ଓଡିଶା

odisha

କ୍ଷୀରି ଖାଇଲେ, ମା'ଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ମୋଦି - Modi treated to kheeri

By ETV Bharat Odisha Team

Published : Sep 17, 2024, 6:32 PM IST

Modi Remebering His Mother After Relishing Kheeri: ମା'ଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ । କାରଣ ମୋଦିଙ୍କୁ ତାଙ୍କ ଜନ୍ମଦିନରେ କ୍ଷୀରି ଖୁଆଇ ଆଶୀର୍ବାଦ ଦେଇଛନ୍ତି ଜଣେ ମା' । ଯାହାକୁ ଜୀବନ ଯାକର ଅର୍ଜିତ ପୁଞ୍ଜି ବୋଲି କହି ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ପୂରା ଖବର ପଢନ୍ତୁ

Modi Remebering His Mother
Modi Remebering His Mother (Social Media (X))

ଭୁବନେଶ୍ବର:ଜନ୍ମଦିନରେ ମୋଦିଙ୍କୁ ଖିରି ଖୁଆଇଛନ୍ତି ହିତାଧିକାରୀ । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି,"ଆଜି ଯେତେବେଳେ ମୁଁ କ୍ଷୀରି ଖାଉଥିଲି ମୋ ମା' କଥା ମନେ ପଡିଗଲା । କାରଣ ପ୍ରତିବର୍ଷ ମୁଁ ଜନ୍ମଦିନରେ ମା'କୁ ଦେଖା ହେବାକୁ ଯାଏ । ଆଉ ସେ ମୋତେ ଗୁଡ଼ ଖୁଆଇଦେଇ ଜନ୍ମଦିନର ଆଶୀର୍ବାଦ ଦିଏ । ହେଲେ ଆଜି ତ ମା' ଜୀବିତ ନାହିଁ । କିନ୍ତୁ ଜଣେ ଆଦିବାସୀ ମା' ମୋତେ ଖିରି ଖୁଆଇ ଜନ୍ମଦିନର ଆଶୀର୍ବାଦ ଦେଇଛନ୍ତି । ଏହି ଅନୁଭୂତି ହେଉଛି ମୋ ଜୀବନ ଯାକର ଅର୍ଜିତ ପୁଞ୍ଜି ।"

PM Modi Speech (ETV Bharat Odisha)

ଏକ ଆଦିବାସୀ ପରିବାରର ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ମୁଁ ସେହି ଘରକୁ ଯାଇଥିଲି । ସେହି ପରିବାରକୁ ମଧ୍ୟ ପିଏମ ଆବାସ ମିଳିଛି । ସେହି ପରିବାରର ଖୁସି ଓ ସନ୍ତୋଷ ମୁଁ ଦେଖିଲି । ଯାହାକୁ କେବେ ଭୁଲି ପାରିବି ନାହିଁ । ଏନେଇ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ (x) ରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଛନ୍ତି, "ଭୁବନେଶ୍ବରରେ ପହଞ୍ଚିବା ପରେ ଅନ୍ତର୍ଯ୍ୟାମୀ ନାୟକ ଓ ଯହଜା ନାୟକଙ୍କ ଘରକୁ ଯାଇଥିଲି । ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଉପକୃତ ହୋଇଛନ୍ତି ଏବଂ ଗର୍ବିତ ଘର ମାଲିକ ଅଟନ୍ତି । ନାତି ସୌମ୍ୟଜିତଙ୍କ ସମେତ ସେମାନଙ୍କ ପରିବାରକୁ ଭେଟିଥିଲି। ନାୟକ ପରିବାର ମଧ୍ୟ ସ୍ବାଦିଷ୍ଟ କ୍ଷୀରି ପରିବେଷଣ କରିଥିଲେ ।"

PM Modi Speech (ETV Bharat Odisha)
Modi Remebering His Mother ((CM Mohan Majhi) X)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସାରି ଫେରିଛନ୍ତି । ରାଜ୍ୟବାସୀ ବର୍ଷାରେ ଭିଜିି ଭିଜି କରିଥିବା ସ୍ବାଗତ ସମ୍ବର୍ଦ୍ଧନା କଥା ମନେ ପକାଇ ସେ x ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ମୋଦିି । "ଭୁବନେଶ୍ୱରରେ ମୋତେ ଭବ୍ୟ ସ୍ୱାଗତ କରାଗଲା। ମୂଷଳ ଧାରାରେ ବର୍ଷା ଲୋକଙ୍କ ଉତ୍ସାହକୁ ମଳିନ କରିପାରିନଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ମାଟି, ଓଡ଼ିଶାର ଲୋକମାନଙ୍କ ଗହଣକୁ ଆସିବା ମୋ ପାଇଁ ଗୌରବର ବିଷୟ। ଏହି ରାଜ୍ୟ ଆମ ଉପରେ ଅତୁଟ ଆସ୍ଥା ପ୍ରକଟ କରିଛି ଏବଂ ଆମେ ଓଡ଼ିଶାର ଲୋକଙ୍କ ଆକାଂକ୍ଷା ପୂରଣ ଲାଗି କୌଣସି ସୁଯୋଗ ଛାଡ଼ିବୁ ନାହିଁ"ବୋଲି ମୋଦି ଉଲ୍ଲେଖ କରିଛନ୍ତି।

Modi Remebering His Mother ((CM Mohan Majhi) X)

ଏହା ବି ପଢନ୍ତୁ...ଓଡ଼ିଶାରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା - SUBHADRA YOJANA

ABOUT THE AUTHOR

...view details