ଓଡିଶା

odisha

ETV Bharat / bharat

୬ ବର୍ଷ ପରେ ଜାମ୍ମୁ-କାଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ, ଆରମ୍ଭ ହେବ ଅବଦୁଲ୍ଲା ଯୁଗ

ବିଧାନସଭା ନିର୍ବାଚନ ପରେ ଜାମ୍ମୁ କାଶ୍ମୀରରୁ ରାଷ୍ଟ୍ରପତି ଶାସନ ଉଠାଇ ନିଆଯାଇଛି । ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କ ନେତୃତ୍ବରେ ଗଠନ ହେବ ନୂଆ ସରକାର ।

By ETV Bharat Odisha Team

Published : 4 hours ago

Updated : 1 hours ago

ଜାମ୍ମୁୃ-କାଶ୍ମୀରରେ ସରିଲା ରାଷ୍ଟ୍ରପତି ଶାସନ ଯୁଗ, ଆରମ୍ଭ ହେବ ଅବଦୁଲ୍ଲା ସରକାର
ଜାମ୍ମୁୃ-କାଶ୍ମୀରରେ ସରିଲା ରାଷ୍ଟ୍ରପତି ଶାସନ ଯୁଗ, ଆରମ୍ଭ ହେବ ଅବଦୁଲ୍ଲା ସରକାର (ETV Bharat Odisha)

ନୂଆଦିଲ୍ଲୀ: ଦୀର୍ଘ 6ବର୍ଷ ପରେ ଜାମ୍ମୁ କାଶ୍ମୀରରେ ଶେଷ ହେଲା ରାଷ୍ଟ୍ରପତି ଶାସନ । ବିଧାନସଭା ଜନାଦେଶ ଆଧାରରେ ନୂଆ ସରକାର ଶପଥ ଗ୍ରହଣ କରିବା ପୂର୍ବରୁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୁପାରିଶରେ ଜାରି ରହିଥିବା ରାଷ୍ଟ୍ରପତି ଶାସନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତ୍ୟାହାର କରିଛନ୍ତି । 2019 ରେ ଜାମ୍ମୁ-କାଶ୍ମୀର ବିଭାଜନ ଓ ଧାରା-370 ଉଚ୍ଛେଦ ପରେ ସେହିବର୍ଷ ଅକ୍ଟୋବର ମାସରୁ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା । ଏବେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କ ନେତୃତ୍ବରେ ଏନସି-କଂଗ୍ରେସ ମେଣ୍ଟ ସରକାର ଗଠନ କରିବା ପୂର୍ବରୁ ଏହାକୁ ପ୍ରତ୍ୟାହାର କରାଯାଇଛି । ପୂର୍ବରୁ ଜାମ୍ମୁ-କାଶ୍ମୀର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିସାରିଥିବା ଓମାର ଏବେ ପ୍ରଥମ ଥର ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

  • ରାଷ୍ଟ୍ରପତି ଜାରି କଲେ ଗେଜେଟ ନୋଟିଫିକେସନ:-

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତାକ୍ଷରରେ ପ୍ରକାଶ ପାଇଥିବା ରାଜପତ୍ରରେ ଦର୍ଶାଯାଇଛି, ‘‘ଜାମ୍ମୁ-କାଶ୍ମୀର ପୁନର୍ଗଠନ ଅଧିନିୟମ-2019ର ଧାରା-73 ଦ୍ବାରା ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ଭାରତର ସମ୍ବିଧାନର ଧାରା-239 ଏବଂ 239-A ଅନୁସାରେ, 2019 ମସିହା ଅକ୍ଟୋବର 31 ତାରିଖରେ ଜାରି କରାଯାଇଥିବା ଆଦେଶକୁ ପ୍ରତ୍ୟାହାର କରାଯାଉଛି । ନୂଆ ସରକାର ଗଠନ ହେବା ପୂର୍ବରୁ ଜାମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ-2019ର ଧାରା-54 ଅନୁଯାୟୀ ଏହି ପ୍ରତ୍ୟାହାର ନିଷ୍ପତ୍ତିକୁ ରାଷ୍ଟ୍ରପତି ଅନୁମୋଦିତ କରିଛନ୍ତି ।’’

ଜାମ୍ମୁୃ-କାଶ୍ମୀରରେ ସରିଲା ରାଷ୍ଟ୍ରପତି ଶାସନ ଯୁଗ, ଆରମ୍ଭ ହେବ ଅବଦୁଲ୍ଲା ସରକାର (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :-ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଲିଗାସି ଲଢେଇ ଓ ପିଢିଗତ ପରିବର୍ତ୍ତନ - Jammu Kashmir Elections

