ନୂଆଦିଲ୍ଲୀ:ଜମ୍ମୁବାସୀଙ୍କୁ 32 ହଜାର କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି(ମଙ୍ଗଳବାର) ଜମ୍ମୁ ଗସ୍ତ କରି ପ୍ରଧାନମନ୍ତ୍ରୀ କରି ସେଠାରେ 32 ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏଥିସହ ଦେଶର ଅନ୍ୟ ରାଜ୍ୟ ପାଇଁ 13 ହଜାର 500କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । 3ଟି ନୂତନ IIM (ଆଇଆଇଏମ ଜମ୍ମୁ, ଆଇଆଇଏମ ବୋଧଗୟା ଓ ଆଇଆଇଏମ ବିଶାଖାପାଟଣା)ର ଉଦଘାଟନ କରିଛନ୍ତି ମୋଦି ।
ଏହି ପ୍ରକଳ୍ପ ଗୁଡ଼ିକ ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ସଡ଼କ, ବିମାନ, ପେଟ୍ରୋଲିୟମ ଭଳି ଲୋକମାନଙ୍କ ବିକାଶ ସହ ସମ୍ବନ୍ଧିତ ପ୍ରକଳ୍ପ ଅଟେ । ଏହି କାର୍ଯ୍ୟକ୍ରମ ସମୟରେ ମୋଦି ଜମ୍ମୁ- କାଶ୍ମୀରେ ପାଖାପଖି 1500 ନବନିଯୁକ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ଏଥିସହ 'ବିକଶିତ ଭାରତ ବିକଶିତ ଜମ୍ମୁ' କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇଥିବା ବିଭିନ୍ନ ହିତାଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।
ରେଲଓ୍ବେ ପ୍ରକଳ୍ପ ଅଧିନରେ ସେ ବନିହାଲ- ଖରୀ- ସୁମ୍ବେର ଅଞ୍ଚଳରେ ରେଳ ଧାରଣାର ଉଦଘାଟନ ହୋଇଛି । ଆଉ ମଧ୍ୟ ପ୍ରଥମ ଇଲେକ୍ଟିକ ଟ୍ରେନ ଓ ସଙ୍ଗଲଦାନ ଓ ବାରମୂଳା ମଧ୍ୟରେ ରେଳ ସେବାର ଶୁଭାରମ୍ଭ କରିଛନ୍ତି ମୋଦି ।