ଡେରାଡୁନ: ନିର୍ବାଚନ ପାଖେଇ ଆସୁଥିବା ବେଳେ ମଇଦାନକୁ ଓହ୍ଲାଇଛନ୍ତି ନେତା ଓ ମନ୍ତ୍ରୀ । ତେବେ ଆଜି ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ରୁଦ୍ରପୁର ଯାଇ ନିର୍ବାଚନ ପ୍ରଚାର କରିବା ସହିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏତେ ସଂଖ୍ୟାରେ ଜନସମାଗମ ଦେଖି ଖୁସିବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ ଏହା କ୍ୟାମ୍ପେନ ବୈଠକ ନା ବିଜୟ ରାଲି । ଆପଣମାନଙ୍କ ପ୍ରେମ ପାଇଁ ମୁଁ କୃତଜ୍ଞ, ଦେବଭୂମୀର ଆଶୀର୍ବାଦ ପାଇଁ ମୁଁ ଆଜି ଉତ୍ତରାଖଣ୍ଡ ଆସିପାରିଛି । ଏଠାରେ ବିଜେପିର ପ୍ରେମ ସ୍ପଷ୍ଟ ଭାବେ ବାରି ହୋଇପଡୁଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତରାଖଣ୍ଡର ବିକାଶ ବନେଇବା ଜରୁରୀ ଅଟେ । କେନ୍ଦ୍ର ସରକାର ମଧ୍ୟ ପ୍ରୟାସ ଜାରି ରଖିଛନ୍ତି । 10 ବର୍ଷ ମଧ୍ୟରେ ଅନେକ ବିକାଶ କାର୍ଯ୍ୟ ହୋଇଛି । 12 ଲକ୍ଷ ଘରକୁ ଜଳ ସଂଯୋଗ କରାଯାଇଛି । ତିନି ଲକ୍ଷଙ୍କୁ ସ୍ବାମିତ୍ବ (ସମ୍ପତ୍ତିର ମାଲିକାନା ସ୍ବତ୍ବ) ଯୋଜନାର ଲାଭ ମିଳିଛି । 35 ଲକ୍ଷ ଲୋକଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିଲା । ଆଜି ଉତ୍ତରାଖଣ୍ଡରେ ଅନେକ ପ୍ରକାରର ଆଧୁନିକ ସଂଯୋଗୀକରଣ ହୋଇଛି । ଉତ୍ତରପ୍ରଦେଶର 35 ଲକ୍ଷ ଲୋକଙ୍କର ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନଥିଲା । ବିଜେପି ସରକାର 35 ଲକ୍ଷ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲି ସେମାନଙ୍କୁ ବ୍ୟାଙ୍କ ସହ ଯୋଡିଥିଲେ । 85,000 ଘର ନିର୍ମାଣ, ସାଢେ ପାଞ୍ଚ ଲକ୍ଷରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି । ଉଦ୍ଦେଶ୍ୟ ଠିକ୍ ହେଲେ ଅନେକ କାର୍ଯ୍ୟ ସମ୍ଭବପର ଅଟେ । ସେଥିପାଇଁ ମୁଁ କହୁଛି ଉଦ୍ଦେଶ୍ୟ ଠିକ ଥିଲେ ଫଳାଫଳ ମଧ୍ୟ ସଠିକ ଆସିବ ।
ଏହା ମଧ୍ୟ ପଢନ୍ତୁ:ନିର୍ବାଚନକୁ ସରଗରମ କଲା କଚ୍ଚାତିବୁ ଦ୍ବୀପ ପ୍ରସଙ୍ଗ: ମୋଦି କହିଲେ, କଂଗ୍ରେସର ଭୁଲ କର୍ମ ପାଇଁ ଦେଶକୁ ଏବେ ବହୁମୁଲ୍ୟ ଦେବାକୁ ପଡୁଛି - PM Modi target congress
