ଓଡିଶା

odisha

ETV Bharat / bharat

ମନ୍ତବ୍ୟ ଦେଇ ଫସିଗଲେ ଚନ୍ଦ୍ରବାବୁ, ଆସିଲା ଇସି ନୋଟିସ - Ec Notice To Naidu

Poll Body Notice To Chandrababu Naidu: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଗଲେ ଚନ୍ଦ୍ରବାବୁ ନାଇଡୁ । କହିଥିଲେ ଏଭଳି କଥା

By ETV Bharat Odisha Team

Published : Apr 5, 2024, 10:04 AM IST

Chandrababu Naidu
Chandrababu Naidu

ଅମରାବତୀ:ଅଡୁଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ । ମୁଖ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟଙ୍କୁ ନୋଟିସ ଜାରି କରାଯାଇଛି । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗମୋହନ ରେଡ୍ଡୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାକୁ ଏହି ନୋଟିସ ଜାରି କରାଯାଇଥିବା କୁହାଯାଇଛି । ସେ ଗତ ମାର୍ଚ୍ଚ 31 ତାରିଖରେ ଲୋକସଭା ନିର୍ବାଚନ ପ୍ରଚାର କରିବା ସମୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷାସ ଏବଂ ପଶୁ ବୋଲି ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଗୁରୁବାର ଦିନ ତାଙ୍କୁ ଏକ ନୋଟିସ ଜାରି କରାଯାଇଛି ।

ଚନ୍ଦ୍ରବାବୁ ନାଇଡୁକୁ ଇସି ନୋଟିସ:ଆନ୍ଧ୍ରପ୍ରଦେଶର ମୁଖ୍ୟ ନିର୍ବାଚନ କମିଶନର ଚନ୍ଦ୍ରବାବୁ ନାଇଡୁଙ୍କୁ ତାଙ୍କ ବିବୃତ୍ତି ସ୍ପଷ୍ଟ କରିବାକୁ 48 ଘଣ୍ଟା ସମୟ ଦେଇଛନ୍ତି । ଯୁବଜନ ଶ୍ରମିକା ରାୟଥୁ କଂଗ୍ରେସ ପାର୍ଟି(YSRCP)ର ରାଜ୍ୟ ସାଧାରଣ ସମ୍ପାଦକ ଲେଲା ଅପ୍ପି ରେଡ୍ଡୀଙ୍କ ଅଭିଯୋଗ ପରେ ନିର୍ବାଚନ ଆୟୋଗ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି ।

ନୋଟିସ ଅନୁସାରେ, ଟିଡିପି(ତେଲଗୁ ଦେଶମ ପାର୍ଟି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ୟେମିଗନୁର ଏବଂ ବାପଟାଲା ନିର୍ବାଚନ ମଣ୍ଡଳୀରେ ରାଲି କରିବା ସମୟରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କୁ ଚୋର, ରାକ୍ଷାସ ଏବଂ ପଶୁ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରି ନର୍ବାଚନର ଆଚରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଛି । ଏହାପରେ ନିର୍ବାଚନ ଆୟୋଗ ପକ୍ଷରୁ ନୋଟିସ ଜାରି କରି 48 ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ରଖିବା ପାଇଁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଆନ୍ଧ୍ର ସରକାରକୁ 'ସୁପ୍ରିମ' ଝଟକା, ଚନ୍ଦ୍ରବାବୁଙ୍କ ଆଗୁଆ ଜାମିନ ଖାରଜ କରିବାକୁ ମନା କଲେ ସର୍ବୋଚ୍ଚ କୋର୍ଟ

ରୋଚକ ହେବ ଆନ୍ଧ୍ର ରାଜନୀତି: ନିର୍ବାଚନ ପୂର୍ବରୁ NDAରେ ସାମିଲ ହେଲା ଚନ୍ଦ୍ରବାବୁ ନାଇଡୁଙ୍କ TDP

ଆନ୍ଧ୍ରପ୍ରଦେଶରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ:ମେ 13 ତାରିଖରେ ଆନ୍ଧ୍ରପ୍ରଦେଶରେ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ବିଧାନସଭାରେ 175ଟି ସିଟ ରହିଥିବା ବେଳେ ସରକାର ଗଢିବା ପାଇଁ 88ସିଟ୍‌ର ଆବଶ୍ୟକତା ରହିଛି । 2014 ବିଧାନସଭା ନିର୍ବାଚନରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ଟିଡିପି ବହୁମତ ପାଇ 102 ସିଟ ହାସଲ କରିଥିଲା । ଜଗନ ମୋହନ ରେଡ୍ଡୀଙ୍କ YSRCP 67ଟି ସିଟ୍ ଜିତିଥିଲା । ଅନ୍ୟପଟେ ବିଜେପି ଏଠାରେ କେବଳ ଚାରିଟି ଆସନ ଜିତିଥିଲା । 2019 ବିଧାନସଭା ନିର୍ବାଚନରେ ​​YSRCP 151ଟି ସିଟ୍ ଜିତି ସରକାର ଗଠନ କରିଥିବାବେଳେ ଟିଡିପି କେବଳ 23ଟି ସିଟ୍‌ରେ ବାଜି ମାରିଥିଲା । ଏପ୍ରିଲ 19ରୁ ସାରା ଦେଶରେ 543 ଲୋକସଭା ଆସନରେ ମତଦାନ ହେବାକୁ ଯାଉଛି । ଜୁଲାଇ 4ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ABOUT THE AUTHOR

...view details