ଓଡିଶା

odisha

ଇଟାଲୀରେ ମୋଦି, G7 ଶିଖର ସମ୍ମିଳନୀରେ ହେବେ ସାମିଲ - G7 Summit

By ETV Bharat Odisha Team

Published : Jun 14, 2024, 8:19 AM IST

Updated : Jun 14, 2024, 9:15 AM IST

PM Modi to attend G7 summit: ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି G7 ଶିଖର ସମ୍ମିଳନୀରେ ହେବେ ସାମିଲ । ଅଧିକ ପଢନ୍ତୁ

G7 Summit
G7 Summit (@narendramodi)

ଭେନିସ: ଦୁଇ ଦିନିଆ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନପେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ଦେଶରେ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ଥର ବିଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଗୁରୁବାର ରାତିରେ ଇଟାଲୀ ଗସ୍ତ କରିଥିବା ବେଳେ ଆଜି ଅନୁଷ୍ଠିତ ହେବାକୁ ଥିବା ଜି-7 ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ ରକ୍ଷା କରି ଯୋଗ ଦେବେ ମୋଦି । ବିଶ୍ବ ନେତାଙ୍କ ସହ ସମ୍ମିଳନୀରେ ଦ୍ବିପାକ୍ଷିକ ଆଲୋଚନା ହେବ ।

ଆଜିଠାରୁ ଇଟାଲୀରେ ଆରମ୍ଭ ହେବ ଜି 7 ଶିଖର ସମ୍ମିଳନୀ । G7 ଆମେରିକା, ଜାପାନ, କାନାଡା, ଜର୍ମାନୀ, ଫ୍ରାନ୍ସ, ଇଟାଲୀ ଏବଂ ବ୍ରିଟେନକୁ ନେଇ ଗଠିତ । ଏହି ଦେଶ ମୁଖ୍ୟ ସମ୍ମିଳନୀରେ ସାମିଲ ହେବେ । ବିଭିନ୍ନ ପ୍ରସଙ୍ଗ ଉପରେ ବୈଠରେ ଆଲୋଚନା ହେବ । ଆୟୋଜକ ଦେଶ G7ରେ ସାମିଲ ନଥିବା ଦେଶମାନଙ୍କୁ ଅଧିବେଶନରେ ଯୋଗଦେବାକୁ ଅତିଥି ଭାବରେ ନିମନ୍ତ୍ରଣ କରିଥାଏ । ଚଳିତ ବର୍ଷ ଇଟାଲୀ ଭାରତ ସମେତ ୟୁକ୍ରେନ, ବ୍ରାଜିଲ, ଆର୍ଜେଣ୍ଟିନା, ତୁର୍କୀ, ୟୁଏଇ, କେନିଆ, ଆଲଜେରିଆ, ଟ୍ୟୁନିସିଆ ଏବଂ ମାରୁଟାନିଆର ନେତାମାନଙ୍କୁ ନିମନ୍ତ୍ରଣ ପଠାଇଥିଲା । ଗତକାଲି ଠାରୁ ଇଟାଲୀରେ ସମସ୍ତ ନିମନ୍ତ୍ରୀତ ଅତିଥି ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ୟୁରୋପୀୟ ପାର୍ଲିଆମେଣ୍ଟ ନିର୍ବାଚନ: ଉଦାରବାଦୀ ୟୁରୋପରେ ବଢୁଛି ଦକ୍ଷିଣପନ୍ଥୀ ସମର୍ଥନ - European Parliament Elections 2024

ଜି7 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଳମ୍ବିତ ରାତିରେ ଇଟାଲୀର ଆପୁଲିଆ ବ୍ରିଣ୍ଡିସି ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ଭାରତର ରାଷ୍ଟ୍ରଦୂତ ଭାନି ରାଓ ତାଙ୍କୁ ସ୍ବାଗତ କରିଥିଲେ । ଇଟାଲୀରେ ପହଞ୍ଚିବା ପରେ ମୋଦି ଟ୍ବିଟ କରି କହିଥିଲେ, '' ମୁଁ ଇଟାଲୀରେ ହେବାକୁ ଥିବା G7 ସମ୍ମିଳନୀରେ ଯୋଗଦେବି । ମୁଁ ବିଶ୍ବର ଅନ୍ୟ ନେତାମାନଙ୍କୁ ଭେଟିବି । ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଉତ୍ସାହିତ ଅଛି । ଆମର ଲକ୍ଷ୍ୟ ମିଳିତ ଭାବେ ଆମେ ବିଶ୍ୱସ୍ତରୀୟ ଆହ୍ୱାନଗୁଡିକୁ ସମାଧାନ କରିବା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା । ''

G7 ଶିଖର ସମ୍ମିଳନୀ ଇଟାଲୀର ଆପୁଲିଆର ବିଳାସପୂର୍ଣ୍ଣ ବୋର୍ଗୋ ଏଗନାଜିଆ ରିସର୍ଟରେ ଅନୁଷ୍ଠିତ ହେଉଛି । ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି । ମୁଖ୍ୟତଃ ଋଷ-ୟୁକ୍ରେନ ଓ ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ବୈଠକରେ ଆଲୋଚନା ହେବ ।

Last Updated : Jun 14, 2024, 9:15 AM IST

ABOUT THE AUTHOR

...view details