ଉତ୍ତରଖଣ୍ଡରେ ଘରେ ଘରେ ସୁବିଧା, ମୋଦିଙ୍କ ଗ୍ୟାରେଣ୍ଟି:ମୋଦି କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟିମାନେ କାର୍ଯ୍ୟକ୍ଷମ ହେବାର ଗ୍ୟାରେଣ୍ଟି ଅଟେ । ମୋଦିଙ୍କ ଗ୍ୟାରେଣ୍ଟି ଉତ୍ତରାଖଣ୍ଡର ପ୍ରତ୍ୟେକ ପରିବାର ପାଇଁ ସୁବିଧା ଆଣିଛି ଏବଂ ଲୋକଙ୍କ ଆତ୍ମ ସମ୍ମାନ ବଢାଇଛି । ତୃତୀୟ ଟର୍ମରେ ମଧ୍ୟ ଆପଣଙ୍କ ପୁଅ(ପ୍ରଧାନମନ୍ତ୍ରୀ) ଆହୁରି ଅନେକ ବଡ କାର୍ଯ୍ୟ କରିବାକୁ ଯାଉଛି । ଆପଣ 24 ଘଣ୍ଟା ବିଦ୍ୟୁତ୍, ବିନା ଦେୟରେ ବିଜୁଳି ପାଇପାରିବେ । ଏଥିପାଇଁ ଆମ ସରକାର ସୂର୍ଯ୍ୟ ଘର ଫ୍ରି ଇଲେକ୍ଟ୍ରିସିଟି ସ୍କିମ ଆରମ୍ଭ କରିଛନ୍ତି । "
କଚ୍ଚାତିବୁ ନେଇ କଂଗ୍ରେସକୁ ଟାର୍ଗେଟ:ଉତ୍ତରଖଣ୍ଡ ଆସି କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, "କଂଗ୍ରେସ ଭାରତମାତାକୁ ବିଭାଜିତ କରିଛି । ଉତ୍ତରାଖଣ୍ଡ ଅନେକ ବୀର ସନ୍ତାନକୁ ଜନ୍ମ ଦେଇଛି । କିନ୍ତୁ କଂଗ୍ରେସ କଚ୍ଚାତିବୁ ଦ୍ବୀପକୁ ଶ୍ରୀଲଙ୍କାକୁ ସମର୍ପି ଦେଇଛି । ବର୍ତ୍ତମାନ ଯଦି କେହି ମତ୍ସଜୀବୀ ମାଛ ଧରିବା ପାଇଁ ଯାଆନ୍ତି ତେବେ ସେମାନେ ଜେଲରେ ବନ୍ଧା ହେଉଛନ୍ତି । ଯେଉଁମାନେ ଦେଶକୁ ବିଭାଜିତ କରନ୍ତି ସେମାନଙ୍କୁ ଟିକେଟ ଦେଉଛି କଂଗ୍ରେସ । ନେତା ବିପିନ ରାଓ୍ବତଙ୍କୁ ମଧ୍ୟ ଅପମାନିତ କରିଥିଲେ । କଂଗ୍ରେସ ଦେଶପ୍ରେମ କଣ ଜାଣେ ନାହିଁ । କ୍ଷମତା ହରାଇବା ପରେ ବିରୋଧୀମାନେ ନିଆଁ ଲଗାଇବା ପାଇଁ ଚେଷ୍ଟା କରୁଛନ୍ତି । ଜଣେ ବରିଷ୍ଠ କଂଗ୍ରେସ ନେତା ଦକ୍ଷିଣ ଭାରତକୁ ପୃଥକ କରିବା ନେଇ କହିଥିଲେ । ତେବେ ଯେଉଁମାନେ ଏଭଳି ଦେଶକୁ ବିଭକ୍ତ କରୁଛନ୍ତି ସେମାନଙ୍କୁ ଦଣ୍ଡ ଦେବା ଉଚିତ ।"
ତୃତୀୟ ଟର୍ମରେ ଭ୍ରଷ୍ଟାଚାର ଉପରେ କଡା ପ୍ରଭାବ:ମୋଦି କହିଛନ୍ତି, "ଚଳିତ ନିର୍ବାଚନରେ ଦୁଇଟି କ୍ୟାମ୍ପ ରହିଛି । ଗୋଟିଏପଟେ ଆମେ ଦୁର୍ନୀତି ହଟାଓ ନାରା ଦେଉଥିବା ବେଳେ ଅନ୍ୟପଟେ ଦୁର୍ନୀତି ବଞ୍ଚାଓ ନାରା ଦେଉଛନ୍ତି । ମୋଦି ଦେଶବାସୀଙ୍କ ସ୍ବର ଶୁଣିଛନ୍ତି । ମେତେ ଯେତେ ଦୁର୍ବ୍ୟବହାର ଏବଂ ଧମକ ଦେଲେ ମଧ୍ୟ ମୁଁ ଭୟ କରେ ନାହିଁ । ତୃତୀୟ ଟର୍ମରେ ଦୁର୍ନୀତି ଉପରେ ପ୍ରହାର ହେବ । "