆପ୍ ଜରିଆରେ ଆଇପିଏଲରେ ବ୍ୟାଟିଂ କରିଥିବା ସୂଚନା ଦେଇଛି । ଅଭିଯୁକ୍ତ ମହାଦେବ ଆପର ୩୬୪ ଆଇଡି ମାଧ୍ୟମରେ ବ୍ୟାଟିଂ କରୁଥିଲେ ।