ଓଡିଶା

odisha

ରଙ୍ଗନାଥସ୍ବାମୀ ମନ୍ଦିର ପରେ ରାମେଶ୍ବରମରେ ଦର୍ଶନ କଲେ ପ୍ରଧାନମନ୍ତ୍ରୀ, ଅଯୋଧ୍ୟା ଉପଲକ୍ଷେ ଗ୍ରହଣ କଲେ ଉପହାର

PM Modi in south india tour: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦକ୍ଷିଣ ଭାରତୀୟ ତୀର୍ଥରେ ପ୍ରଧାନମନ୍ତ୍ରୀ । ରଙ୍ଗନାଥ ସ୍ବାମୀ ମନ୍ଦିର ପରେ ରାମେଶ୍ବରମରେ ଦର୍ଶନ କଲେ, ଅଯୋଧ୍ୟା ଉପଲକ୍ଷେ ଗ୍ରହଣ କଲେ ଉପହାର । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 20, 2024, 8:52 PM IST

Published : Jan 20, 2024, 8:52 PM IST

ଶ୍ରୀ ରଙ୍ଗନାଥ ସ୍ବାମୀ ମନ୍ଦିରରେ ଦର୍ଶନ କଲେ ପ୍ରଧାନମନ୍ତ୍ରୀ, ଅଯୋଧ୍ୟା ଉପଲକ୍ଷେ ଗ୍ରହଣ କଲେ ଉପହାର
ଶ୍ରୀ ରଙ୍ଗନାଥ ସ୍ବାମୀ ମନ୍ଦିରରେ ଦର୍ଶନ କଲେ ପ୍ରଧାନମନ୍ତ୍ରୀ, ଅଯୋଧ୍ୟା ଉପଲକ୍ଷେ ଗ୍ରହଣ କଲେ ଉପହାର

ଚେନ୍ନାଇ:22ରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଯଜମାନ ହେବା ପୂର୍ବରୁ ଏକାଧିକ ଦକ୍ଷିଣ ଭାରତୀୟ ମନ୍ଦିର ଭ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ତାମିଲନାଡୁର ଅନ୍ୟତମ ପ୍ରମୁଖ ମନ୍ଦିର ତିରୁଚିରାପଲ୍ଲୀର ରଙ୍ଗାନାଥ ସ୍ବାମୀ ମନ୍ଦିରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ଏହା ପରେ ସେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଉପହାର ମଧ୍ୟ ଗ୍ରହଣ କରିଛନ୍ତି । ଅଯୋଧ୍ୟାରେ 22ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ମୁଖ୍ୟକର୍ତ୍ତା ଭାବେ ଅଂଶଗ୍ରହଣ କରିବାକୁ ଯାଉଥିବା ବେଳେ ରଙ୍ଗନାଥ ସ୍ବାମୀ ମନ୍ଦିରର ସେବାୟତ ମଣ୍ଡଳୀ ଅଯୋଧ୍ୟା ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କୁ ଉପହାର ପ୍ରଦାନ କରିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର ତିରୁଚିରାପଲ୍ଲୀ ସ୍ଥିତ ପ୍ରଖ୍ୟାତ ରଙ୍ଗନାଥ ସ୍ବାମୀ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ଦକ୍ଷିଣ ଭାରତୀୟ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଥିଲା । ଯାହାକୁ ସ୍ଥାନୀୟ ଭାଷାରେ ‘ଭେସ୍ତି ଓ ଅଙ୍ଗବସ୍ତ୍ରମ’ ବୋଲି କୁହାଯାଏ । ସେଠାରେ ସେ ଗର୍ଭଗୃହରେ ଦର୍ଶନ ପରେ ମନ୍ଦିର ବେଢା ପରିକ୍ରମା କରିଥିଲେ । ମନ୍ଦିରରେ ଥିବା ହସ୍ତୀଙ୍କ ଠାରୁ ଆର୍ଶୀବାଦ ମଧ୍ୟ ନେଇଥିଲେ । ମନ୍ଦିରର ସ୍ବତନ୍ତ୍ର ନୀତିକାନ୍ତିରେ ବ୍ୟବହାର ହେଉଥିବା ହସ୍ତୀ ‘ଅନ୍ଦଳ’କୁ ପ୍ରଧାନମନ୍ତ୍ରୀ ଖାଦ୍ୟ ମଧ୍ୟ ଖୁଆଇଥିଲେ ।

