ଓଡିଶା

odisha

ETV Bharat / bharat

ମାଡାମ ପ୍ରେସିଡେଣ୍ଟଙ୍କ ପାଠଶାଳା: ପିଲାଙ୍କୁ ପଢାଇଲେ, ପିଲା ଦିନର ସ୍ମୃତି ବାଣ୍ଟିଲେ - president interacted with students - PRESIDENT INTERACTED WITH STUDENTS

PRESIDENT INTERACTED WITH STUDENTS: ପୁଣି ଏକ ନୂଆ ଷ୍ଟାଇଲରେ ଦେଖିବାକୁ ମିଳିଛି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ । ସେ ଆଜି ଏକ କେନ୍ଦ୍ରୀୟ ବିଦ୍ୟାଳୟ ଯାଇ ପିଲାଙ୍କ ସହ ପରିବେଶ ସୁରକ୍ଷା ବିଷୟରେ ଆଲୋଚନା କରିବା ସହ ଜନ୍ମ ଦିନରେ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

president droupadi murmu interacted with kv school students discuss on global warming and climate change
president droupadi murmu interacted with kv school students discuss on global warming and climate change (ETV Bhatar Odisha)

By ETV Bharat Odisha Team

Published : Jul 25, 2024, 6:16 PM IST

ନୂଆଦିଲ୍ଲୀ: ପାଠ ପଢାଇଲେ ମାଡାମ ପ୍ରେସିଡେଣ୍ଟ । ପୁଣି ଏକ ନୂଆ ଷ୍ଟାଇଲ ଏବଂ ନୂଆ ଅନ୍ଦାଜରେ ସାମ୍ନାକୁ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କେନ୍ଦ୍ରୀୟ ବିଦ୍ୟାଳୟ ପିଲାଙ୍କୁ ପାଠ ପଢାଇଲେ ରାଷ୍ଟ୍ରପତି । ଦିଲ୍ଲୀ ରାଷ୍ଟ୍ରପତି ଭବନ ପରିସରରେ ଥିବା ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସୁରକ୍ଷା ନେଇ ପାଠ ପଢାଇଛନ୍ତି ରାଷ୍ଟ୍ରପତି ।

president droupadi murmu interacted with kv school students discuss on global warming and climate change (ETV Bhatar Odisha)

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରେଣୀ ଗୃହରେ ପ୍ରବେଶ କରିବା ପରେ ସେ ପିଲାଙ୍କ ସହ ଦୀର୍ଘ ସମୟ କଥା ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଛାତ୍ରଛାତ୍ରୀ ମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ଅତି ନିକଟରୁ ଦେଖି ଭାରି ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ଏହା ପରେ ପିଲାମାନଙ୍କୁ ସେମାନଙ୍କର ପ୍ରିୟ ବିଷୟ ବିଷୟରେ ପଚାରିଥିଲେ ମହାମହିମ । ଅନେକ ପିଲା ଡାକ୍ତର ଏବଂ ଇଞ୍ଜିନିୟର ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏଥିରେ ରାଷ୍ଟ୍ରପତି ନିଜର ଖୁସି ବ୍ୟକ୍ତ କରିଥିଲେ ।

ସେହିପରି ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସୁରକ୍ଷା ପ୍ରସଙ୍ଗରେ ରାଷ୍ଟ୍ରପତି ପିଲାମାନଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଆମକୁ ଛଅଟି ଋତୁ ବିଷୟରେ ଶିକ୍ଷା ଦିଆଯାଇଛି । କିନ୍ତୁ ଆମେ କେବଳ 3ଟି ଅନୁଭବ କରୁଛେ । ଏଥିରେ ମଧ୍ୟ ଅଧିକ ସମୟ ଗରମ ଅନୁଭବ ହେଉଛି । ଏହାର କାରଣ ହେଉଛି ଗ୍ଲୋବାଲ ୱାର୍ମିଂ । ବିଶ୍ୱ ତାପମାତ୍ରା ପରିବର୍ତ୍ତନରେ କେବଳ ମଣିଷ ନୁହେଁ ପଶୁମାନଙ୍କୁ ମଧ୍ୟ ପ୍ରଭାବିତ ହୋଇଥାନ୍ତି । ଏନେଇ ରାଷ୍ଟ୍ରପତି ପିଲାମାନଙ୍କ ସହ ଅନେକ ସମୟ ଧରି ଆଲୋଚନା କରିଥିଲେ । ଗ୍ଲୋବାଲ ୱାର୍ମିଂ ବିଷୟରେ ଆମେ କ'ଣ କରିବା ଉଚିତ୍ ସେ ସମ୍ପର୍କରେ ସେମାନଙ୍କ ମତାମତ ଗ୍ରହଣ କରିଥିଲେ । ଜଳବାୟୁ ପରିବର୍ତ୍ତନ ବନ୍ଦ କରିବାକୁ ପିଲାମାନେ ପରାମର୍ଶ ମାଗିଥିଲେ । ଏହି ସମୟରେ ସେ କହିଥିଲେ ଯେ, ଗଛ ଆମର ପୂର୍ବଜ ।

ଏହା ମଧ୍ୟ ପଢନ୍ତୁ: ବଜେଟ ଉପସ୍ଥାପନ ପୂର୍ବରୁ କାହିଁକି ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆନ୍ତି ରାଷ୍ଟ୍ରପତି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଏକ ପେଡ୍ ମାଆ କେ ନାମ’ ବିଷୟରେ ମଧ୍ୟ ପିଲାମାନଙ୍କୁ କହିଥିଲେ ରାଷ୍ଟ୍ରପତି । ସେହିପରି ଛାତ୍ରମାନଙ୍କୁ ନିଜ ଜନ୍ମଦିନରେ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ଜନ୍ମଦିନରେ ଯେପରି ଏକ କେକ୍ କାଟି ଦିଆଯାଏ, ସେହିଭଳି ଏକ ବୃକ୍ଷ ମଧ୍ୟ ଲଗାଇବା ଉଚିତ୍ । ଏହାସହ ନିଜର ପିଲା ଦିନ ସମ୍ପର୍କରେ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details