ନୂଆଦିଲ୍ଲୀ:କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି । ମହିଳା ବିରୋଧି ଅପରାଧକୁ ନେଇ ଦେଶରେ ଅସନ୍ତୋଷର ବହ୍ନି ଜଳୁଥିବା ବେଳେ ଅପରାଧୀଙ୍କୁ କଡା ଚେତାବନୀ ଦେଇଛି ପ୍ରଧାନମନ୍ତ୍ରୀ ମୋଦି । ମହିଳାଙ୍କ ବିରୋଧରେ ଅପରାଧ ଅକ୍ଷମଣୀୟ ଅଟେ । ଦୋଷୀ କିଏ ହେଉ ତାକୁ ଛଡା ଯିବନି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ଜଳଗାଁଓରେ ଲକ୍ଷପତି କାର୍ଯ୍ୟକ୍ରମରେ ସାମିଲ ଯୋଗ ଦେଇ ଅପରାଧୀଙ୍କୁ ଏଭଳି କଡା ଚେତାବନୀ ଦେଇଛନ୍ତି ।
ଦୋଷୀକୁ ଛଡା ଯିବନି:
ସାରା ଦେଶରେ ଆସୁଥିବା ଦୁଷ୍କର୍ମ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । କୋଲକାତା ଟ୍ରେନି ଡାକ୍ତର, ବଦଲାପୁରରେ ଦୁଇ ବାଳିକାଙ୍କ ଯୌନ ଶୋଷଣ ଭଳି ଘଟଣାର ନାଁ ନନେଇ ମୋଦି କହିଛନ୍ତି, ପ୍ରତ୍ୟେକ ରାଜ୍ୟରେ ଝିଅଙ୍କ କଷ୍ଟ, କ୍ରୋଧ ବୁଝୁଛୁ । ଦେଶର ପ୍ରତ୍ୟେକ ରାଜନୈତିକ ଦଳ ଓ ରାଜ୍ୟ ସରକାରଙ୍କୁ କହୁଛି, ମହିଳାଙ୍କ ବିରୋଧରେ ଅପରାଧ ଅକ୍ଷମଣୀୟ ଅଟେ । ଦୋଷୀ କିଏ ବି ହେଉ । ତାକୁ ଛଡା ଯିବନି । ସରକାର ଆସୁଥିବେ ଯାଉଥିବେ ନାରୀଙ୍କ ସମ୍ମାନ ଓ ଗାରିମା ଓ ଜୀବନ ରକ୍ଷାର ଦାୟିତ୍ବ ଆମର ।
ଏହା ମଧ୍ୟ ପଢନ୍ତୁ:କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡିତାଙ୍କ 4 ସହକର୍ମୀଙ୍କ ହେବ ଲାଏ-ଡିଟେକ୍ସନ ଟେଷ୍ଟ, ସାମ୍ନାକୁ ଆସିବାରେ ଲାଗିଛି ସେଦିନ ରାତିର କଥା