ଏହା ପରେ ପ୍ରଧାନମନ୍ତ୍ରୀ ଅପରାହ୍ନରେ ଦାକ୍ଷିଣାତ୍ୟର ଅନ୍ୟତନ ଧାମ ରାମେଶ୍ବରରେ ପହଞ୍ଚିଛନ୍ତି । ସେଠାରେ ସେ ପ୍ରଥମେ ସମୁଦ୍ରରେ ବୁଡ ପକାଇବା ପରେ ରାମେଶ୍ବର ସ୍ଥିତ ରାମନାଥସ୍ବାମୀ ମନ୍ଦିରରେ ପବିତ୍ର କୂପଜଳରେ ସ୍ନାନ କରିଛନ୍ତି । ଏହା ପରେ ସେ ସେଠାରେ ଅନ୍ୟତମ ଜୋର୍ତିଲିଙ୍ଗ ରାମନାଥ ସ୍ବାମୀଙ୍କର ଦର୍ଶନ ମଧ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଗଣମାଧ୍ୟମକୁ ସରକାରୀ ନିର୍ଦ୍ଦେଶାନାମା: ରାମ ମନ୍ଦିର ସମ୍ପର୍କିତ ମିଥ୍ୟା ଖବର ପ୍ରସାରଣରୁ କ୍ଷାନ୍ତ ରୁହ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସନାତନ ଧର୍ମର 4 ଆଦିପୀଠ ମଧ୍ୟରୁ ଅନ୍ୟତନ ରାମେଶ୍ବରମ ଧାମର ରାମାୟଣ ସହ ପ୍ରତ୍ୟେକ୍ଷ ସମ୍ପର୍କ ରହିଛି । ପ୍ରଭୁ ଶ୍ରୀରାମ ରାବଣଙ୍କ ସହ ଯୁଦ୍ଧ ପାଇଁ ଲଙ୍କାକୁ ସେତୁବନ୍ଧ ବାନ୍ଧିବା କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଏଠାରେ ପୂଜାର୍ଚ୍ଚନା କରିଥିଲେ । ସେଠାରେ ସେ ଶିବ ପୂଜା କରିବା ପରେ ସେତୁବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେଣୁ ରାମଙ୍କ ଆରାଧ୍ୟ ଭାବେ ଜ୍ୟାର୍ତିଲିଙ୍ଗଙ୍କ ନାମ ‘ରାମନାଥ ସ୍ବାମୀ’ ଭାବେ ବର୍ଣ୍ଣିତ ହୋଇଛି । ତେବେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ କର୍ତ୍ତା ହେବାକୁ ଥିବା ପ୍ରଧାନମନ୍ତ୍ରୀ ଏବେ ବିଶେଷ ବ୍ରତ ଧାରଣ କରିଛନ୍ତି । ଏହା ମଧ୍ୟରେ ଦକ୍ଷିଣ ଭାରତରେ ପ୍ରମୁଖ ଆଧ୍ୟାତ୍ମିକ ସ୍ଥାନ ମଧ୍ୟ ପରିଭ୍ରମଣ କରିବାରେ ଲାଗିଛନ୍ତି । ଆସନ୍ତାକାଲି ସେ ଦିଲ୍ଲୀ ଫେରିବେ । 22 ରେ ଅଯୋଧ୍ୟାରେ ପହଞ୍ଚିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details