ଓଡିଶା

odisha

ETV Bharat / bharat

୪୩ ବର୍ଷରେ ପ୍ରଥମ, ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗଲ୍ପ ଦେଶ ପରିଦର୍ଶନ - PM MODI KUWAIT VISIT

କୁଏତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨ ଦେଶ ମଧ୍ୟରେ ଦ୍ୱି-ପାକ୍ଷିକ ସମ୍ପର୍କ ହେବ ଆହୁରି ସୁଦୃଢ, ବାଣିଜ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ ଆଲୋଚନା ।

PM Modi Kuwait Visit
PM Modi Kuwait Visit (X@narendramodi)

By ETV Bharat Odisha Team

Published : Dec 21, 2024, 7:09 PM IST

ନୂଆଦିଲ୍ଲୀ: ୨ ଦିନିଆ କୁଏତ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଛି । କୁଏତ ଏମିର (ରାଷ୍ଟ୍ରମୁଖ୍ୟ) ଶେଖ ମିଶାଲ ଅଲ-ଅହମ୍ମଦ- ଅଲ- ଜାବେର ଅଲ-ସବାହଙ୍କ ନିମନ୍ତ୍ରଣ ରକ୍ଷା କରି ମୋଦି ପ୍ରଥମ ଥର ପାଇଁ ଗଲ୍ପ ଦେଶକୁ ଗସ୍ତ କରିଛନ୍ତି । ସେଠାରେ କୁଏତ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଆଉ ମଧ୍ୟ ପ୍ରବାସୀ ଭାରତୀୟମାନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । 43ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଗଲ୍ଫ ଦେଶକୁ ଗସ୍ତ କରିଛନ୍ତି ।

୪୩ବର୍ଷରେ ପ୍ରଥମ ଥର ଗଲ୍ପ ଦେଶ ଗସ୍ତ କରିଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରାଯିବା ସହ କୁଏତରେ ପହଞ୍ଚିବା ନେଇ ପୋଷ୍ଟ କରାଯାଇଛି । ସେ ଲେଖିଛନ୍ତି, " କୁଏତରେ ଅବତରଣ କରିବା ପରେ ଭବ୍ୟ ସ୍ୱାଗତ କରାଯାଇଛି । ୪୩ବର୍ଷରେ ପ୍ରଥମ ଥର ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତ କରିଛନ୍ତି, ଏବଂ ଏହା ନିଃସନ୍ଦେହ ଯେ ବିଭିନ୍ନ କ୍ଷେତ୍ରରେ ଭାରତ- କୁଏତ ବନ୍ଧୁତାକୁ ଏହା ଆହୁରି ମଜଭୁତ କରିବ । ମୁଁ ଆଜି ଏବଂ ଆସନ୍ତାକାଲି ପାଇଁ ଧାର୍ଯ୍ୟ କାର୍ଯ୍ୟକ୍ରମକୁ ଅପେକ୍ଷା କରିଛି ।"

କୁଏତ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏକ ବିବୃତିରେ କହିଥିଲେ ଯେ, ଆମେ କେବଳ ଶକ୍ତି ଓ ବାଣିଜ୍ୟ କ୍ଷେତ୍ରରେ ଦୃଢ ସହଭାଗୀ ନାହୁଁ ବରଂ ପଶ୍ଚିମ ଏସିଆରେ ଶାନ୍ତି, ନିରାପତ୍ତା, ସ୍ଥିରତା ଏବଂ ସମୃଦ୍ଧତା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିଛୁ । ଆମେ କୁଏତ ସହ ଆମର ଐତିହାସିକ ସମ୍ପର୍କକୁ ଗଭୀର ଭାବେ ଗୁରୁତ୍ୱ ଦେଉଛୁ ଯାହା ପିଢି ପରେ ପିଢି ଚାଲି ଆସୁଛି । "

୨ ଦିନିଆ କାର୍ଯ୍ୟସୂଚୀ

ମୋଦିଙ୍କ ଏହି ୨ ଦିନିଆ ଗସ୍ତ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମମାନ ରହିଛି । କୁଏତର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । କୁଏତ ଏମିର ଶେଖ ମିଶାଲ ଅଲ-ଅହମ୍ମଦ- ଅଲ- ଜାବେର ଅଲ-ସବାହ , କ୍ରାଉନ ପ୍ରିନ୍ସ ସବାହ ଅଲ-ଖଲିଦ ଅଲ- ସବାହ ଓ ପ୍ରଧାନମନ୍ତ୍ରୀ ଅହମ୍ମଦ ଅଲ-ଅବଦୁଲ ଅଲ- ସବାହଙ୍କ ସହ ମୋହି ସାକ୍ଷାତ କରିବେ । ଏଥିସହ ସେଠାରେ ଥିବା ଭାରତୀୟ ଶ୍ରମିକ ଶିବିର ପରିଦର୍ଶନ କରିବା ସହ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧନ କରିଛନ୍ତି । ଆଉମଧ୍ୟ ଗଲ୍ଫ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ସମାରୋହରେ ଯୋଗଦେବେ ।

ପ୍ରଧାନମନ୍ତ୍ରୀଙ୍କ ଗଲ୍ପ ଦେଶ ଗସ୍ତ ୨ ଦେଶ ମଧ୍ୟରେ ଥିବା ଦ୍ବି-ପାକ୍ଷିକ ସମ୍ପର୍କକୁ ଆହୁରୀ ସୁଦୃଢ କରିବ ବୋଲି ଆଶା କରାଯାଉଛି । ପ୍ରତିରକ୍ଷା ଓ ବାଣିଜ୍ୟ ସମେତ ବିଭିନ୍ନ କ୍ଷେତ୍ରରେ ୨ ଦେଶ ମଧ୍ୟରେ ସକରାତ୍ମକ ଆଲୋଚନା ହେବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details