  • 2019 ଅଗଷ୍ଟରେ ଉଚ୍ଛେଦ ହୋଇଥିଲା ଧାରା-370

ମୋଦି ସରକାରର ଦ୍ବିତୀୟ ପାଳି ଆରମ୍ଭ ପରେ 2019 ମସିହା ଅଗଷ୍ଟ 19 ତାରିଖରେ କେନ୍ଦ୍ର ସରକାରଜାମ୍ମୁ-କାଶ୍ମୀର ପୁନର୍ଗଠନ ଅଧିନିୟମ-2019’ ସଂସଦରେ ପାରିତ କରିଥିଲେ । ଏହି ବିଧେୟକର ବ୍ୟବସ୍ଥା ଅନୁସାରେ, ଏକାଧିକ ଜଟିଳ ସଂଶୋଧନ ଅନୁମୋଦନ ପାଇଥିଲା । ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଭାରତୀୟ ସମ୍ବିଧାନର ‘ଧାରା-370’ ଓ ‘ଅନୁଚ୍ଛେଦ-ଏ’ କୁ ଉଚ୍ଛେଦ କରାଯାଇଥିଲା । ଏହା ସହ କାଶ୍ମୀରକୁ ଦୁଇ କେନ୍ଦ୍ରଶାସିତ ରାଜ୍ୟରେ ବିଭକ୍ତ ମଧ୍ୟ କରାଯାଇଥିଲା । ‘ଜାମ୍ମୁ-କାଶ୍ମୀର’ ଓ ‘ଲଦାଖ’ ଭାବେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଆତ୍ମପ୍ରକାଶ କରିଥିଲା । ଏହାର ଦୁଇମାସ ପରେ ଅର୍ଥାତ ସେହିବର୍ଷ ଅକ୍ଟୋବର 31 ତାରିଖରେ ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା । ନିର୍ବାଚନ ବନ୍ଦ ରହିବା ସହ ଉପରାଜ୍ୟପାଳ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ସମସ୍ତ କ୍ଷମତାର ଅଧିକାରୀ ହୋଇଥିଲେ ।

  • କେନ୍ଦ୍ର ଗଠନ କରିଥିଲା ସୀମା ପୁନନିର୍ଦ୍ଧାରଣ କମିଶନ:-

ପରେ କେନ୍ଦ୍ର ସରକାର 2020 ମସିହାରେ ସର୍ବୋଚ୍ଚ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ରଞ୍ଜନା ପ୍ରକାଶ ଦେଶାଇଙ୍କ ନେତୃତ୍ବରେ ‘ସୀମା ପୁନର୍ଗଠନ ଆୟୋଗ’ ଗଠନ କରିଥିଲେ । ଏହି ଆୟୋଗର ସୁପାରିଶ କ୍ରମେ ଜାମ୍ମୁ-କାଶ୍ମୀରରେ ବିଧାନସଭା କ୍ଷେତ୍ରର ସୀମା ପୁନରିର୍ଦ୍ଧାରଣ ହୋଇଥିଲା । ଏହା ପରେ କେନ୍ଦ୍ର ସରକାର ଦୁଇଟି ସଂଶୋଧନ ବିଧେୟକ ସଂସଦରେ ପାରିତ କରିଥିଲେ । ତାହା ଥିଲା ‘ଜାମ୍ମୁ-କାଶ୍ମୀର ପୁନର୍ଗଠନ (ସଂଶୋଧନ) ଅଧିନିୟମ-2023’ ଓ ‘ଜାମ୍ମୁ-କାଶ୍ମୀର ସଂରକ୍ଷଣ ସଂଶୋଧନ ଅଧିନିୟମ-2023’ । ଏଥିରେ ଜାମ୍ମୁ-କାଶ୍ମୀରରେ ମୋଟ 90 ନିର୍ବାଚିତ ବିଧାନସଭା ଆସନ ସହ ଉପ-ରାଜ୍ୟପାଳଙ୍କ ଦ୍ବାରା 5 ମନୋନୀତ ସଦସ୍ୟଙ୍କ ପାଇଁ ବ୍ୟବସ୍ଥା କରାଗଲା । ଏହା ସହ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ଭାରତର ନିଜସ୍ବ ଅଞ୍ଚଳ ଦର୍ଶାଯାଇ ସେଥିପାଇଁ 24 ବିଧାନସଭା ଆସନ ସଂରକ୍ଷିତ ରଖାଗଲା ।

ଜାମ୍ମୁୃ-କାଶ୍ମୀରରେ ସରିଲା ରାଷ୍ଟ୍ରପତି ଶାସନ ଯୁଗ, ଆରମ୍ଭ ହେବ ଅବଦୁଲ୍ଲା ସରକାର (ETV Bharat Odisha)

ଏହା ମଧ୍ୟ ପଢନ୍ତୁ;-ଜମ୍ମୁ କାଶ୍ମୀର ନିର୍ବାଚନକୁ ନେଇ ବଡ଼ ଅପଡେଟ, ଆସିଲା ମୁଖ୍ୟମନ୍ତ୍ରୀଙ୍କ ନାଁ

ଜମ୍ମୁ-କାଶ୍ମୀର ଓ ହରିୟାଣାରେ ଭୋଟ ଗଣତି ଜାରି; ଖାତା ଖୋଲିଲା କଂଗ୍ରେସ, ଜୁଲାନା ଆସନରୁ ବାଜି ମାରିଲେ ଭିନେଶ ଫୋଗତ

ଜୁଲାନାରୁ ଜିତିଲେ ଭିନେଶ ଫୋଗାଟ; ହରିୟାଣାରେ ଭୋଟ ଗଣତି ଜାରି

ହରିୟାଣାରେ ଚକମା ଦେବ କି ଫଳାଫଳ, ହ୍ୟାଟ୍ରିକ ବିଜୟ କରିବ କି ବିଜେପି ?

  • 10 ବର୍ଷ ପରେ ଭୋଟ ଦେଲା କାଶ୍ମୀର:-

ଦୀର୍ଘ 10 ବର୍ଷ ପରେ ଚଳିତଥର କାଶ୍ମୀରରେ ପ୍ରଥମେ ଲୋକସଭା ନିର୍ବାଚନ ଓ ପରେ ବିଧାନସଭା ନିର୍ବାଚନ କରାଯାଇଥିଲା । 2014 ରେ କାଶ୍ମୀର ଶେଷ ନିର୍ବାଚନ ଦେଖିଥିଲା । ଏଥିରେ ସୟଦ ମୁଫତିଙ୍କ ‘ପିଡିପି’ ଅଧିକ ଆସନ ଜିତିଥିବା ବେଳେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ସରକରା ଗଠନ କରିପାରିନଥିଲା । ବିଜେପି -ପିଡିପି ମିଳିତ ସରକାର ଗଠନ କରିଥିଲେ । ସଏଦଙ୍କ ଦେହାନ୍ତ ପରେ ତାଙ୍କ କନ୍ୟା ମେହେବୁବା ମୁଫତି ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

  • ପୂରଣ ହୋଇପାରିଲା ନାହିଁ ବିଜେପିର ସରକରା ଗଠନ ସ୍ବପ୍ନ

ପରେ 2018 ମେହେବୁବା ମୁଫତି ନେତୃତ୍ବାଧୀନ ସରକାର ପତନ ହୋଇଥିଲା । ଧାରା 370 ଉଚ୍ଛେଦ ସହ କାଶ୍ମୀରର କାୟାକଳ୍ପ ବଦଳାଇ ଦେଇଥିଲେ କେନ୍ଦ୍ର ସରକାର । ଏବେ 10 ବରଷ ପରେ ନିର୍ବାଚନରେ ପୁଣି ଥରେ ଜାମ୍ମୁ କାଶ୍ମୀରର କ୍ଷମତା ଅବଦୁଲ୍ଲା ପରିବାର ହାତକୁ ଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଏନସି’ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏନସି- କଂଗ୍ରେସ ଏକାକୀ ନିର୍ବାଚନ ଲଢିଥିବା ବେଳେ 48 ଆସନ ବହୁମତ ହାସଲ କରିଛନ୍ତି । 42 ଟି ଏନସି ଖାତାକୁ ଯାଇଥିବା ବେଳେ କଂଗ୍ରେସ ମାତ୍ର 6 ଟି ଆସନ ଜିତିଛି । ଭାରତୀୟ ଜନତା ପାର୍ଟି ଦ୍ବିତୀୟ ବୃହତ୍ତମ ଦଳ ଭାବେ 29 ଆସନ ସହ ବିରୋଧୀ ଦଳ ଭୂମିକାରେ ରହିବାକୁ ବାଧ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 1 hours ago

ABOUT THE AUTHOR

...view details